ଭୁବନେଶ୍ୱର //ଆମେରିକାନ ମେରିଟ କାଉନସିଲ ତରଫରୁ ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କଳା ଗବେଷଣା ପ୍ରତିଷ୍ଠାନର ସଭାପତି ପ୍ରଶାନ୍ତ କର ଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଶ୍ରୀ କର ହେଉଛନ୍ତି ଓଡ଼ିଶାର ପ୍ରଥମ ବ୍ୟକ୍ତି ଯେ କି ଏହି ମର୍ଯ୍ୟାଦା ଜନକ ସମ୍ମାନ ପାଇଛନ୍ତି-କଟକ ରୁ ଭରତ ଚନ୍ଦ୍ର ମହାରଣା ଦର୍ଶନ ସମୀକ୍ଷା

Spread the love

ଓଡ଼ିଶା ରାଜ୍ୟ କଳା ଗବେଷଣା ପ୍ରତିଷ୍ଠାନର ସଭାପତି ପ୍ରଶାନ୍ତ କର ଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ

କଟକ :(ଦର୍ଶନ ସମୀକ୍ଷା )ଭରତ ଚନ୍ଦ୍ର ମହାରଣା

କଟକ :ସମାଜରେ ଉତ୍କୃଷ୍ଟ ସମାଜ ସେବା କ୍ଷେତ୍ର ରେ। ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ରାଜ୍ୟ କଳା ଗବେଷଣା ପ୍ରତିଷ୍ଠାନର ସଭାପତି କଲାଭୂଷଣ ପ୍ରଶାନ୍ତ କୁମାର କର ଙ୍କୁ ଆମେରିକାନ ମେରିଟ କାଉନସିଲ ପକ୍ଷରୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ କି ଏହି ମର୍ଯ୍ୟାଦା ଜନକ ଡକ୍ଟରେଟ ଉପାଧି ପଶିଲେ। ୱାର୍ଲ୍ଡ ଚାରିଟେବୁଲ ଫାଉଣ୍ଡେସନ ପକ୍ଷରୁ ଜୟଦେବ ଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟ କ୍ରମରେ ଶ୍ରୀ କରଙ୍କୁ ଏହି ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଏଠାରେ ସୂଚାଇ ଦିଆଯାଇ ପାରେ ଡକ୍ଟର କର ଜଣେ ଏକାଧାରରେ ସମାଜ ସେବୀ ସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ଉତ୍କଳର କଳା ଓ ସଂସ୍କୃତିକୁ ପ୍ରଚାର ପ୍ରସାର ପାଇଁ ସେ ଓଡ଼ିଶା ରାଜ୍ୟ କଳା ଗବେଷଣା ପ୍ରତିଷ୍ଠାନର ସ୍ଥାପନ କରି ପ୍ରତି ବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ପୁରସ୍କୃତ କରି ଆସୁଛନ୍ତି।ଶ୍ରୀ କର ହେଉଛନ୍ତି କଟକ ଜିଲ୍ଲା ତେଲେଙ୍ଗା ପେଣ୍ଠର ବାସିନ୍ଦା ତାଙ୍କର ପିତା ଆଦର୍ଶ ଶିକ୍ଷକ ସ୍ଵର୍ଗତ ପ୍ରଫୁଲ୍ଲ କୁମାର୍ କରଙ୍କ ସୁପୁତ୍ର।

Leave a Reply

Your email address will not be published. Required fields are marked *