୧୧ତମ ଚଳଚ୍ଚିତ୍ର ପୁରସ୍କାର ଓ କବି କଳାକାର ମହାକୁମ୍ଭ ରେ ସାମିଲହେଲେ ହଜାରରୁ ଅଧିକ କଳାକାର ।
ଭୁବନେଶ୍ୱର ୨୨/୫/(ଦର୍ଶନ ସମୀକ୍ଷା) ଗୁରୁବାର ସକାଳ ୯ ଘଂଟିକା ସମୟରେ ଜୟଦେବ ଭବନ ଭୁବନେଶ୍ୱର ଠାରେ ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ର ୧୧ତମ ଚଳଚ୍ଚିତ୍ର ଉତ୍ସବ ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ଶ୍ରୀଯୁକ୍ତ ବାବୁ ସିଂ ମାନ୍ୟବର ବିଧାୟକ ଏକାମ୍ର ଭୁବନେଶ୍ୱର, ଖଣ୍ଡପଡା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ୱାଇଁ, ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦାନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଂଜନ ବଡ଼ଜେନା, ଅଭିନେତା ହରିହର ମହାପାତ୍ର, ଅଭିନେତ୍ରୀ ଅନନ୍ୟା ମିଶ୍ର, ସଂଗୀତ ନିର୍ଦ୍ଧେଶକ ପ୍ରଶାନ୍ତ ପାଢ଼ୀ, ଅଭିନେତ୍ରୀ ପଲ୍ଲବୀ ପ୍ରିୟ ଦର୍ଶିନୀ ନାଥ, ନିଁର୍ଧେଶକ କୁନାଲ ପଟ୍ଟନାୟକ,କଣ୍ଠଶିଳ୍ପୀ ସୌଜନ୍ୟା ରଥ, ଅଭିନେତ୍ରୀ ମନୀଷା ମଞ୍ଜରୀ ମିଶ୍ର,କବି ଡ଼. ଆର୍ତତ୍ରାଣ ସାହୁ,ସମାଜସେବୀ ଶ୍ରୀଯୁକ୍ତ ବିଜୟ କୁମାର ଜେନା, ଶ୍ରୀଯୁକ୍ତ ହେମନ୍ତ କୁମାର ସାମନ୍ତରାୟ, ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ,ସୁଶ୍ରୀ ଲଷ୍ମୀପ୍ରିୟା ପଣ୍ଡା,ଡ଼. ବନ୍ଦନା ହରିଚନ୍ଦନ,ଅତିଥି ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ଦେଇଥିଲେ । ମେଘ ମହ୍ଲାର ପବ୍ଲିକେସନ ତରଫରୁ କବି ନୀଳମଣି ସେଠି ଙ୍କ ପ୍ରେମ ମନ୍ଦାକିନୀ କବିତା ସଂକଳନ ଉନ୍ମୋଚନ ହୋଇଥିଲା । ବିଭିର୍ଣ୍ଣ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ସାରା ଓଡିଶାରୁ କଳାହାଣ୍ଡି, ବଲାଙ୍ଗୀର ବୌଦ୍ଧ, ଫୁଲବାଣୀ, କୋରାପୁଟ, ମାଲକାନଗିରି,ଖୋର୍ଦ୍ଧା,ପୁରୀ,କଟକ, ନୟାଗଡ,ଜଗତସିଂହପୁର, କେନ୍ଦ୍ରାପଡ଼ା,ଢେଙ୍କାନାଳ ଜିଲ୍ଲାରୁ ୧୫୦ କଳାକାର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଉତ୍ତମ ଶିକ୍ଷୟତ୍ରୀ ଭାବେ ଆରତୀ ବେହେରା, ଉତ୍ତମ ସାମ୍ବାଦିକ ଭାବେ ଜିତେନ୍ଦ୍ର କୁମାର ସାହୁ, ସରୋଜ କୁମାର ମୁଦୁଲି, ସମାଜସେବୀ ବିଜୟ କୁମାର ଜେନା ପ୍ରମୁଖ ଙ୍କୁ ଉପାଧି ରେ ଭୂଷିତ କରାଯାଇଥିଲା ।ଅନୁଷ୍ଠାନର କର୍ମକର୍ତ୍ତା ଓମ ପ୍ରକାଶ ମହାଦେବ, ଚନ୍ଦନ ବିଶ୍ୱାଳ, ଶିବୁନ, ବିକାଶ, ନୀଳମାଧଵ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡ଼. ରୀନାବାଳା ସାହୁ ସଂଯୋଜନା କରିଥିଲେ ।।
Leave a Reply