ଭୁବନେଶ୍ୱର //ପ୍ରଣମ୍ୟ ପ୍ରହରାଜ” କାର୍ଯ୍ୟକ୍ରମ କବି ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ,ବର୍ଷା ପବ୍ଲିକେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଅଧ୍ୟାପିକା ବିଜୟଲକ୍ଷ୍ମୀ ଦାଶ ଓ ବିଶିଷ୍ଟ କବି ତଥା ସ୍ତମ୍ଭକାର କେଦାର ମିଶ୍ର ଯଥାକ୍ରମେ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ

Spread the love

“ପ୍ରଣମ୍ୟ ପ୍ରହରାଜ” କାର୍ଯ୍ୟକ୍ରମ
କବି ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ
“ପୂର୍ବସୂରୀଙ୍କ ସାହିତ୍ୟ ଅଧ୍ୟୟନ ଜରୁରୀ “

ଭୁବନେଶ୍ୱର 06.09:=(ଦର୍ଶନସମୀକ୍ଷା)
ଦିବଂଗତ କବି ପ୍ରହରାଜ ସତ୍ୟ ନାରାୟଣ ନନ୍ଦଙ୍କ ସାରସ୍ୱତ ଅବଦାନ ବିପୁଳ କିନ୍ତୁ ବିଶେଷ ଭାବରେ ଅନାଲୋଚିତ | ସମକାଳ ଲେଖକମାନେ ପୂର୍ବସୂରୀମାନଙ୍କ ରଚନା ନେଇ ଅଧିକ ଆବଶ୍ୟକତା ରହିଛି ବୋଲି ପ୍ରସିଦ୍ଧ କବି ଫନୀ ମହାନ୍ତି ପ୍ରକାଶ କରିଛନ୍ତି | ଆଜି
ସନ୍ଧ୍ୟାରେ ଜୟଦେବ ଭବନରେ
ଅନୁଷ୍ଠିତ “ପ୍ରଣମ୍ୟ ପ୍ରହରାଜ ” କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ମର୍ମରେ ମତ ଦେଇଛନ୍ତି |
ବର୍ଷା ପବ୍ଲିକେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଅଧ୍ୟାପିକା ବିଜୟଲକ୍ଷ୍ମୀ ଦାଶ ଓ ବିଶିଷ୍ଟ କବି ତଥା ସ୍ତମ୍ଭକାର କେଦାର ମିଶ୍ର ଯଥାକ୍ରମେ ମୁଖ୍ୟ ବକ୍ତା ତଥା ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ପ୍ରହାରାଜଙ୍କ ସାହିତ୍ୟକୃତିର
ସଦୃଷ୍ଟାନ୍ତ ଆଲୋଚନା କରିଥିଲେ |
ପ୍ରହରାଜଙ୍କ ସାନଭାଇ ପ୍ରହରାଜ ଜୟନାରାୟଣ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ଉପକ୍ରମ ବକ୍ତବ୍ୟ
ଉପସ୍ଥାପନ କରିଥିଲେ |
ଅତିଥିମାନେ ପ୍ରହାରାଜଙ୍କ ରଚିତ ଦୁଇଟି ବହି “ଗୀତଗୋବିନ୍ଦ ଭାବା- ନୁବାଦ” ଓ “ପେଟାଲସ ଅଫ ଲଭ “
ପାଠକାର୍ପିତ କରିଥିଲେ |ବର୍ଷା ପବ୍ଲିକେସନର ନିର୍ଦେଶକ ବାଦଲ ମହାନ୍ତି ପ୍ରକାଶକୀୟ ଅଭିବ୍ୟକ୍ତି ସହିତ ଧନ୍ୟବାଦ ଅର୍ପଣ କରିଥିଲେ |
କାର୍ଯ୍ୟକ୍ରମରେ ଗବେଷକ-ସ୍ତମ୍ଭକାର
ଅସିତ ମହାନ୍ତିଙ୍କ ସମେତ ବହୁ ସାହିତ୍ୟିକ, ସଂସ୍କୃତିପ୍ରେମୀ ଓ ପ୍ରହରାଜ ପରିବାରର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *