ଦେଶପ୍ରେମର ଅଦମ୍ୟ ଉତ୍ସାହରେ ଉତ୍କଳ ହସ୍ପିଟାଲରେ ୭୯ତମ ସ୍ୱାଧୀନତା ଦିବସ ଉତ୍ସବ
ଭୁବନେଶ୍ୱର, ୧୫ ଅଗଷ୍ଟ ୨୦୨୫:ଦର୍ଶନ ସମୀକ୍ଷା
ଭୁବନେଶ୍ଵର ନୀଳାଦ୍ରି ବିହlରସ୍ତିତ ରାଜ୍ୟର ପ୍ରମଖ multi-speciality ଉତ୍କଳ ହସ୍ପିଟାଲରେ ଆମ ମହାନ ଦେଶ ଭାରତବର୍ଷର ୭୯ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ ଜାତୀୟ ଗୌରବର ସହିତ ଉତ୍ସାହଭରା ପରିବେଶରେ ପାଳିତ ହେଇ ଯାଇଅଛି। ମୁଖ୍ୟ ଅତିଥି କ୍ୟାପଟେନ (Indian Navy)ଜେ. ପି. ପଟ୍ଟନାୟକ (ଅବସରପ୍ରାପ୍ତ) ଓ ମ୍ୟାନେଜିଂ ଡିରେକ୍ଟର ଡା. ପ୍ରଜ୍ଞାନ ରଞ୍ଜନ ଘଡେଇ Dean Academic,Prof.(Dr.)Prafulla Ku.Das,ବରିଷ୍ଠ ଡ଼ ଅମିତାଭ ରଥ,ବରିଷ୍ଠ ଡ଼ ରଞ୍ଜନ ମହାନ୍ତି,ଡ ରଶ୍ମି ରଞ୍ଜନ ଗୁରୁ, ଏମ୍.ଏସ., ଉତ୍କଳ ହସ୍ପିଟାଲର H. R. Head.,Sri Sandeep Nayak ଏବଂ ଜି.ଏମ୍. ହସ୍ପିଟାଲ୍ଲିଟୀ,
ଶ୍ରୀ ତନ୍ମୟ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ହସ୍ପିଟାଲର କର୍ମଚାରୀମାନେ ଓ ସାଧାରଣ ଲୋକମାନେ ଉପସ୍ଥିତ ଥିଲେ ।
ପତାକା ଉତ୍ତୋଳନ ପରେ, ହସ୍ପିଟାଲର ନର୍ସମାନେ ଏକତ୍ରିତ ସମସ୍ତଙ୍କ ସହିତ ଜାତୀୟ ସଙ୍ଗୀତ ଗାଇଥିଲେ, ଏଥିଯୋଗୁଁ ପରିବେଶ ଦେଶଭକ୍ତିର ଭାବନାରେ ଭରିଯାଇଥିଲା ।
ଏହି ଅବସରରେ, କ୍ୟାପଟେନ ପଟ୍ଟନାୟକ ଓ ଡା. ଘଡେଇ, ଭାରତର ସ୍ୱାଧୀନତା ସଂଗ୍ରାମକୁ ସ୍ମରଣ କରିଥିଲେ ଏବଂ ଦେଶର ଭବିଷ୍ୟତ୍କୁ ଗଢ଼ିଥିବା ମହାନ ସ୍ୱାଧୀନତା ସେନାନୀମାନଙ୍କ ଅପୂର୍ବ ବଳୀଦାନ ଓ ସମର୍ପଣକୁ ସମ୍ମାନ ଜଣାଇଥିଲେ ।
ଉପସ୍ଥିତ ସଜ୍ଜନ ମାନେ ନିଜ ନିଜର ସମ୍ଭାସଣରେ ଜାତୀୟତା ବୋଧକୁ ପ୍ରାଧାନ୍ୟ ଦେଇଥିଲେ l
ଉତ୍ସବକୁ ଅଧିକ ସୁସଜ୍ଜିତ କରିଥିଲେ, ଡା. ଅଦିତ୍ୟ କୁମାର ସାମଲ, ଉତ୍କଳ ହସ୍ପିଟାଲର ଅଧ୍ୟକ୍ଷ ଓ ଡା. କଳ୍ୟାଣ ରଥ, ଅନ୍ୟତମ ଫାଉଣ୍ଡର ଡିରେକ୍ଟର, ଆମେରିକାରୁ ନିଜର ଶୁଭେଚ୍ଛା ପ୍ରେରଣ କରିଥିଲେ ଏବଂ ଜାତୀୟ ଏକତାର ଆତ୍ମାରେ ସମାଜସେବାରେ ହସ୍ପିଟାଲର ସମର୍ପଣ ପ୍ରତି ଗର୍ବ ବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମର ଶେଷରେ, ସମସ୍ତେ ସ୍ୱାଧୀନତା, ସେବା ଓ କରୁଣାର ମୂଲ୍ୟବୋଧକୁ ଅତୁଟ ରଖିବା ପାଇଁ ନୂଆ ସଂକଳ୍ପ କରିଥିଲେ ପରିଶେଷରେ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା।
Leave a Reply