ବାଲିଅନ୍ତା ବ୍ଲକ ସ୍ତରୀୟ ସାମୂହିକ ପାଠାଗାର ଏବଂ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତି ପ୍ରସ୍ତର
ଭୁବନେଶ୍ୱର :ବାଲିଅନ୍ତା,ଦର୍ଶନ ସମୀକ୍ଷା
ବାଲିଅନ୍ତା ବ୍ଲକ ପ୍ରତାପ ଶାସନ ପଞ୍ଚାୟତ ଅଧୀନ ଚେତନା ମାନସ ମାନସିକ ବିକାର ଗ୍ରସ୍ତ ଆଵାସିକ କେନ୍ଦ୍ର ନିକଟରେ ଆଜି ଅପରାହ୍ନରେ ସାମୂହିକ ପାଠାଗାର ଏବଂ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ନେଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି l ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ପ୍ରକଳ୍ପ ଦ୍ଵୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l ଏନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୩0 ଲକ୍ଷ, ଜିଲ୍ଲା ଖଣିଜ ପାଣ୍ଠିରୁ ୧0 ଲକ୍ଷ, ମନରେଗା ଯୋଜନାରେ ୫ ଲକ୍ଷ, ୫ମ ରାଜ୍ୟ ଅର୍ଥ କମିସନ ଯୋଜନାରେ ୫ ଲକ୍ଷ ଏବଂ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ୩ ଲକ୍ଷ ମଞ୍ଜୁର ହୋଇଛି l ଶିବ ମଲ୍ଲିକ ସଭାରେ ସଭାପତିତ୍ବ କରିଥିଲେ l ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ନିର୍ବାଚନମଣ୍ଡଳୀ ପ୍ରତିନିଧି ଚୌଧୁରୀ ଦ୍ୱାରିକା ନାଥ ଦାଶ, ସୁବାସ ଜେନା,ବସନ୍ତ ନାୟକ, ସାଂସଦ ବ୍ଲକ ପ୍ରତିନିଧି ବିଜୟ ମହାରଣା,ସିଦ୍ଧେଶ୍ୱର ନାଥ,ବିଡ଼ିଓ ରାଜଲକ୍ଷ୍ମୀ ନାଥ,ଭାରପ୍ରାପ୍ତ ତହସିଲଦାର କଳ୍ପନା ଦାଶ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିକୟ ଲକ୍ଷ୍ମୀ ପରିଡା, ସହକାରୀ ଯନ୍ତ୍ରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ତାପସ ରଞ୍ଜନ ବିଶ୍ୱାଳ, ଦିପ୍ତିମୟୀ ପ୍ରଧାନ, ରଞ୍ଜିତ ବଳଵନ୍ତରାୟ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ l
Leave a Reply