ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଶତାବ୍ଦୀ ବର୍ଷ ଉତ୍ସବ ପାଳିତ
ବାଲିଅନ୍ତା,୨୮/୯: -=(ଦର୍ଶନ ସମୀକ୍ଷା) ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ବାଲିଅନ୍ତା ଖଣ୍ଡର ଶତାବ୍ଦୀ ବର୍ଷର ଉଦ୍ଘଟାନୀ ଉତ୍ସବ ପାଳନ ଅବସରରେ ପ୍ରତାପରୁଦ୍ରପୁର ମଣ୍ଡଳରେ ଶତାଧିକ ସ୍ଵୟଂସେବକ ଉପସ୍ଥିତ ରହି ବିଭିନ୍ନ କାର୍ଯକ୍ରମ କରିଥିଲେ।ପରିଶେଷରେ ଅପରାହ୍ନରେ ପଥ ସଞ୍ଚଳନରେ ବାହାରି କାକରୁଦ୍ରପୁର ଗ୍ରାମ ପରିକ୍ରମା ପରେ ଜୟଦେବ ଉଚ୍ଚବିଦ୍ୟାଳୟ ଗ୍ରାମ ପଡ଼ିଆରେ ବିଭିନ୍ନ ପ୍ରକାର ଶାରୀରିକ ପ୍ରଦର୍ଶନ କରିବା ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର ସଂଘର ଆଭିମୁଖ୍ୟ ବିଷୟରେ ନିଜର ମତ ରଖିବା ପରେ ମୁଖ୍ୟ ବକ୍ତା ଭାସେ ଶ୍ରୀଯୁକ୍ତ ସର୍ବେଶ୍ଵର ବିଶୋଇ ସଂଘର ୧୦୦ ବର୍ଷର କର୍ଯ୍ୟସୈଳୀ ଯଥା ସ୍ୱାଧୀନତା ସମୟରେ ସଘର ଅବଦାନ ଏବଂ ସ୍ଵାଧୀନତା ପରେ ସଂଘର ସେବା ମୂଳକ କାର୍ଯ ଆଦି ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ କୁଟୁମ୍ବ ପ୍ରାବୋଧନ ମୁଖ୍ୟ ଅମିୟ ରଞ୍ଜନ ରାଉତରାୟ ପରିଚାଳନା କରିଥିବା ବେଳେ ପ୍ରମୋଦ କୁମାର ବାରିକ ମୁଖ୍ୟ ଶିକ୍ଷକ,ବୌଦ୍ଧିକ ପ୍ରମୁଖ ସଞ୍ଜୟ କୁମାର ପରିଡ଼ା ପବିତ୍ର କୁମାର୍ ଭୋଇ,ସନ୍ତୋଷ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଭୁବନେଶ୍ୱର //ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ବାଲିଅନ୍ତା ଖଣ୍ଡର ଶତାବ୍ଦୀ ବର୍ଷର ଉଦ୍ଘଟାନୀ ଉତ୍ସବ ପାଳନ ଅବସରରେ ପ୍ରତାପରୁଦ୍ରପୁର ମଣ୍ଡଳରେ ଶତାଧିକ ସ୍ଵୟଂସେବକ ଉପସ୍ଥିତ ରହି ବିଭିନ୍ନ କାର୍ଯକ୍ରମ କରିଥିଲେ।

Leave a Reply