ଭିନ୍ନ ଭିନ୍ନ ନମ୍ବର ରୁ କଲ କରି ଲଟେରୀରେ ସ୍କୁଟି ଲାଗିଥିବା କହି ଅନଲାଇନ ଯୋଗେ ଟଙ୍କା ଲୁଟି ଗିରଫ ହେଲେ ୩ ଯୁବକ। ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ-ମନୋଜ ଦେବ ପାଙ୍ଗି ବାଲିମେଳା

Spread the love

ଲଟେରୀରେ ସ୍କୁଟି ଦେବେ କହି ଅନଲାଇନ ଯୋଗେ ଟଙ୍କା ଲୁଟିବା ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଓର୍କେଲ ପୋଲିସ
ବାଲିମେଳା ତା୧୪/୦୫/୨୫(ଦର୍ଶନ ସମୀକ୍ଷା)
ଭିନ୍ନ ଭିନ୍ନ ନମ୍ବର ରୁ କଲ କରି ଲଟେରୀରେ ସ୍କୁଟି ଲାଗିଥିବା କହି ଅନଲାଇନ ଯୋଗେ ଟଙ୍କା ଲୁଟି ଗିରଫ ହେଲେ ୩ ଯୁବକ। ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ। ତେବେ ବାଲିମେଳା ସ୍ଥିତ ଡ୍ରଗ ଲାଇନ ପ୍ରଥମ କଲୋନୀ ର ସ୍ୱାସ୍ଥ୍ୟ ବିଭାଗରେ ଏଏନଏମ୍ ଭାବେ କାର୍ଯ୍ୟରତ ସତ୍ୟବତୀ ଦଣ୍ଡପାଟ ଙ୍କୁ ଗତ କିଛିଦିନ ତଳେ ତାଙ୍କ ସିୟୁଜି ନଂକୁ ବିଏସଏନଏଲ କମ୍ପାନୀ ର ଜଣେ କର୍ମଚାରୀ ବୋଲି ନିଜକୁ ପରିଚୟ ଦେବା ସହ ତମ ନାମ ରେ ଲଟେରୀ ରେ ଏକ ସ୍କୁଟି ଲାଗିଥିବା କହିଥିଲା। ପରେ ମହିଳା ଜଣଙ୍କ ବିଶ୍ୱାସ ନ କରିବାରୁ ଆଉ ୨ଟିନଂ ରେ କନ୍ଫରେନ୍ସ କରାଇ ଲୁଟେରା ଜଣକ ମହିଳାଙ୍କ ବିଶ୍ୱାସଭାଜନ ହୋଇପାରିଥିଲା। ଏବଂ ସେହି ୨ ବ୍ୟକ୍ତି ମଧ୍ୟ ଏହିପରି ୧୦ ହଜାର ୫୦୦ ଟଙ୍କା ପୈଠ କରି ସ୍କୁଟି ପାଇଥିବା କହିଥିଲେ। ତେଣୁ ଏହି ମହିଳା ଜଣକ ମଧ୍ୟ ଟଙ୍କା ଅନଲାଇନ ଯୋଗେ ଫୋନ ପେ ମାଧ୍ୟମରେ ପଠାଇଥିଲେ। ଟଙ୍କା ପାଇବା ପରେ ଉକ୍ତ ବ୍ୟକ୍ତି ଜଣକ ଆଉ ଫୋନ ଉଠାଇନଥିଲେ। ଏହାପରେ ମହିଳା ଜଣକ ବାଧ୍ୟହୋଇ ଓର୍କେଲ ଥାନା ର ଦ୍ୱାରସ୍ଥ ହୋଇ ଗତ ଏପ୍ରିଲ ମାସ ୨୪ ତାରିଖରେ ଏକ ଲିଖିତ ପତ୍ର ପ୍ରଦାନ କରିଥିଲେ। ଏନେଇ ପୋଲିସ ପକ୍ଷରୁ ୧୨୭/୨୫ ପ୍ରକାରେ ମାମଲା ରୁଜୁ କରାଯାଇ ଘଟଣା ର ସମ୍ପୂର୍ଣ୍ଣ ତଦନ୍ତ ପରେ ପୋଲିସ ଉକ୍ତ ୩ ଅଭିଯୁକ୍ତକୁ ଜଗତସିଂହପୁର ଜିଲ୍ଲା ବାଲିକୂଦା ଥାନା ଅନ୍ତର୍ଗତ ବୋରିକିନା ଗ୍ରାମରୁ ଗତ କାଲି ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ ଏବଂ ନଗଦ ୧୫ ହଜାର ଟଙ୍କା ପୋଲିସ ଜବତ କରିଛି। ୩ ଅଭିଯୁକ୍ତଙ୍କ ନାମ ହେଲା ନିହାର ରଞ୍ଜନ ସାହୁ, ସୁଶୀଲ ମହାନ୍ତି ଏବଂ ନାରାୟଣ ସେନାପତି। ଆଜି ଏହି ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *