ଭୁବନେଶ୍ୱର //ବିଜୁପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ Constituent College CIME (College of IT and Management Education)ର ୨୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ଯଅତିଥି ଭାବେ ବିଜୁପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର(ଡ଼ଃ) ଅମୀୟ କୁମାର ରଥ ଯୋଗଦେଇଥିଲେ

Spread the love

ସାଇମ୍ ଭୁବନେଶ୍ୱରର ୨୫ତମ ପ୍ରତିଷ୍ଠା ଦିବସ ପାଳିତ
କୁଳପତିଙ୍କ ଗୁଣାତ୍ମକ ଶିକ୍ଷା ତଥା କର୍ମନିଯୁକ୍ତି ଉପରେ ଗୁରୁତ୍ବ …..

ଭୁବନେଶ୍ବର ତା ୦୪/୦୮/୨୦୨୫ରିଖ :ଦର୍ଶନ ସମୀକ୍ଷା ଭୁବନେଶ୍ବର
ବିଜୁପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ Constituent College CIME (College of IT and Management Education)ର ୨୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ଯଅତିଥି ଭାବେ ବିଜୁପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର(ଡ଼ଃ) ଅମୀୟ କୁମାର ରଥ ଓ ସମ୍ମାନୀତ ଅତିଥି ରୂପେ କାନାଡ଼ା ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଏ.ଜି.ଏମ୍.
ଶ୍ରୀମତୀ ରୀତା ଦାଶ, ଡ଼ଃ ଆର୍ଯ୍ୟ ପଟ୍ଟନାୟକ, ସଭ୍ଯ ବୋର୍ଡ଼ ଅଫ ମ୍ୟାନେଜମେଣ୍ଟ, ବିପିୟୁଟି, ରାଉଲକେଲା ଓ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ (ଇଂ) ପ୍ରତାପରୁଦ୍ର ପଟ୍ଟନାୟକ, ପ୍ରଫେସର ଅଜିତ କୁମାର ଦାସ ଓ ପ୍ରଫେସର (ଡ଼ଃ) ଶକ୍ତି ରଞ୍ଜନ ମହାପାତ୍ର ବିଶେଷ ଅତିଥି ରୂପେ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ଯକ୍ଷ ଡ଼ଃ ଦୀପକ କୁମାର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ଅଧ୍ଯକ୍ଷ, ଛାତ୍ରଛାତ୍ରୀ ତଥା ଆମନ୍ତ୍ରିତ ଅତିଥିଙ୍କ ଗହଣରେ ମାନ୍ଯବର କୁଳପତି ପଞ୍ଚବାର୍ଷିକ ଅନୁଷ୍ଠାନ ବିକାଶ ଯୋଜନା ଓ ଛାତ୍ରଛାତ୍ରୀ ନିଯୁକ୍ତି ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଉକ୍ତ ପୁସ୍ତିକା ଦ୍ବୟ ଆଗାମୀ ପାଞ୍ଚ ବର୍ଷରେ କିପରି ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା,ତଥା ଛାତ୍ରଛାତ୍ରୀମାନଙ୍କ ଇନଟର୍ନସିପ, ପ୍ରୋଜେକ୍ଟ ତଥା ପ୍ଲେସମେଣ୍ଟରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନିର୍ଦ୍ଧାରିତ ଲକ୍ଷ୍ଯ ହାସଲ କରାଯାଇପାରିବ ତା’ ଉପରେ ବିସ୍ତୃତ ଆଲୋଚନା କରାଯାଇଅଛି। ଏହି ପୁସ୍ତିକାଦ୍ବୟ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ତଥା ଉପସ୍ଥିତ ଶିକ୍ଷାବିତ୍‌ମାନଙ୍କ ଦ୍ଵାରା ପ୍ରଂଶସିତ ହୋଇଥିଲା।

ମୁଖ୍ଯଅତିଥି ବିଶ୍ଵ ବିଦ୍ୟାଳୟ କୂଳପତି ପ୍ରଫେସର (ଡ଼ଃ) ଅମୀୟ କୁମାର ରଥ ଆନୁଷ୍ଠାନିକ ଭାବେ ସାଇମ ପୁରାତନ ଛାତ୍ରସଂଘକୁ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଏସଆଇପି, ଇନଟର୍ନସିପ ଓ ପ୍ରୋଜେକ୍ଟରେ ମୁଖ୍ଯ ଭୂମିକା ନେବାର ସଂକଳ୍ପ ନେଇଥିବାରୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କ କର୍ମନିଯୁକ୍ତି ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ।

ଉକ୍ତ ସମାରୋହରେ କୁଳପତି ପ୍ରଫେସର ରଥ, ଓଡ଼ିଶା କ୍ୟାପିଟାଲ ମାର୍କେଟର ପରିଚାଳନା ନିର୍ଦ୍ଦେଶକ ଥୋମାସ ମାଥ୍ୟୁ ଓ କାନାଡ଼ା ବ୍ୟାଙ୍କର ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ପ୍ରିତିଶ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରତିଷ୍ଠା ଦିବସ ସମାରୋହରେ ପୂର୍ବତନ ଅଧ୍ଯକ୍ଷମାନେ ନିଜ ଭାଷଣରେ ଅନୁଷ୍ଠାନର ପଚିଶବର୍ଷର ଯାତ୍ରା ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ଏମ୍‌.ବି.ଏ. ବିଭାଗର ମୁଖ୍ୟ ଡ଼ଃ ଦେବାଶିଷ ମହାନ୍ତି ବାର୍ଷିକ ବିବରଣୀ ପାଠ କରିବା ସହ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ ପ୍ରଫେସର (ଡ଼ଃ) ରାଜଲକ୍ଷ୍ମୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପ୍ରଫେସର (ଡ଼ଃ) ବିଦ୍ୟା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *