ଭୁବନେଶ୍ୱର :(ଦର୍ଶନ ସମୀକ୍ଷା)
ଭୁବନେଶ୍ୱର ସ୍ଥିତ ଉତ୍ତରା ଠାରେ ନିରନ୍ତର କୃଷି ଏବଂ ପ୍ରାଣୀ ପାଳନକୁ ଆଗେଇ ନେବା ପାଇଁ ଇଜି ଆଗ୍ରୋ ଇଣ୍ଡଷ୍ଟ୍ରି ନାମିତ ଏକ କୃଷି-ଉଦ୍ୟୋଗିକ ମାନ୍ୟୁଫାକ୍ଚରିଂ ୟୁନିଟ୍ ଉଦ୍ଘାଟିତ ହୋଇଯାଇଛି। ଯାହା ଆଧୁନିକ ପୋଲ୍ଟ୍ରି ଉପକରଣ ତିଆରି କରିବାରେ ଦେଶର ପୂର୍ବାଞ୍ଚଳର ଏକ ମାତ୍ର ଘରୋଇ ଶିଳ୍ପ ଭାବରେ ଗଣାଯାଉଛି । ଗ୍ରାମୀଣ ଜୀବିକା ଏବଂ କୃଷି ପଦ୍ଧତିରେ ପରିବର୍ତ୍ତନ ଆଣିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି। ପଶୁ ପାଳନ କ୍ଷେତ୍ରରେ କୃଷକମାନଙ୍କୁ ସଶକ୍ତ କରିବା ସହ ସୁଲଭ ଦରରେ ଅତ୍ୟାଧୁନିକ ଉପକରଣ ସବୁ ଯୋଗାଇ ଦେବା ଏହାର ମୂଳ ଉଦ୍ଦେଶ୍ୟ।

ତେବେ ପ୍ରାଣୀ ପାଳନ ଦିଗରେ ଏହାକୁ ଦେଶର ପୂର୍ବାଞ୍ଚଳ ଭାଗର ଏକ ମାତ୍ର ଘରୋଇ ସଂସ୍ଥା ଭାବରେ ଗଣାଯାଉଛି ଏବଂ ଏହା ଦେଶର/ରାଜ୍ୟର ଏକମାତ୍ର ସଂସ୍ଥା ଯେଉଁଠାରେ ପ୍ରାଣୀ ପାଳନରେ ବ୍ୟବହୃତ ହେଉଥିବା ସମ୍ପୂର୍ଣ୍ଣ ଉପକରଣ ପ୍ରସ୍ତୁତ କରାଯାଇ ଆଶାୟୀ ଉଦ୍ୟୋଗୀ ମାନଙ୍କୁ ଯୋଗାଇ ଦିଆଯାଉଛି। ଏହା ସହ ସଂସ୍ଥାର ନିଜସ୍ୱ ଆଇ.ଟି ଏବଂ ରିସର୍ଚ୍ଚ ବିଭାଗ ରହିଛି ଯିଏ ପଲ୍ୟୁଟ୍ରି ଫାର୍ମର ବତାବରଣକୁ ପ୍ରତ୍ୟକ ଜଳବାୟୁ ପରିସ୍ଥିତିରେ ଏହାର ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଆଇ.ଟି ଏବଂ ରିସର୍ଚ୍ଚ ଦୌରା ର୍ନମିତ କ୍ଲାଇମେଟ କଂଟ୍ରୋଲର ଆଇ.ଟି ଏବଂ ରିସର୍ଚ୍ଚ ବିଭାଗ ଏହାକୁ ଅଧିକ ଉନ୍ନତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ସଂସ୍ଥାର ପ୍ରତ୍ୟକ୍ଷ ଟିମ ଦ୍ୱାରା ଆଶାୟୀ କୃଷି ଭାଇଙ୍କ ଘରେ ଫାର୍ମ ସେଟଅପର ସମସ୍ତ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଏହି ଉଦଘାଟନ ସମାରୋହରେ ଶ୍ରୀ ସନ୍ତୋଷ ଦାଶ(ଚୀଫ୍ ମ୍ୟାନେଜର, SME ମଞ୍ଚେଶ୍ୱର ବ୍ରାଞ୍ଚ), ଶ୍ରୀ ଅମିତ ବିକ୍ରମ ସାହୁ(ମ୍ୟାନେଜର, SME ମଞ୍ଚେଶ୍ୱର ବ୍ରାଞ୍ଚ), ଶ୍ରୀ ରବି ଜିଡାଗା(ଚୀଫ୍ ମ୍ୟାନେଜର, ସେଣ୍ଟ୍ରାଲାଇଜ୍ଡ ଆଗ୍ରି ପ୍ରୋସେସିଂ ସେଲ), ଶ୍ରୀ ସମ୍ବିତ ମହାନ୍ତି(ମ୍ୟାନେଜର, ସେଣ୍ଟ୍ରାଲାଇଜ୍ଡ ଆଗ୍ରି ପ୍ରୋସେସିଂ ସେଲ), ଶ୍ରୀ ଉଦୟଭାନୁ ପାତ୍ର(ଚୀଫ୍ ମ୍ୟାନେଜର, CCRD) ଆଦି ବହୁ ବିଶିଷ୍ଟ ଅତିଥି ଓ ଶିଳ୍ପ ଉଦ୍ୟୋଗୀ ମାନେ ଉପସ୍ଥିତ ଥିଲେ। ଏହା ସହ ଅମିତ ପଣ୍ଡା, ବିକ୍ରମ ମହାପାତ୍ର, ଦେବଦତ୍ତ ସାହୁ, ରଶିଦ ଖାନ, ବିକାଶ ସାହୁ, ଜ୍ଞାନରଞ୍ଜନ, ସତ୍ୟବାନ ରାଉତ ଆଦି ଅନ୍ୟାନ୍ୟ ଆଗ୍ରଗାମୀ କୃଷକ ଓ ଉଦ୍ୟୋଗୀ ମାନେ ମଧ୍ୟ ଉପସ୍ଥିତ ଥିଲେ।
Leave a Reply