ଭୁବନେଶ୍ୱର //ସୃଜନ’ ଓ ‘ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ’ପକ୍ଷରୁ କାର୍ଯ୍ୟକ୍ରମ ଅକ୍ଷୟ ପାଳଙ୍କ “ପକ୍ଷୀ ପ୍ରାର୍ଥନା” ଲୋକାର୍ପିତ”କବିତାର ଶକ୍ତି ଓ ସୌନ୍ଦର୍ଯ୍ୟ ଅନନ୍ୟ “ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ କବି ଅକ୍ଷୟ ପାଳଙ୍କ ରଚିତ କବିତା ପୁସ୍ତକ “ପକ୍ଷୀ ପ୍ରାର୍ଥନା “ର ଲୋକାର୍ପଣ କରି ବିଶିଷ୍ଟ ଉଦ୍ୟୋଗୀ ତଥା ସମାଜସେବୀ ଡ଼. ସୌମ୍ୟ ରଞ୍ଜନ ସାମଲ,ପ୍ରଫେସର ବସନ୍ତ କୁମାର ପଣ୍ଡା, ସମାଲୋଚକ ବୈରାଗୀ ଚରଣ ପଟ୍ଟନାୟକ ଯୋଗଦେଇ କବିଙ୍କୁ ଶୁଭେଚ୍ଛା ଜଣାଇଥିଲେ |

Spread the love

‘ସୃଜନ’ ଓ ‘ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ’ପକ୍ଷରୁ କାର୍ଯ୍ୟକ୍ରମ
ଅକ୍ଷୟ ପାଳଙ୍କ “ପକ୍ଷୀ ପ୍ରାର୍ଥନା” ଲୋକାର୍ପିତ
“କବିତାର ଶକ୍ତି ଓ ସୌନ୍ଦର୍ଯ୍ୟ ଅନନ୍ୟ “

ଭୁବନେଶ୍ୱର 03.08/ଦର୍ଶନ ସମୀକ୍ଷା
ଦୁଃଖ, କାରୁଣ୍ୟ ଓ ସମ୍ବେଦନା ହେଉଛି କବିତାର ମୂଳ କଥା | ଅନୁଭବ ଓ ସଂପ୍ରୀତି ବଳରେ କବିତା ଲେଖାଯାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି |
ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ କବି ଅକ୍ଷୟ ପାଳଙ୍କ ରଚିତ କବିତା ପୁସ୍ତକ “ପକ୍ଷୀ ପ୍ରାର୍ଥନା “ର ଲୋକାର୍ପଣ କରି ବିଶିଷ୍ଟ ଉଦ୍ୟୋଗୀ ତଥା ସମାଜସେବୀ ଡ଼. ସୌମ୍ୟ ରଞ୍ଜନ ସାମଲ,ପ୍ରଫେସର ବସନ୍ତ କୁମାର ପଣ୍ଡା, ସମାଲୋଚକ ବୈରାଗୀ ଚରଣ ପଟ୍ଟନାୟକ ଯୋଗଦେଇ କବିଙ୍କୁ ଶୁଭେଚ୍ଛା ଜଣାଇଥିଲେ |
ଭବିଷ୍ୟତରେ ସାହିତ୍ୟିକମାନଙ୍କୁ ସହଯୋଗ କରିବାକୁ ଡ଼. ସାମଲ ପ୍ରତିବଦ୍ଧତା ପ୍ରକାଶ କରିଥିବାବେଳେ ପ୍ରଫେସର ପଣ୍ଡା ଓ ପ୍ରଫେସର ପଟ୍ଟନାୟକ କବିଙ୍କ ଲେଖାର ଆଲୋଚନା କରି ତାଙ୍କୁ ଆବେଗ ଓ ସରଳତାର କବି ହିସାବରେ ଅଭିହିତ କରିଥିଲେ | ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ କବି ରକ୍ଷକ ନାୟକ ସଭାରେ ପୌରୋହିତ୍ୟ କରିଥିଲେ |
ଅତିଥିମାନେ ପୁସ୍ତକ ଲୋକାର୍ପଣ କରିଥିଲେ ଓ କବିଙ୍କ ପୁସ୍ତକର କେତେକ କବିତା ବେଦ ପ୍ରକାଶ ନାୟକ ଓ କବି ସୁଶ୍ରୀ ସୁନ୍ଦର ରାୟ ପାଠ କରିଥଲେ |
ତରୁଣ କବି ମନୀଷା ବିଶ୍ୱାଳଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ଟ୍ରଷ୍ଟ ସଭାପତି କବି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ |
ପୁସ୍ତକର କବି ଅକ୍ଷୟ ପାଳ ତାଙ୍କ ଲେଖକୀୟ
ଅଭିବ୍ୟକ୍ତି ଉପସ୍ଥାପନ କରି ଜୀବନର ଯାତନା ଓ ଜଂଜାଳରେ ଲେଖାଲେଖି ବଡ଼ ସାନ୍ତ୍ୱନା ବୋଲି ପ୍ରକାଶ କରିଥିଲେ|
ଶେଷରେ ପ୍ରକାଶକ ସୁଧୀର ମଉଡମଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
କାର୍ଯ୍ୟକ୍ରମରେ ଭୁବନେଶ୍ୱରର କବି -ସାହିତ୍ୟିକମାନଙ୍କ ସମେତ ବୁଦ୍ଧିଜୀବୀ ଏବଂ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *