ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ରେ ଜାତୀୟ ଡାକ୍ତର ଦିବସ ପାଳନ lଏହି ଅବସରରେ ଉତ୍କଳ ହସ୍ପିଟାଲର CEO, ଶ୍ରୀ ବି.କେ. ସୁବୋଧ ସିଂହ ଉପସ୍ଥିତ ରହି କହିଥିଲେ : “ଡାକ୍ତରମାନେ କେବଳ ଚିକିତ୍ସକ ନୁହଁନ୍ତି — ସେମାନେ ସଙ୍କଟ ସମୟରେ ଆଶାର ଆଲୋକ

Spread the love

ଉତ୍କଳ ହସ୍ପିଟାଲ ରେ ଜାତୀୟ ଡାକ୍ତର ଦିବସ ପାଳନ l

ଭୁବନେଶ୍ୱର, ୧ ଜୁଲାଇ ୨୦୨୫ —(ଦର୍ଶନ ସମୀକ୍ଷା) ଡାକ୍ତରମାନଙ୍କର ଅନନ୍ୟ ଦୃଢ଼ ସମର୍ପଣ ଓ ନିସ୍ୱାର୍ଥପର ସେବାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ, ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ multi speciality ଉତ୍କଳ ହସ୍ପିଟାଲ ତରଫରୁ ଜାତୀୟ ଡାକ୍ତର ଦିବସ ଅବସରରେ ରୋଟାରୀ କ୍ଲବ୍, ନିଳାଦ୍ରି ମିଳିତ ଆନୁକୁଲ୍ୟରେ ଏକ ବିଶେଷ ୩ କି.ମି. ୱାକଥନ୍‌ର ଆୟୋଜନ କରାଯାଇଥିଲା। ଏହି ୱାକଥନ୍ ଉତ୍କଳ ହସ୍ପିଟାଲ ରୁ ଆରମ୍ଭ ହୋଇ କେୟାର ହସ୍ପିଟାଲ ସ୍କ୍ୱାର ପର୍ଯ୍ୟନ୍ତ ଯାଇ ଉତ୍କଳ ହସ୍ପିଟାଲର ଠାରେ ଶେଷ ହୋଇଥିଲା ଡାକ୍ତର, ନର୍ସ, ଅନ୍ୟାନ୍ୟ ଅଧିକାରୀ-କର୍ମଚାରୀ, ରୋଟାରିଆନ୍ ଓ ସାଧାରଣ ଜନତା ମାନେ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରିଥିଲେ।

ଏହି ୱାକଥନ ଡାକ୍ତରମାନଙ୍କ ଦ୍ୱାରା ସମାଜ ପାଇଁ ଦିଆଯାଉଥିବା ଅମୂଲ୍ୟ ସେବାକୁ ଉଦ୍ଧାର କରିବା ଏବଂ ସେମାନଙ୍କ ପ୍ରତି ଉତ୍କଳ ହସ୍ପିଟାଲର ଗଭୀର କୃତଜ୍ଞତା ବ୍ୟକ୍ତ କରିବାର ଏକ ପ୍ରତୀକ ଥିଲା ।

ଏହି ଅବସରରେ ଉତ୍କଳ ହସ୍ପିଟାଲର CEO, ଶ୍ରୀ ବି.କେ. ସୁବୋଧ ସିଂହ ଉପସ୍ଥିତ ରହି କହିଥିଲେ : “ଡାକ୍ତରମାନେ କେବଳ ଚିକିତ୍ସକ ନୁହଁନ୍ତି — ସେମାନେ ସଙ୍କଟ ସମୟରେ ଆଶାର ଆଲୋକ। ଏହି ବିଶେଷ ଦିନରେ ଆମେ ପଦଯାତ୍ରା କରୁଛୁ, ତାଙ୍କର ଅବିରତ ପରିଶ୍ରମ ପାଇଁ ଆମ ଆଭାର ପ୍ରକାଶ କରିବା ଓ ସ୍ୱାସ୍ଥ୍ୟ ସେବାର ନାୟକମାନଙ୍କ ପ୍ରତି ସମ୍ମାନ ପ୍ରଦାନକରିବା।

