ପଳାଶୁଣୀ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଶୁଖିଲା ଅଳିଆ ପ୍ରୋସେସ ନକଲେ ଗlଡ଼କଣ ଅଳିଆଗଦାକୁ ଅଳିଆଗାଡ଼ି ପ୍ରବେଶ ବନ୍ଦ କରିବା ସହ ବିଏମସିର ସବୁ କାଯ୍ୟର ସାମାଜିକ ଅଡିଟ କରାଯିବ l
=================== ଭୁବନେଶ୍ୱର ତା 26ରିଖ l ଗତକାଲି ପାଞ୍ଚ ଶହରୁ ଉର୍ଦ୍ଧ ଜନସାଧାରଣ “ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ”ର କର୍ମକର୍ତ୍ତାଙ୍କ ଉପସ୍ଥିତରେ ଦୀର୍ଘ ଆଠ ମାସରୁ ଅଧିକ ସମୟ ଧରି କାର୍ଯ୍ୟକ୍ଷମ ହୋଇ ସାରିଥିବା ପଳାଶୁଣୀ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ନଡ଼ିଆ ବାଡେଇ ଲୋକାର୍ପଣ କରିଦେଇଛନ୍ତି l ପୂର୍ବରୁ ବିଏମସି ଅଫିସିଆଲ ମାନଙ୍କ ସହ ମିଳିତ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ ବେଳେ ଅଭିଯାନ କର୍ମକର୍ତ୍ତା ମାନେ ଗlଡ଼କଣ ଅଲିଅଗଦା ସହ ପ୍ରସ୍ତାବିତ ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ମେହେରପଲ୍ଲୀ ଓଦା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟର ସରଜମିନ ସର୍ବେକ୍ଷଣ କରିଥିଲେ l ପଳାଶୁଣୀର ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ଯେହେତୁ ପୁରା ପ୍ରସ୍ତୁତ ହୋଇଥିଲା ଶୀଘ୍ର କାଯ୍ୟକ୍ଷମ କରିବାକୁ ଅଭିଯାନ କହିଥିଲା l ସେତେବେଳେ ଦୁଇଦିନ ମଧ୍ୟରେ ନକଲେ ସାଧାରଣ ଲୋକ ଲୋକାର୍ପଣ କରିବେବୋଲି ଚେତାବନୀ ମଧ୍ୟ୍ୟ ଦେଇଥିଲl l ସାଧାରଣ ଲୋକ ଗତ 25 ତାରିଖରେ ଲୋକାର୍ପଣ କରିବା ପରେ ଏହା ପୁରା ପ୍ରସ୍ତୁତ ହୋଇଛି l ତେଣୁ ତାକୁ ତୁରନ୍ତ ଆସନ୍ତା ଦୁଇ ଦିନ ଭିତରେ କାର୍ଯ୍ୟକ୍ଷମ କରି ଗlଡ଼କଣକୁ ଦୈନିକ ଆସୁଥିବା 150 ମେଟ୍ରିକ ଟନ ଶୁଖିଲା ଅଳିଆରୁ ପ୍ରଥମେ ମୁକ୍ତ କରିବାକୁ ଆଜି ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ କମିଶନରଙ୍କ ଚିଠି ଲେଖି ଜଣାଇଛନ୍ତି l ଯଦି 150 ମେଟ୍ରିକ ଟନ ଆସନ୍ତା ମଙ୍ଗଳବାର ସୁଦ୍ଧା ପଳାଶୁଣୀ ନ ଯିବ ଆମେ ବୁଧବାର ଠାରୁ ଗlଡ଼କଣ ଅଳିଆଗଦା କୁ ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତରେ କୌଣସି ଅଳିଆ ଗାଡ଼ିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଛନ୍ତି l ସୈନିକ ସ୍କୁଲ, ଗାଡ଼କଣ ଡ଼ମ୍ପିୟାର୍ଡ଼ରେ ଓଦା ବର୍ଯ୍ୟବସ୍ତୁ ଟ୍ରିଟମେଣ୍ଟ କରିବା ସମୟରେ ତାର ବିଷାକ୍ତ ଅତି ଦୁର୍ଗନ୍ଧ ଗ୍ୟାସ ରୋକିବାକୁ ଅଧିକ ଉଚ୍ଚତା ବିଶିଷ୍ଟ ଆବଦ୍ଧ ପ୍ରାଚୀର ନିର୍ମାଣ ସହ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଛି l ଓଦା ଅଳିଆ ପାଇଁ ଯେହେତୁ ସମୟ ଲାଗିବ ସେଥିପାଇଁ ସୈନିକ ସ୍କୁଲ ଅଳିଆଗଦା ଠାରେ ଥିବା ଓଦା ଅଳିଆ ପ୍ରକିୟାକରଣ ପାଇଁ ସେଡ ନିର୍ମାଣ କରାଯାଇଛି l ସେଠାରୁ ଦୁର୍ଗନ୍ଧ ପୁରା ଅଂଚଳକୁ ଦୂଷିତ କରିବା ସହ ପରିବେଶକୁ କ୍ଷତି କରୁଛି l ସେଥିରୁ ନିର୍ଗତ ଆବର୍ଜନା ପାଣି ଡ୍ରେନକୁ ଯାଇ ଭୁତଳ ଜଳ ପୁରା ନଷ୍ଟ ହୋଇଗଲାଣି l ସେଥିପାଇଁ ଆମେ ଏହାକୁ ସମ୍ପୂର୍ଣ୍ଣ ନିବୁଜ ଘର କରିବା ସହ ପବନ ବାହାରକୁ ନ ଯିବା ବ୍ୟବସ୍ଥା କରିବା ସହ ବଡ଼ ବଡ଼ ଶିଳ୍ପlନୁଷ୍ଠାନରେ ବ୍ୟବହାର ହେଉଥିବା ପଙ୍ଖା ଲଗାଯାଇ ସେହି ଦୁର୍ଗନ୍ଧ ପବନକୁ ଶୁଦ୍ଧ କରି ଉପରକୁ ଛାଡିଲେ ଏହି ଅଂଚଳର କିଛି କ୍ଷତି ହେବନାହିଁ l ଦୁର୍ଗନ୍ଧ କମିଯିବ l ଯେହେତୁ ଆସନ୍ତା ସପ୍ତାହରେ ବର୍ଷା ଆସିଯିବ ଏହି ଗନ୍ଧ ଦୁଇଗୁଣ ବଢ଼ିଯିବ l ସେଥିପାଇଁ ଅଭିଯାନ ଯୁଦ୍ଧ କାଳୀନ ବ୍ୟବସ୍ଥା କରିବାକୁ ଚାହୁଁଛି ନ ଚେତ ପୁଣି 6 ମାସ ବିଳମ୍ବ ହୋଇଯିବ ବୋଲି ଶ୍ରୀ ବାସୁଦେବ ଭଟ୍ଟ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି l ସୈନିକ ସ୍କୁଲ ଅଳିଆଗଦାର ଖାଲି ହୋଇଯାଇଥିବା ସ୍ଥାନରେ ଅଳିଆ ପୋତାଯାଇଛି, ସେଥିରେ 3 ପୁଟ ମାଟି ଓ଼ ବାଲି ପକେଇ ଗଛ ଲଗାଇ ସୈନିକ ସ୍କୁଲ ପୂରୁଣା ଛାତ୍ର ସଂଘ ଓ ବର୍ତମାନ ଅଭିଭାବକ ସଂଘ ସହ ସ୍ଥାନୀୟ ସଂଗଠନ ମାନଙ୍କୁ ନେଇ ଏକ ବୃହତ ବନୀକରଣ କରାଯାଉ l ସ୍ଥାନୀୟ ଧୀରୀକୁଟି ବସ୍ତି ପାଖରେ ଖାଲି ଥିବା ଜାଗାକୁ ପାଚେରୀ କରାଯାଇଛି, ସେଠାରେ ପୁଣି 3 ପୁଟ ମାଟି ଓ଼ ବାଲି ପକେଇ ସମାନ କରିବା ସହ ସେଠାରେ ବିଏମସି ତୁରନ୍ତ ଗଛ ଲଗାଇ ବନୀ କରଣ କରନ୍ତୁ l l ସେଠାରେ ବହୁତ ଅନାବଶ୍ୟକ ମେସିନ ଗୁଡିକ ସେଠାରୁ କାଢି ନେଇ ସେହି ଅଂଚଳକୁ ପାର୍କ ବା ଅବସର ବିନୋଦନ କାର୍ଯ୍ୟରେ ବ୍ୟବହାର ହେଉ ବୋଲି କୁହାଯାଇଛି l ବୋଲି ପ୍ରେସ ବିବୃତିରେ ଅଶୋକ ପାଇକରାୟ, ସିଦ୍ଧେଶର ନାୟକ, ପ୍ରସନ୍ନ ବିଷୋୟୀ, ଭିକ୍ଷାକାରୀ ତ୍ରିପାଠୀ, ଦିଲୀପ ଦାଶଶର୍ମା, ଚିନ୍ତାମଣି ବାରିକ, ସତ୍ୟ ମହାନ୍ତି, ପ୍ରତାପ ସାହୁ, ସଚିତ୍ର ପାତ୍ର, ରଶ୍ମିରଂଜନ ପରିଡା, ପ୍ରତାପ ସାହୁ, ଗଗନ ପଣ୍ଡା, ସୁବ୍ରତ ସାହୁ, ଅଶୋକ ପାଲଟାସିଂ, ସୁଜିତ ମିଶ୍ର, ଅଶୋକ ବଳବନ୍ତରାୟ, ଦିଲୀପ ସାହୁ, ନିରୁପମା ପାତ୍ର, ମେଘନା ମିଶ୍ର, ପ୍ରଦୀପ୍ତ ପରିଡା, ବିଶ୍ୱରଂଜନ ବେହେରା, ସଞ୍ଜୟ ମଲିକ ଆଦି କହିଛନ୍ତି l
ଭୁବନେଶ୍ୱର //ବୁଧବାର ଠାରୁ ଗlଡ଼କଣ ଅଳିଆଗଦା କୁ ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତରେ କୌଣସି ଅଳିଆ ଗାଡ଼ିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ-ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ”ର କର୍ମକର୍ତ୍ତା ଭୁବନେଶ୍ୱର

Leave a Reply