ଉତ୍କଳ ହସ୍ପିଟାଲରେ Deep Brain Stimulation (DBS) ସର୍ଜରୀ ସଫଳତାର ସଂପନ୍ନ
ତାରିଖ : ୦୧-୦୯-୨୦୨୫(ଦର୍ଶନସମୀକ୍ଷା)
ଭୁବନେଶ୍ୱର: ଉତ୍କଳ ହସ୍ପିଟାଲ ଏକ ଐତିହାସିକ ସଫଳତା ହାସଲ କରିଛି, ପାର୍କିନସନ୍ରୋଗ ପାଇଁ Deep Brain Stimulation (DBS) ସର୍ଜରୀ ସଫଳତାର ସହିତ କରି, ଓଡିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ ଭାବରେ ଏହି ଉନ୍ନତ ସ୍ନାୟୁ-ଶଳ୍ୟଚିକିତ୍ସା ପ୍ରକ୍ରିୟା ପ୍ରଦାନ କରୁଛି। ଏହି ସଫଳତା ସହିତ, ଏହି ହସ୍ପିଟାଲ ଭାରତର କେତେକ ହାତଗଣତି କେନ୍ଦ୍ରମାନଙ୍କ ମଧ୍ୟରେ ଯୋଗଦେଇଛି, ଯେଉଁଠାରେ ଏହି ପ୍ରଗତିଶୀଳ ଚିକିତ୍ସା ପ୍ରଦାନ ହେଉଛି।
DBS କ’ଣ?
Deep Brain Stimulation ହେଉଛି ଏକ ଆଧୁନିକ ଚିକିତ୍ସା ପ୍ରଣାଳୀ, ଯାହା ପାର୍କିନସନ୍ରୋଗ, Essential Tremor, Dystonia, Tourette Syndrome ଓ କିଛି ପ୍ରକାର Epilepsy ପାଇଁ ବ୍ୟବହୃତ ହୁଏ। ଏହି ପ୍ରକ୍ରିୟାରେ ମସ୍ତିଷ୍କର ନିର୍ଦ୍ଦିଷ୍ଟ ଅଂଶରେ Electrodes ପ୍ରତ୍ୟାରୋପିତ ହୁଏ, ଯାହା Chest ରେ ପ୍ରତ୍ୟାରୋପିତ ହୋଇଥିବା Battery-operated Pulse Generator ସହିତ ଯୋଡାଯାଇଥାଏ। ଏହା ଲଗାତାର ଇଲେକ୍ଟ୍ରିକ୍ ସ୍ଟିମ୍ୟୁଲେସନ୍ ଦେଇ ଅସ୍ଥ୍ୟବ୍ୟସ୍ଥ brain activity କୁ ସଠିକ କରେ, ଯାହା ଦ୍ୱାରା ଲକ୍ଷଣରେ ସୁଧାର ଆସେ।
ଯଦିଓ ଓଡିଶାରେ ପୂର୍ବରୁ ଦୁଇଟି DBS ସର୍ଜରୀ କରାଯାଇଥିଲା, ଉତ୍କଳ ହସ୍ପିଟାଲରେ ହୋଇଥିବା ଏହି ପ୍ରକ୍ରିୟା ଏକ ବଡ଼ ଅଗ୍ରଗତି — କାରଣ ଏହାରେ ପ୍ରଥମଥର ପାଇଁ AI-enabled BrainSense™ ଟେକ୍ନୋଲୋଜି ସହିତ ନବୀନତମ directional electrodes ବ୍ୟବହୃତ ହୋଇଛି। ଏହା ଡାକ୍ତରମାନଙ୍କୁ ଅଭୂତପୂର୍ବ ସ୍ତରରେ brain stimulation fine-tune କରିବାର ସୁବିଧା ଦେଇଥାଏ, ଯାହାର ଫଳରେ ରୋଗୀଙ୍କୁ ଉତ୍ତମ ଫଳାଫଳ ମିଳୁଛି।
DBS ଏକ ଉନ୍ନତ ଓ ତୁଳନାମୂଲକ ଭାବେ ବେଶି ଖର୍ଚ୍ଚସାଧ୍ୟ ପ୍ରକ୍ରିୟା ହେଲେମଧ୍ୟ, ଏବେ କେତେକ Private Insurance ଓ Government Health Schemes ଦ୍ୱାରା ସହାୟତା ଉପଲବ୍ଧ ହେବାରୁ ରୋଗୀମାନଙ୍କ ପାଇଁ ଏହା ଆହୁରି ପହଞ୍ଚନିୟ ହେଉଛି।
ଏହି ଐତିହାସିକ ସର୍ଜରୀ ଏକ ୪୦ ବର୍ଷୀୟ ପାର୍କିନସନ୍ରୋଗୀଙ୍କୁ କରାଯାଇଥିଲା, ଯିଏ ଦୀର୍ଘଦିନ ଧରି ଗୁରୁତର ଜୀବନ-ମାନକ ସମସ୍ୟାରେ ପଡ଼ିଥିଲେ। ସର୍ଜରୀ ସଫଳତାର ସହିତ ସମ୍ପନ୍ନ ହୋଇଥିଲା ଏବଂ ରୋଗୀ ୧ ସେପ୍ଟେମ୍ବର ୨୦୨୫ରେ ହସପିଟାଲରୁ ଡିଶ୍ଚlର୍ଜ ହୋଇଯାଇଛନ୍ତି । ପ୍ରତ୍ୟାରୋପିତ ଉପକରଣକୁ ତିନି ସପ୍ତାହ ପରେ ସକ୍ରିୟ କରାଯିବ, ଯେତେବେଳେ motor symptomsରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଶା କରାଯାଉଛି।
ଉତ୍କଳ ହସ୍ପିଟାଲର ଏକ highly skilled multidisciplinary team ର ସହଯୋଗରେ ଏହି ଐତିହାସିକ ସଫଳତା ସମ୍ଭବ ହୋଇଛି।
ଓଡିଶାରେ ସ୍ୱାସ୍ଥ୍ୟ ସେବାର ପ୍ରଭାବ
ଉତ୍କଳ ହସ୍ପିଟାଲ ଏହି ଉନ୍ନତ ସେବା ଓଡିଶାରେ ଆଣିଥିବାରୁ, ରୋଗୀମାନେ ବର୍ତ୍ତମାନ ଉତ୍କଳ ହସ୍ପିଟାଲରେ ବିଶ୍ୱସ୍ତରୀୟ neurosurgical care ପାଇପାରିବେ, ଯାହାର ଫଳରେ ଖର୍ଚ୍ଚ ଓ ଯାତ୍ରାର ଭାର କମିବ। ଏପର୍ଯ୍ୟନ୍ତ, DBS ପ୍ରୟୋଜନୀୟ ରୋଗୀମାନଙ୍କୁ ଅନ୍ୟରlଜ୍ୟର ବଡ଼ ବଡ଼ ସହରକୁ ଯିବାକୁ ପଡ଼ୁଥିଲା।
ଏହି ସଫଳତାରେ, ଉତ୍କଳ ହସ୍ପିଟାଲର ପରିଚାଳନା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଏହାକୁ “ଓଡିଶାର ସ୍ୱାସ୍ଥ୍ୟସେବାରେ ଏକ ନୂଆ ଅଧ୍ୟାୟ, ଯାହା ସ୍ନାୟୁରୋଗରେ ପୀଡିତ ରୋଗୀମାନଙ୍କ ପାଇଁ ଆଶାର ସଂଚାର ଆଣିଛି” ବୋଲି କହିଛନ୍ତି।
Leave a Reply