ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ କର୍ମଚାରୀ ବାସଗୃହର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର ୧୫/୦୭/୨୦୨୫ଦର୍ଶନ ସମୀକ୍ଷା
ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ କର୍ମଚାରୀ ବାସଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ନୂତନ ବାସଗୃହ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଓଡିଶା ନିର୍ମାଣ ନିଗମ ମାଧ୍ୟମରେ ନିର୍ମାଣ କରାଯିବ । ଉକ୍ତ ପ୍ରକଳ୍ପରେ ତଳ ମହଲାକୁ ମିଶାଇ ମୋଟ ପାଞ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରାଯିବ । ଆଜିର ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ପ୍ରତିଷ୍ଠାନରେ ନୂତନ ଭାବେ ଆଉ ୫ଟି ନୂତନ ପାଠ୍ୟ ଖସଡ଼ା ଅନ୍ତର୍ଭୁକ୍ତ ହେବାକୁ ଯାଉଛି । ଏହାଦ୍ୱାରା ଅଧିକ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ପାଠପଢା ପାଇଁ ଅଧିକ ଅଧ୍ୟାପକ ଓ କର୍ମଚାରୀଙ୍କ ଆବଶ୍ୟକତା ରହିବ । ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ସୁଦୃଢ କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ । ଏହି ନୂତନ କର୍ମଚାରୀ ବାସଗୃହ ବିକାଶମୂଳକ ପଦକ୍ଷେପ ମଧ୍ୟରୁ ପ୍ରମୁଖ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ଏହି ଅବସରରେ ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍, ଗଣିତ ଓ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଯଶବନ୍ତ ଜେନା, କୁଳସଚିବ ପ୍ରଫେସର ତ୍ରୈଲୋକ୍ୟ ପାଣିଗ୍ରାହୀ, ବିଜ୍ଞାନ ଓ ବୈଷୟିକ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଶ୍ରୀମତୀ ବିଦ୍ୟୁତପ୍ରଭା ରାଉତ, ଶ୍ରୀମତୀ ପୂଜା ମିଶ୍ର, ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ନିର୍ଦ୍ଦେଶିକା ଶ୍ରୀମତୀ ଉର୍ମିପ୍ରଭା ମହାରଣା, ପ୍ରତିଷ୍ଠାନର ସୁନୀତା ଚକ୍ରବର୍ତ୍ତୀ, ଶିକ୍ଷକ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
Leave a Reply