ଭୁବନେଶ୍ୱର // ବିଶ୍ୱାସ ବିଜ୍ଞାନ ମହାବିଦ୍ୟାଳୟରେ ମେଧାବୀ ଅନ୍ୱେଷଣ ପରୀକ୍ଷା -୨୦୨୫

Spread the love

ବିଶ୍ୱାସ ବିଜ୍ଞାନ ମହାବିଦ୍ୟାଳୟରେ ମେଧାବୀ ଅନ୍ୱେଷଣ ପରୀକ୍ଷା -୨୦୨୫
ଭୁବନେଶ୍ବର: ଦର୍ଶନ ସମୀକ୍ଷା
ଅପରାହ୍ନ ଘ ୨:୦୦ ଟିକା ମଧ୍ୟରେ ପିତାପଲ୍ଲି ସ୍ଥିତ ଵିଶ୍ଵାସ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ରାଜ୍ୟ ସ୍ତରିୟ ବିଜ୍ଞାନ ମେଧାବୀ ଅନ୍ୱେଷଣ ପରୀକ୍ଷା ୨୦୨୫ ଅନୁଷ୍ଠିତ ହୋଇଯାଇଅଛି। ଏହି ରାଜ୍ୟ ସ୍ତରିୟ ମେଧାବୀ ଅନ୍ୱେଷଣ ପରୀକ୍ଷା ରେ ଚଳିତ ବର୍ଷ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାର ଚାହିଦା, ଆଗ୍ରହ ଓ ପ୍ରୋତ୍ସାହନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଭିନ୍ନ ଜିଲ୍ଲା ରୁ ପ୍ରାୟ ୫୦୦ ଛାତ୍ରଛାତ୍ରୀ ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟରୁ ଆସି ଭାଗ ନେଇଥିଲେ । ବର୍ଦ୍ଧିତ ମାନବ ସମାଜରେ ସୂଚନା ବିଜ୍ଞାନ, ଗମନାଗମନ ତଥା ସ୍ବାସ୍ଥ୍ୟକ୍ଷେତ୍ରରେ ଯେଉଁ ଭଳି ଯାନ୍ତ୍ରିକ ଟେକ୍ନୋଲୋଜି ବ୍ୟବହାର କରାଯାଉଛି, ତାହାର ବ୍ୟବହାର ପ୍ରଣାଳୀ ପାଇଁ ବିଜ୍ଞାନ ଶିକ୍ଷା ଅପରିହାର୍ଯ୍ୟ ହୋଇପଡିଛି ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି। ପ୍ରତିଯୋଗିତା ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଛ ବିଦ୍ୟାଳୟ, ଖୋର୍ଦ୍ଧା ର ଛାତ୍ର ଶ୍ରୀ ସିଦ୍ଧି ଶେଖର ଛୋଟରାୟ ୧ମ, ସରକାରୀ ବାଳକ ବିଦ୍ୟାଳୟ, ୟୁନିଟ-୮ ର ଛାତ୍ର ଶ୍ରୀ ଜ୍ୟୋତି ପ୍ରକାଶ ସାହୁ ୨ୟ ଏବଂ ଶ୍ରୀ ସତ୍ୟମ୍ ବିଶୋଇ ୩ୟ ସ୍ଥାନ ଅଧିକାର କରି ନଗଦ ଆକାରରେ କ୍ୟାସ ପ୍ରାଇଜ ସହ ମାନପତ୍ର ଏବଂ ଉପହାର କିଟ୍ ପ୍ରଦାନ କରାଯାଇଥିଲା, ତତ୍ ସହଭାଗ ନେଇଥିବା ସମସ୍ତ ପରୀକ୍ଷାର୍ଥୀ ଙ୍କୁ ମାନପତ୍ର ଏବଂ ଉପହାର ଦିଆଯାଇଥିଲା।
ଏହି ମେଧାବୀ ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନ ର ଚେୟାରମ୍ୟାନ ତଥା ଉତ୍କଳ ହସ୍ପିଟାଲ୍ ର ମ୍ୟାନେଜିଙ୍ଗ ଡାଇରେକ୍ଟର ଡଃ. ପ୍ରଜ୍ଞାନ ରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି, ଅନୁଷ୍ଠାନ ର ସମ୍ପାଦିକା ତଥା ନିର୍ଦ୍ଦେଶିକା ଡ଼ଃ. ନନ୍ଦିନୀ ଘଡ଼ାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥଲେ।ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର କର, ଵିଶ୍ଵାସ ପାରାମେଡିକାଲ ର ଅଧ୍ୟକ୍ଷ ତଥା ରାଜ୍ୟ ସ୍ତରୀୟ ମେଧାବୀ ପରୀକ୍ଷା ର ମୁଖ୍ୟ ସଂଯୋଜକ ଡ଼ାଃ ଅଭୟ କୁମାର ବାହିନୀପତି ଉତ୍ସବ ପରିଚାଳନା କରିଥଲେ।, ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥଲେ।

Leave a Reply

Your email address will not be published. Required fields are marked *