ଜାତୀୟ ଡାକ୍ତର ଦିବସ ଭାରତରେ ପ୍ରତିବର୍ଷ ଜୁଲାଇ ୧ ରେ ପାଳନ କରାଯାଏ, ଏହା ବିଶିଷ୍ଟ ଚିକିତ୍ସକ ଓ ପୂର୍ବତନ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଡା. ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଅବସରରେ ପାଳିତ ହୁଏ। ଏହି ଦିନ ଆମ ସମାଜରେ ଡାକ୍ତରମାନଙ୍କ ମୂଲ୍ୟ ଏବଂ ସେମାନଙ୍କ ଜୀବନ ପ୍ରଭାବ ଉପରେ ଚିନ୍ତନ କରିବା ଏକ ସୁଯୋଗ ଅଟେ।

ଏହି ୱାକଥନରେ ଧରାଯାଇଥିବା ପ୍ଲାକାର୍ଡ, ବ୍ୟାନର ଓ ସ୍ଲୋଗାନମାନ ଡାକ୍ତରମାନଙ୍କ ପ୍ରତି ଆଭାର ବ୍ୟକ୍ତ କରାଜାଇଥିଲା।

ଉତ୍କଳ ହସ୍ପିଟାଲ ସମସ୍ତ ମିଡିଆ ସଂସ୍ଥା ଓ ଅଂଶଗ୍ରାହୀମାନେ ପ୍ରତି ତାଙ୍କର ଅନୁପମ ସହଯୋଗ ପାଇଁ ଅନେକ କୃତଜ୍ଞତା ଜଣାଉଛି। ଆସନ୍ତୁ ଆମେ ସମସ୍ତେ ମିଶି ଗଢ଼ିବା — ଏକ ସ୍ୱସ୍ଥ, ସଚେତନ ଓ ସୁଦୃଢ଼ ସମାଜ ।
ଏହି ଅବସରରେ ଓଡ଼ିଆ ଚଳଚିତ୍ର ଜଗତର ପ୍ରସିଦ୍ଧ ନାଇକା ଅନୁ ଚୌଧୁରୀ,ଉତ୍କଳ ହସ୍ପିଟାଲର ବରିଷ୍ଟ ଡାକ୍ତର ଡାଇରେକ୍ଟର ଆଣ୍ଡ ସିନିୟର୍ consultant ରେଡିଏସନ ଅଙ୍କୋଲୋଜୀଷ୍ଟ୍ ଡ଼ ସଂଜୟ ମିଶ୍ର, ଡାକ୍ତର ଅନନ୍ତ କୁମାର ଅଗସ୍ତି , ସିନିୟର୍ କନ୍ସୂଲ୍ଟାଣ୍ଟ, ଚିଫ୍ଫ ଗ୍ୟାଷ୍ଟ୍ରୋଇଣ୍ଟରୋଲୋଜୀ ଏବଂ ହେପାଟୋଲୋଜୀ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ
ଏହି ଅବସରରେ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ ଡା ଆଦିତ୍ୟ କୁମାର ସାମଲ ସୁଦୂର ଆମେରିକାରୁ କାର୍ଯ୍ୟରତ ସମସ୍ତ ଡାକ୍ତର ମାନଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ଅବସରରେ ଉତ୍କଳ ହସ୍ପିଟାଲର managing director Dr.Pragyan Ranjan Gharai ତାଙ୍କ ବାର୍ତ୍ତାରେ ମାନବ ସେବା ପାଇଁ ଡାକ୍ତର ମାନେ ହେଉଛନ୍ତି ଇଶ୍ୱର ,ଉତ୍କଳ ହସ୍ପିଟାଲର ସମସ୍ତ ଡାକ୍ତର ମାନଙ୍କୁ ସେ ଅଭିନନ୍ଦନ ଜଣାଇ ଥିଲେ ଉତ୍କଳ ହସ୍ପିଟାଲର ବୋର୍ଡ ଅଫ ଡାଇରେକ୍ଟର ମାନେ ସମସ୍ତ ଡାକ୍ତର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ
ଶେଷରେ ଉପସ୍ଥିତ ସମସ୍ତ ଡାକ୍ତର ମାନଙ୍କୁ ଏବଂ କୃତି ପ୍ରତି ଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ଏହି ଅବସରରେ ଉତ୍କଳ ହସ୍ପିଟାଲ୍ ର ସମସ୍ତ ଡାକ୍ତର ଓ କର୍ମଚାରୀ ବୃନ୍ଦ ଏବଂ
ରୋଟାରୀ କ୍ଲବ୍ ଭୁବନେଶ୍ଵର ନିଲାଦ୍ରିର ପ୍ରେସିଡେଣ୍ଟ ଶ୍ରୀ ସୂର୍ଜିତ୍ କୁମାର ରାଉତ , ସେକ୍ରେଟାରୀ ଶ୍ରୀ ରାକେଶ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *