Spread the love

ହେ ମୋର ପ୍ରିୟ ଓଡିଶାବାସୀ,
BJD ର ଯେଉଁମାନେ ହାରିଗଲେ ସେମାନେ ସନ୍ଥ ତୁଲସୀ ଦାସ, କବୀର ଥିଲେ କି???
ଅଧିକାଂଶ ନିଜ ନିର୍ବାଚନ ମଣ୍ଡଳୀରେ ପଚି ଯାଇ ନଥିଲେ କି???
ଚୋରି, ଲୁଟ, ଡକେଇତି କରି ଶଙ୍ଖ ଚିନ୍ହରେ ଖସିବାକୁ ଚାହୁଁନଥିଲେ କି???
କେତେଜଣ ନିର୍ବାଚନ ମଣ୍ଡଳୀ ସହ TOUCH ଛାଡି ଦେଇ ନଥିଲେ କି???
କେତେଜଣ ଯୁବକମାନଙ୍କ ସହ ଠିକରେ ମିଶି ପାରୁ ନଥିଲେ କି???
ଏବେ ପାଣ୍ଡିଆନଙ୍କ ନାଁରେ ଖସି ଯାଇ ଆର ଥର ପାଇଁ କେତେଜଣ ଅପେକ୍ଷା କରୁ ନାହାନ୍ତି କି????
BJP, BJD, କଂଗ୍ରେସ ସମସ୍ତଙ୍କୁ ମିଶାନ୍ତୁ।
ଏମାନଙ୍କ ଭିତରୁ କେତେ ଜଣ ଓଡିଶା ଷ୍ଟାଫ ସିଲେକ୍ସନ ପରୀକ୍ଷ ଦେଲେ ଥରକରେ ପିଅନ ପୋଷ୍ଟ ପାଇବେ କହିଲେ???
ଏମାନେ ପାଣ୍ଡିଆନଙ୍କୁ ଦୋଷ ଦେଇ ନିଜ ଶିକ୍ଷାଗତ ଯୋଗ୍ୟତା ଲୁଚାଉବାକୁ ଚାହୁଁ ନାହାନ୍ତି କି???

