ଦେବୟୁଗ୍ ପରିବାର ର ଏକାମ୍ର ଚନ୍ଦନ ମହାଉତ୍ସବ-
ଭୁବନେଶ୍ୱର :ଦର୍ଶନ ସମୀକ୍ଷା
ଦେବୟୁଗ୍ ପରବର ର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ଅଧକ୍ଷ ଶ୍ରୀଯୁକ୍ତ ଦେବବ୍ରତ ନାୟକ (ସିତୁ)ଙ୍କ ନେତୃତ୍ୱରେ ଚଳିତ ମାସ, ଗତ ଇଂରାଜୀ ତାରିଖ -୦୭.୦୬.୨୦୨୫ (ଶନିବାର) ଦିନ ପୁରୁଣା ଭୁବନେଶ୍ୱର, ମାଉସୀମା ଛକ ସ୍ଥିତ ପ୍ରଭୁ ଶ୍ରୀ ରାମେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷର ପବିତ୍ର ଏକାମ୍ର ଚନ୍ଦନ ମହାଉତ୍ସବ ବଡ଼ ଆଡମ୍ବରରେ ପାଳିତ ହୋଇ ଯାଇଅଛି।

ଦେବୟୁଗ୍ ପରିବାରର ଏହି ପବିତ୍ର ଏକାମ୍ର ଚନ୍ଦନ ମହଉତ୍ସବରେ ହଜାର ହଜାର ସାଧାରଣ ଜନତାଙ୍କ ଉପସ୍ଥିତିରେ ବିଶିଷ୍ଠ କଳାକାର ଶ୍ରୀମତୀ ଦୀପ୍ତିରେଖା ପାଢ଼ୀ, ଶ୍ରୀଯୁକ୍ତ କୁମାର ବାପିଙ୍କ ସହିତ ଅନ୍ୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥିମାନଙ୍କ ମଧ୍ୟରୁ,
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ, ଓଡିଶା ବିଜେପି ଦଳର ପ୍ରଭାରୀ ଶ୍ରୀଯୁକ୍ତ ଗୋଲକ ମହାପତ୍ର, ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାj ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ମଧ୍ୟମ ବିଧାୟକ ପାର୍ଥି ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ପୂର୍ବତନ ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁର ରାଉତରାୟ, ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ଶତପଥି, ପୂର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି, ୪୫ନମ୍ବର ୱାର୍ଡର କର୍ପୋରେଟର ଶ୍ରୀଯୁକ୍ତ ଅମରେଶ ଜେନା, ୫୯ ୱାର୍ଡ କର୍ପୋରେଟର ଶ୍ରୀଯୁକ୍ତ ଲିଟୁ ମହାଶୂପକାର, ୬୭ ୱାର୍ଡ କର୍ପୋରେଟର ଶ୍ରୀଯୁକ୍ତ ସୂରିୟା ପ୍ରଧାନ, ନାରୀ ନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର, ଶ୍ରୀମତୀ ସୁଭାଷିନୀ ପୃଷ୍ଟି, ଶ୍ରୀମତୀ ତୃପ୍ତି ମୟୀ ମକଦମ, ଶ୍ରୀମତୀ ସିପ୍ରା ସେନାପତି, ଭୁବନେଶ୍ୱର ବିଜେପି ଦଳର ଯୁବ ମୋର୍ଚା ସଭାପତି ଶ୍ରୀଯୁକ୍ତ ସୋୟାମ ସେବକ ରାୟ ପ୍ରମୁଖ ଏହି ମହାଉତ୍ସବରେ ଉପସ୍ଥିତ ରହି ଉତ୍ସବର ମାନ ବଢ଼ାଇ ଥିଲେ।
ଦେବୟୁଗ୍ ପରିବାରର ଏହି ମହାଉତ୍ସବକୁ ସଫଳତା ସହ କାର୍ଯକାରୀ କରି ସମାପନ କରିବାରେ ସାଧାରଣ ଜନତାଙ୍କ ସହିତ ପରିବାରର ମୁଖିଆ ଶ୍ରୀଯୁକ୍ତ ଦେବବ୍ରତ ନାୟକ ଏବଂ ସମସ୍ତ ଅଗ୍ରଣୀ ସଦସ୍ୟମାନଙ୍କ ମିଳିତ ଯୋଗଦାନ ଏବଂ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ହିଁ ସମ୍ଭବ ହୋଇପାରିଲା।
Leave a Reply