Spread the love

ଟିନ ଟୁୱାର୍ଡସ ସୋସାଇଟି ପକ୍ଷରୁ ମଧୁରମୟୀ ଅନାଥ ଆଶ୍ରମ ରେ ନୂତନ ବର୍ଷ ପାଳନ.
ବର୍ଷର ଆରମ୍ଭ ଆଉ ଶେଷ ସପ୍ତାହ ରେ କେହି ବାଣ ଫୁଟାଇ ତ କେହି ମିଠାଓ ପୁଷ୍ପା ଗୁଛ ଦେଇ ସ୍ୱାଗତ କରୁଛି ନୂତନ ବର୍ଷ କୁ 2024 କୁ. ଭୁବନେଶ୍ୱର ଅଞ୍ଚଳରେ ସ୍କୁଲ ପଢୁଆ ଛାତ୍ର ଛାତ୍ରୀ ମାନେ ଟିନ ଟୁୱାର୍ଡସ ସୋସାଇଟିନାମକ ଏକ ସଂଗଠନ ମାଧ୍ୟମରେ ନୂଆ ଚିନ୍ତାଧାରା ସହ ସଭାପତି ଅଙ୍କିତ ସାମନ୍ତରାୟ ଙ୍କ ନେତୃତ୍ୱରେ ଝାରପଡା ଠାରେ ଥିବା ମଧୁମୟୀ ଶିକ୍ଷା ନିକେତନ ନାମକ ଅନାଥ ଆଶ୍ରମଠାରେ ନୂତନ ବର୍ଷର ଆରମ୍ଭ କରିଛନ୍ତି.ଅନ୍ତେବାସୀ ଙ୍କ ଦ୍ୱାରା ପ୍ରଥମେ ସର୍ବଧର୍ମ ପ୍ରାଥନା ଗୁରୁପୂଜା ପରେ ପ୍ରସ୍ତୁତ ବ୍ୟଞ୍ଜନ ପରସା ଯାଇଥିଲା.ଯୁବପିଢ଼ି କ୍ଲୁବ ଡିଜେ ଆଦିରେ ଟଙ୍କା ଅପଚୟ ନ କରି, ସମାଜର ପାରିବର୍ତ୍ତନ ଦିଗରେ ଚିନ୍ତା ଜାହିର କରିବାକୁ, ଆଶ୍ରମ ପରିଚାଳକ ମତବ୍ୟକ୍ତ କରିଥିଲେ.ଅନ୍ୟମାନଙ୍କ ମଧ୍ୟରେ ଅଭିନଵ ଦାସ,ବିଶ୍ଵରଞ୍ଜନ ସାହୁ,ଏସ ଏଲ ଗୌରବ,ସଂକେତ ସାହୁ, ସାର୍ଥକ ଦଳବେହେରା,ଶଶାଙ୍କ ରାଉତ, ପୂର୍ବାଂଶୀ ଦାସ ଙ୍କ ସମେତ ଈପସିତା ମହାନ୍ତି, ପ୍ରମୁଖ ଏହି କାର୍ଯ୍ୟ କ୍ରମରେଯୋଗଦେଇ ଅନ୍ତେବାସୀଙ୍କ ଆଗାମୀ ଉଦେଶ୍ୟରେ ପୁସ୍ତକ,କଲମ ଏବଂ ଅନ୍ୟ ପାଠ୍ୟ ଉପକରନପ୍ରଦାନ କରିବା ସହ ଆଗାମି ଦିନରେ ଟିନ ଟୁ ଆର୍ଡସ ସୋସାଇଟି ସଂଗଠନ ଶିଶୁମାନଙ୍କ ପ୍ରତିଭା ବିକାଶ ଦିଗରେ କାର୍ଯ୍ୟ ଜାରି ରଖିବେ ବୋଲି ମନଦେଇଛନ୍ତି. ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସୁଜାତା ବେହୁରୀ ସଂଯୋଜନା କରିଥିଲେ.

Leave a Reply

Your email address will not be published. Required fields are marked *