ଭୁବନେଶ୍ୱର //ଗୀତ ଗୋବିନ୍ଦ ସଦନରେ ରବିବାର ସନ୍ଧ୍ୟାରେ ସ୍ବୟଂ ସଙ୍ଗୀତ ଗ୍ରୁପର ତୃତିୟ ଅବଦାନ ସଙ୍ଗୀତ କି ମେହେଫିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ରାଜ୍ଯ ସୂଚନା କମିଶନର ପ୍ରାଣବିନ୍ଦୁ ଆଚାର୍ଯ୍ଯ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ

Spread the love

ସ୍ବୟଂ ସଙ୍ଗୀତ ଗ୍ରୁପର ସଙ୍ଗୀତ କି ମେହେଫିଲ: ଝୁମିଲେ ଦର୍ଶକ
ଭୁବନେଶ୍ବର, ୮/୬: ଦର୍ଶନ ସମୀକ୍ଷା

ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ରବିବାର ସନ୍ଧ୍ୟାରେ ସ୍ବୟଂ ସଙ୍ଗୀତ ଗ୍ରୁପର ତୃତିୟ ଅବଦାନ ସଙ୍ଗୀତ କି ମେହେଫିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ରାଜ୍ଯ ସୂଚନା କମିଶନର ପ୍ରାଣବିନ୍ଦୁ ଆଚାର୍ଯ୍ଯ ମୁଖ୍ଯ ଅତିଥି, ଆଳାପ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଓଡ଼ିଶୀ ନୃତ୍ଯ ଗୁରୁ ନିମକାନ୍ତ ରାଉତରାୟ ଓ ଆଶାବରୀ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ଓଡ଼ିଶୀ ସଙ୍ଗୀତ ଗୁରୁ ଉମେଶ ଚନ୍ଦ୍ର ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଅନୁଷ୍ଠାନର ପରିଚାଳନା କମିଟିର ଡଃ. ଅୟସ କାନ୍ତ ମହାନ୍ତି, ପ୍ରଦିପ୍ତ କୁମାର ଜେନା, ବୁବୁ ପଟ୍ଟନାୟକ, ଶ୍ରୀମତି ପ୍ରଣତି ରାୟ ତଥା ଆୟୋଜକ ଅଜୟ ରଥ ପ୍ରମୁଖଙ୍କ ତତ୍ତ୍ବାବଧାନରେ ସଙ୍ଗୀତ ସଂଧ୍ୟା ଉତ୍ସବ ମୁଖରିତ ହୋଇ ଥିଲା। ବିଷ୍ଣୁ ନାୟକ, ଦେବାଶିଷ ସାମଲ, ଜଗଜ୍ଜୀବନ, ପ୍ରଭାତ, ସଟ୍ଟି ନାୟକ, ସଞ୍ଜୟ, ଶ୍ରୀନିବାସ ପଟ୍ଟନାୟକ, ସବ୍ୟସାଚୀ, ତାରାକାନ୍ତ, ମନୋରଞ୍ଜନ, ଆରତୀ, ଅର୍ଚ୍ଚନା, ଅଳକାନନ୍ଦା, ଲିପି, ମଧୁସ୍ମିତା, ମମତା, ପ୍ରିୟଦର୍ଶିନୀ, ରାଜଶ୍ରୀ, ରଶ୍ମି ରେଖା, ସୁନୀତା, ତାରିଣୀ ଏବଂ ମମତା ଦାସଙ୍କ ଭଳି ସୁଗାୟକ ଓ ଗାୟିକାଙ୍କ ଦ୍ବାରା ଓଡ଼ିଆ ଏବଂ ହିନ୍ଦି ଗୀତର ସଙ୍ଗୀତ ମୟୀ ସଂନ୍ଧ୍ଯାରେ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିବା ସହ ସଙ୍ଗୀତର ତାଳେ ତାଳେ ଝୁମି ଥିଲେ।

କର୍ମମୟ ଜୀବନର ଅବସାଦକୁ ଭୁଲିବା ପାଇ ଏହିଭଳି ପ୍ରୟାସର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଦର୍ଶକ ମତପୋଷଣ କରିଥିଲେ। ଏହି ସଙ୍ଗୀତ ସଂନ୍ଧ୍ଯାରେ ଦୁର ଦର୍ଶନ ସମ୍ବାଦ ପାଠିକା ଅନୁସୂୟା ସାହୁ ନିଜର ଅପୂର୍ବ ବାକ୍ ଚାତୁରୀ ସହ କାର୍ଯ୍ୟକ୍ରମକୁ ସଞ୍ଜୋଜନା କରିଥିଲେ।

Leave a Reply

Your email address will not be published. Required fields are marked *