ଭୁବନେଶ୍ୱର //ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ମହିଳାଙ୍କ ପ୍ରତି ସର୍ବସାଧାରଣରେ ଦେଇଥିବା ଅଭଦ୍ର, ଅସଭ୍ୟ, କୁସ୍ଚିତ, ଅଶ୍ଳୀଳ ଓ ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ଦଳ କିମ୍ବା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏକ ଗୁରୁତର ବିଷୟ-ଡ଼ ଲେଖାଶ୍ରୀ ସାମନ୍ତସିଂହାର

Spread the love

ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ଅପମାନିତ ଓ ନିର୍ଯ୍ୟାତିତ କରିଛି : ଡ଼ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର :ଦର୍ଶନ ସମୀକ୍ଷା (ପ୍ରଦୀପ କୁମାର ପଣ୍ଡା)

ଆଜି ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ତାଙ୍କର ଓକିଲ ଶ୍ରୀ ସୁମନ କୁମାର ରାଉତରାୟ ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ମହିଳାଙ୍କ ପ୍ରତି ସର୍ବସାଧାରଣରେ ଦେଇଥିବା ଅଭଦ୍ର, ଅସଭ୍ୟ, କୁସ୍ଚିତ, ଅଶ୍ଳୀଳ ଓ ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ଦଳ କିମ୍ବା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏକ ଗୁରୁତର ବିଷୟ ବୋଲି ଅବଗତ କରାଇ ଥିଲେ ଏବଂ ମାନହାନି ମକଦମI ବିଷୟରେ ସୂଚନା ଦେଇଥିଲେ I

ବିଜେଡିର ବରିଷ୍ଠ ସଧାରଣ ସମ୍ପାଦକ ଓ ମୁଖପIତ୍ର ଡ଼ ଲେଖାଶ୍ରୀ କହିଥିଲେ ନୀଳଗିରିର ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ମୋ ବିଷୟରେ ଦେଇଥିବା ନିତ୍ୟାନ୍ତ ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ବିଷୟରେ ପୁରା ବିଜେପି ଦଳ ଓ ସରକାର ମୂକ ବଧିର ସାଜି ବସିରହିବା ଓଡ଼ିଶାର ମହିଳା ମାନଙ୍କ ପ୍ରତି ତାଙ୍କର ମନୋଭାବକୁ ଦର୍ଶାଉଛି l ଏହାଦ୍ୱାରା ମହିଳା ମାନେ ହତଉତ୍ସାହିତା ହୋଇଛନ୍ତି ଏବଂ ଭାରତୀୟ ଜନତା ପାର୍ଟି ମହିଳାଙ୍କ ଚରିତ୍ର ସଂହାରକୁ ସ୍ୱାଭାବିକ କରେଇଛି I ଶ୍ରୀ ସନ୍ତୋଷ ଖଟୁଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଭାରତୀୟ ଜନତା ପାର୍ଟି ତାଙ୍କୁ ପୋଷ୍ଟର ବୟ କରି ବୁଲାଉଛି I

ଆମ ଦଳ ଏଇ ବିଷୟକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଥାନାରେ ଏତଲା ଦେବା ତଥା DGP, ଓଡିଶା ମହିଳା କମିସନ୍, ଜାତୀୟ ମହିଳା କମିଶନଙ୍କ ଆଗରେ ଅଭିଯୋଗ କରି ମଧ୍ୟ କିଛି ଫଳ ନମିଳିବା ଯୋଗୁ ଆଜି ବାଧ୍ୟ ହୋଇ ମୁଁ ନ୍ୟାୟିକ ବ୍ୟବସ୍ଥାର ଆଶ୍ରୟ ନେଉଛି l ମୋ ପ୍ରତି ହୋଇଥିବା ଅଶାଳୀନ ମନ୍ତବ୍ୟ ସମଗ୍ର ଓଡ଼ିଶାର ମା ଭଉଣୀଙ୍କ ପାଇଁ ଏକ ଚେତାବନୀ l ବିଜେପି ଭଳି ମହିଳାଙ୍କୁ ବ୍ୟବହାର କରି ଫିଙ୍ଗି ଦେଉଥିବା ଦଳ ପ୍ରତି ସବୁ ମହିଳା ସଜାଗ ରହିବା ଜରୁରୀ l ଶ୍ରୀ ସନ୍ତୋଷ ଖଟୁଆ ଯଦି ସର୍ବସାଧାରଣ ରେ ନିସର୍ତ୍ତମୂଳକ କ୍ଷମା ନମାଗନ୍ତି ତାଙ୍କ ବିରୁଦ୍ଧରେ ମୁଁ 50 କୋଟିର ମାନହାନି ମକଦ୍ଦମା କରିବି l ଏଇଟା ମୋର ବ୍ୟକ୍ତିଗତ ଲଢେଇ ସହିତ ଓଡିଶାର ଦୁଇ କୋଟିରୁ ଉର୍ଦ୍ଧ ମା ଭଉଣୀ ମାନଙ୍କର ସମ୍ମାନ ଓ ସ୍ୱାଭିମାନର ଲଢେଇ l କ୍ଷମତା ଆଢୁଆଳରେ ଶ୍ରୀ ସନ୍ତୋଷ ଖଟୁଆ ଯେତେ ଲୁଚି ରହିଲେ ବି ଓଡ଼ିଶାର ମା ଭଉଣୀ ମାନେ ତାଙ୍କୁ କେବେ କ୍ଷମା କରିବେ ନାହିଁ ବୋଲି ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି l

ଏଇ ମାମଲାରେ ତାଙ୍କର ଓକିଲ ବରିଷ୍ଠ ଆଇନଜିବୀ ଶ୍ରୀ ସୁମନ କୁମାର ରାଉତରାୟ କହିଥିଲେ ଯେ ଶ୍ରୀ ଖଟୁଆଙ୍କ ମନ୍ତବ୍ୟ ଆଇନ୍ ଅନୁସାରେ ଏକ ଧର୍ତ୍ତବ୍ୟ ଅପରାଧ ଓ ଏଇ ମନ୍ତବ୍ୟ ଡ଼ ଲେଖାଶ୍ରୀ ଙ୍କର ସମାଜରେ ପ୍ରତିଷ୍ଠା ଓ ସମ୍ମାନକୁ କ୍ଷୁର୍ଣ୍ଣ କରିଛି l ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏପରି ବ୍ୟବହାର ସାମାଜ ତଥା ବିଧି ବ୍ୟବସ୍ଥାରେ ଗ୍ରହଣୀୟ ନୂହେଁ l ଆମେ ତାଙ୍କୁ ଲିଗାଲ ନୋଟିସ ପଠେଇଛୁ ଓ ସେ ତୁରନ୍ତ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ନକଲେ ଆମେ ତାଙ୍କ ନାଁ ରେ 50 କୋଟିର ମାନହାନି ମୋକଦ୍ଦମା କରିବୁ l ଏଇ ଲଢେଇକୁ ଆମେ ଶେଷ ପର୍ଯ୍ୟନ୍ତ ଜାରି ରଖିବୁ l

Leave a Reply

Your email address will not be published. Required fields are marked *