କାହାର ତାରଫଦାରୀ ନୁହେଁ କି କାହାର ବିରୋଧ ନୁହେଁ,
ଆଜି ଯାହା କହୁଛି ଥରେ ବିଚାର କରନ୍ତୁ।
ପାଣ୍ଡିଆନଙ୍କ ଦୋଷ କଣ???
ତାଙ୍କୁ କିଏ କାହିଁକି ଭିଲେନ ସଜାଉଛି, ସେ ମଞ୍ଜଟିକୁ ଜାଣନ୍ତୁ।
ପାଣ୍ଡିଆନଙ୍କୁ BJP ବିରୋଧ କରିବାର ଏକ ବଡ଼ କାରଣ ହେଲା ସେ ଏକ ଶିକ୍ଷିତ ଓଡିଶା ଗଢି ଦେଉଥିଲେ।
ଯଦି ସବୁ ଶିକ୍ଷିତ ହୋଇଯିବେ, ତାହେଲେ ପତାକା ଧରି ଜିନ୍ଦାବାଦ କରିବ କିଏ???
ଏ ଭୟ ଘାରିବା ସ୍ୱାଭାବିକ…
-ବିଶ୍ୱାସ ନହେଲେ ବି ସତ ଗାଁର ଗରିବ ପିଲାଙ୍କୁ ସେ ଅଷ୍ଟ୍ରେଲିଆ ପଠେଇଛନ୍ତି ପଢେଇବାକୁ।
-ନୂଆ O ର ଯେଉଁ କାର୍ଡ ଆସୁଥିଲା, ତା ଥିଲା ଅଭୂତପୂର୍ବ। OXFORD, HAVARD ଲାଇବ୍ରେରୀକୁ ଛାତ୍ରଛାତ୍ରୀ access କରିଥାନ୍ତେ। ଯେତେ ଘଣ୍ଟା ଅଧିକ ପଢୁଥାନ୍ତେ, ସେତେ ଟଙ୍କା ବାଲାନ୍ସ ବଢୁଥାନ୍ତା। ଯୁବକ ଯୁବତୀଙ୍କୁ ମୋବାଇଲ ନିଶାରୁ ହଟାଇ ପଢିବା ପ୍ରତି ଆକର୍ଷିତ କରାଇବାର ଏ ଅଭିନବ ଚିନ୍ତା ‘ଓଡ଼ିଆ ଅସ୍ମିତା’ କାଟାଗୋରିରେ ଆସିଲା ନାହିଁ ବନ୍ଧୁ।
-ମୁଖ୍ୟମନ୍ତ୍ରୀଙ୍କ ହଁ ଥିଲା, ପାଣ୍ଡିଆନଙ୍କ ଭେଜା ଥିଲା।
ଏ ସତ୍ୟକୁ କିଏ ଢ଼ାଙ୍କୁଛି????
BSKY କାର୍ଡ ପାଣ୍ଡିଆନଙ୍କ ଚିନ୍ତା ନଥିଲା କି???
-ଯାହାକୁ ତାମିଲ, ପାଣ୍ଡୁ କହୁଛ, ସେ 1947 ମସିହା ପରେ ପ୍ରଥମ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କରି ନଥିଲା କି??? ସୁଆଣ୍ଡୋକୁ ସେବାକ୍ଷେତ୍ର କରି ନଥିଲା କି??? ସବୁ ବରପୁତ୍ରଙ୍କ ଘରକୁ ହଜାରେ ବର୍ଷ ପାଇଁ ସ୍ଥାୟୀ କରି ନଥିଲା କି???
-ରାତି ଅଧରେ ବଲାଙ୍ଗୀର ରେ ପହଞ୍ଚି ଲୋୟର ସୁକତେଲ ଡ୍ୟାମ କାମ, ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଦେଖୁ ନଥିଲା କି???
-ଓଡିଶାରୁ ଅଲମ୍ପିଅନ ବାହାରିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରି ନଥିଲା କି??? ପ୍ରଥମ ଥର ପାଇଁ ଏକ ରାଜ୍ୟ ହକିର ପ୍ରଯୋଜକ ବନେଇ ନଥିଲା କି???
-ସମସ୍ତଙ୍କର ଦରମା ବଢ଼େଇ ଚଉଡା କରି ନଥିଲା କି???
ନିୟମିତ ଚାକିରୀ ବାହାର କରୁ ନଥିଲା କି???
ନୂଆ ସରକାର ଆହୁରି ଦରମା ବଢ଼େଇବେ ବୋଲି ବିଶ୍ୱାସ।
-କଟକ ଭିତରେ କାହାର ଦମ ଅଛି ଜାଗା ନେଇ ରାସ୍ତା ଚଉଡା କରିବା ପାଇଁ???ପାଣ୍ଡିଆନ କରି ନଥିଲା କି???
-ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡା, ପୁରୀ, ଭୁବନେଶ୍ୱରର ଆଦିର ରୂପ ବଦଳେଇ ନଥିଲା କି???
-3 ବର୍ଷରେ 259 କିଲୋମିଟର ବିଜୁ EXPRESS WAY ପାଣ୍ଡୁ କରି ନଥିଲା କି???
-ଶିକ୍ଷକ, ଅଫିସର, ଚୌକିଦାର ସମସ୍ତଙ୍କ ପିଠିରେ ହାତ ଥାପୁଡ଼େଇ କାମ ଆଦାୟ କରୁ ନଥିଲା କି???
-IIT କୁ ଡାକି TATA ମାଧ୍ୟମରେ ବସ୍ତି ଲୋକଙ୍କୁ FLAT ସେଇ ପାଣ୍ଡୁ ଦେଇ ନାହାନ୍ତି କି????
କେତେଜଣ ମାଛି ପଚାରିବେ, ନବୀନ ପଟ୍ଟନାୟକ କଣ କଲେ???
ଆରେ ଭାଇ ମୁଖ୍ୟମନ୍ତ୍ରୀ ହଁ କଲେ।
ଆମ ଓଡ଼ିଶାର ଅଗ୍ରଗତି ହୋଇ ପାରୁ ନଥିଲା କାରଣ ଏକ ନିର୍ଦ୍ଦିଷ୍ଟ ଯୋଜନା ଅନୁଯାୟୀ ଅମଲାଙ୍କୁ କାମ କରେଇବାର ଦକ୍ଷତା କାହାର ବି ନଥିଲା। ବହୁତ ବଡ଼ କଷ୍ଟ ଅମଲାଙ୍କୁ କାମ କରେଇବା।
ପଚାଶ RULE regulation ନେତାଙ୍କୁ ଦେଖେଇବେ। କୋର୍ଟ କେଶ କରେଇ କାମ ରୋକି ଦେବେ। କୋଉ ମୁଖ୍ୟମନ୍ତ୍ରୀ କଥା ବି ଶୁଣିବେନି।
ଆପଣ ଜାଣି ନାହାନ୍ତି ଅମଲାଙ୍କୁ।
ଏକୁଟିଆ ସେଇ ପାଣ୍ଡିଆନ ଅମଲାଙ୍କୁ ନେଇ କରୋନା ପରେ ମାତ୍ର ଦୁଇ ବର୍ଷରେ କମାଲ ଦେଖେଇ ଦେଲା।

ଟିକେ ତ ନିଜର ସଂସ୍କାର ଦେଖାଅ।
କାମ କରୁଥିବା ଲୋକଟିକୁ ଖଳନାୟକ ବନେଇବାକୁ ଜିଭ ଲେଉଟୁଛି କେମିତି???
ରାଜନୀତି ଗୁଣ୍ଡା ବଦମାସଙ୍କ ଆଡ୍ଡା ସ୍ଥଳୀ ନହେଉ।
ରାଜନୀତି ଲୋକନୀତି ହେଉ।
ଆପଣଙ୍କର ଓ ଆପଣଙ୍କ ପରିବାରର ମଙ୍ଗଳ ହେଉ।
ମଙ୍ଗଳ ହେଉ।

Leave a Reply

Your email address will not be published. Required fields are marked *