FIR//ଭି କେ ଶଶୀକଳା ବିମୁଦ୍ରାକରଣ ବେଳେ ବଡ଼ ନୋଟରେ ₹୪୫୦ କୋଟିରେ ଚିନି କଳ କିଣିଲେ, ସିବିଆଇ FIRରେ ତାଙ୍କ ନାଁ ନାହିଁ!୨୦୧୭ରେ ଆୟକର ବିଭାଗ ପ୍ରମାଣ ପାଇଥିଲା। ମାଡ୍ରାସ ହାଇକୋର୍ଟ ନିର୍ଦେଶରେ ତଦନ୍ତ ପରେ ସିବିଆଇ ଏବେ FIR ରୁଜୁ କଲା।

Spread the love

ଭି କେ ଶଶୀକଳା ବିମୁଦ୍ରାକରଣ ବେଳେ ବଡ଼ ନୋଟରେ ₹୪୫୦ କୋଟିରେ ଚିନି କଳ କିଣିଲେ, ସିବିଆଇ FIRରେ ତାଙ୍କ ନାଁ ନାହିଁ!

ବିମୁଦ୍ରାକରଣ ଘୋଷଣା (୨୦୧୬) ବେଳେ ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଭି କେ ଶଶୀକଳା ତାମିଲନାଡୁରେ ଅନ୍ୟ ନାଁରେ ବଡ଼ ନୋଟରେ ₹୪୫୦ କୋଟି ଦେଇ ଚିନି କଳ କିଣିଥିଲେ ବୋଲି ଆଇଟି ରେଡରୁ ଜଣାପଡ଼ିଥିଲା!

ଏହି ବେନାମୀ କାରବାର ନେଇ ୨୦୧୭ରେ ଆୟକର ବିଭାଗ ପ୍ରମାଣ ପାଇଥିଲା। ମାଡ୍ରାସ ହାଇକୋର୍ଟ ନିର୍ଦେଶରେ ତଦନ୍ତ ପରେ ସିବିଆଇ ଏବେ FIR ରୁଜୁ କଲା।

FIRରେ ଶଶୀକଳାଙ୍କ ନାଁ ନାହିଁ!

ବିମୁଦ୍ରାକରଣ ବେଳେ ଶଶୀକଳା ନିଜ ଡ୍ରାଇଭର, କର୍ମଚାରୀ ଓ ସହଯୋଗୀଙ୍କ ନାଁରେ ବଡ଼ ନୋଟରେ ବେନାମୀ ଭାବେ ₹୧୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକାର କମ୍ପାନୀ କିଣିଥିବା କଥା ୨୦୧୭ ଆଇଟି ରେଡରୁ ଜଣାପଡିଥିଲା।

୨୦୧୬ରେ ଜୟଲଳିତାଙ୍କ ମୃତ୍ୟୁ ପରେ ପୁରୁଣା ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଶଶୀକଳା ୪ ବର୍ଷ ବାଙ୍ଗାଲୋର ଜେଲରେ ରହିଥିଲେ!

ଏବେ ସେ ଖୋଲାଖୋଲି AIADMK ପୁନରୁଦ୍ଧାର ପାଇଁ ଲାଗିଛନ୍ତି ଓ ତାମିଲନାଡୁରେ ‘ଆମ୍ମାଙ୍କ ଶାସନ’ ଆଣିବି କହୁଛନ୍ତି!

Leave a Reply

Your email address will not be published. Required fields are marked *