ପରିବେଶ ସନ୍ତୁଳନ ପାଇଁ
ଓସେଡୋ ଅନୁଷ୍ଠାନର ବିଭିନ୍ନ ସ୍ଥାନରେ ଚାରାରୋପଣ ।
ଭୁବନେଶ୍ୱର:,ଦର୍ଶନସମୀକ୍ଷା
ରାଜ୍ୟର ଅଗ୍ରଣୀ ସାମାଜିକ ଓ ପରିବେଶ ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓସେଡୋ (ଅର୍ଗାନାଇଜେସନ ଫର ସୋସିଓ ଏକଲୋଜିକାଲ ଡେଭଲପମେଣ୍ଟ ଅଫ ଓଡିଶା ) ତରଫରୁ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପରିବେଶ ସନ୍ତୁଳନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି।

ପ୍ରଥମେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରରେ ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନ ପରିସରରେ ସାଇନି ଇଣ୍ଡିଆ ଏଜୁକେସନ ଫାଉଂଡେସନ ଟ୍ରଷ୍ଟ ସହ ମିଳିତ ଭାବେ ପ୍ରାୟ ୨୦୦ ଚାରା ରୋପଣ କରିବା ସହ ପରେପରେ ପୁରୀ ଜ଼ିଲ୍ଲା ପିପିଲି ବ୍ଲକର ଲକ୍ଷ୍ମୀନାରାୟଣ ପଂଚାୟତସ୍ଥିତ ବିଲିପଡ଼ା ଗ୍ରାମର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ସାଧନ କେନ୍ଦ୍ର ପରିସର ଏବଂ ନିକଟସ୍ଥ ଗ୍ରାମ୍ୟ ରାସ୍ତା କଡରେ ମଧ୍ୟ ବୃକ୍ଷ ରୋପଣ କରାଯାଇଛି।
Leave a Reply