ଭୁବନେଶ୍ୱର :=(ଦର୍ଶନସମୀକ୍ଷା) ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଆଜି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଉପଲକ୍ଷେ ଅଭିରୁଚି ଗୁରୁ ପ୍ରତିଭା ସମ୍ମାନ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ସିନିଅର ସିଟିଜେନ୍ ଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ମୂଖ୍ୟ ପରାମର୍ଶଦାତା, ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ, ଲେଖକ ଏବଂ ସମ୍ପାଦକ ନିତିଦିନ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର, ଏବଂ ବରିଷ୍ଠ (charted accountant) ବରିଷ୍ଠ ଅର୍ଥନୀତି ବିଶେଷଜ୍ଞ ଶ୍ରୀଯୁକ୍ତ ଅରୁଣ କୁମାର ସାବତ୍ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କର ସ୍ବାସ୍ଥ୍ୟ, ସାଇବର ସିକୁରିଟି ତଥା ବିଭିନ୍ନ ପୁଞ୍ଜି ବିନିଯୋଗ ର ସୁଯୋଗ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନା ଚକ୍ର ରେ ପର୍ଯ୍ୟାଲୋଚନ କରିଥିଲେ VIMSAR, BURLA ର ପୁରାତନ ନିର୍ଦ୍ଦେଶକ ଡ଼ଃ ଲଳିତ କୁମାର ମେହେର୍, HDFC ବ୍ୟାଙ୍କର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଅନନ୍ତ ପଟ୍ଟନାୟକ ଏବଂ ଭୂବନେଶ୍ଵରସ୍ଥିତ MITM ର ମୂଖ୍ୟ କମ୍ପ୍ୟୁଟର ବିଜ୍ଞାନ ର ମୂଖ୍ୟ ପ୍ରଧ୍ୟାପକ ଶ୍ରୀଯୁକ୍ତ ବିନାୟକ ସାହୁ ଭାଗ ନେଇଥିଲେ।
ପରିଶେଷରେ ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମ କୁ ସୁଚାରୁ ଭାବେ ପରିଚାଳନା କରିଥୂଲେ। ସଂଯୋଜନା କରିଥିଲେ ଆନି ଶତପଥୀ। ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ସୁରଭୀ ତ୍ରିପାଠୀ।ଏହି କାର୍ଯ୍ୟକ୍ରମରେ ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟା ମାନେ ଯୋଗଦାନ କରିଥିଲେ।
ଭୁବନେଶ୍ୱର //ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଆଜି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଉପଲକ୍ଷେ ଅଭିରୁଚି ଗୁରୁ ପ୍ରତିଭା ସମ୍ମାନ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ସିନିଅର ସିଟିଜେନ୍ ଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।

Leave a Reply