Spread the love

ରାତି ଅଧରେ ଗାଡିରୁ ମିଳିଲା ବିଡା ବିଡ଼ା ନୋଟ୍ ; ମଦୁଆ ଚାଳକକୁ ପିଛା କରି ଧରିଲା ପୋଲିସ

ରାଜଧାନୀରେ ରାତି ଅଧରେ ଗାଡିରୁ ମିଳିଲା ବିଡା ବିଡ଼ା ନୋଟ୍ । ମଦ୍ୟପ ଚାଳକଙ୍କୁ ପିଛା କରୁଥିବା ବେଳେ ଧରିଲା ପୁଲିସ । ଜବତ ହେଲା ୪ ଲକ୍ଷ ୭୭ ହଜାରରୁ ଅଧିକ ଟଙ୍କା । ସେପଟେ ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିର ବମ୍ଫର୍ ଚୁରମାର ।

ଘଟଣା ଟି ଘଟିଛି ଗତକାଲି ରାତିରେ ଭୁବନେଶ୍ୱର ଓମଫେଡ ଛକରେ. ନିୟମିତ ପୋଲିସ ଭୁବନେଶ୍ୱର ସାରା ରାତିରେ ବ୍ୟାରିକେଡ଼ ଦେଇ ଚେକିଂ ଚାଲୁଥିଲା ବେଳେ ଗତକାଲି କଡା କଡ଼ି ଚେକିଙ୍ଗ ସମସ୍ତ ଥାନା ଏରିଆ ରେ ହେଉଥିଲା..ଠିକ ଓମଫେଡ ଛକରେ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ପୋଲିସ ଚେକିଙ୍ଗ କୁ ଦେଖି ଖୁବ କ୍ଷିପ୍ତ ଗତିରେ ଗାଡି ବୁଲେଇ ପଳେଇଲା. ପୋଲିସ ତାକୁ ସନ୍ଦେହ କରି ପିଛା କରୁଥିବା ବେଳେ କିଛି ଦୂରରେ ଥିବା ଆଉ ଏକ ପୋଲିସ ବ୍ୟାରିକେଡ଼ କୁ ଭାଙ୍ଗିଦେଇ ଥିଲା..

ପୋଲିସ ର ସନ୍ଦେହ ଆହୁରି ବଢିଯାଇଥିଲା ତୁରନ୍ତ ଗାଡି ଓ ଗାଡି ଚାଳକ କୁ କାବୁ କରି ନେଇଥିଲା ପୋଲିସ. ଯେତେବେଳେ ମଦୁଆ ଧାରା ଯନ୍ତ୍ର ଡ୍ରାଇଭର ମୁଁହରେ ପୁରା ଗଲା ଜଣାପଡିଲା ପ୍ରଚୁର ମଦ ପିଇଛି ଚାଳକ.. ଯେତେବେଳେ ସମ୍ପୂର୍ଣ ଗାଡି ଚେକିଙ୍ଗ ହେଲା ତା ଗାଡି ଡ଼ିକିରୁ ବାହାରିଲା ବିଡା ବିଡା ନୋଟ ବଂଡଲ.. ଯାହା 4ଲକ୍ଷ୍ୟ 77 ହଜାର ଟଙ୍କା… ଟଙ୍କା କୋଉଠୁ ଆଣିଲା ଓ କୁଆଡେ ଯାଉଥିଲା ଚନ୍ଦ୍ରଶେଖରପୁର ଥାନା କରୁଛି ଅନୁସନ୍ଧାନ..

ଉଭୟ ଗାଡି ଓ ଚାଳକ ବର୍ତମାନ ଥାନାରେ… ମୁଖ୍ୟ ପୋଲିସ ଅଧିକାରୀ ଏକ ସ୍ପଷ୍ଟିକରଣ ଦେଇ ପ୍ରେସ କୁ କହିଲେ ମଦୁଆ ଙ୍କୁ କାବୁ କରିବା ଯୋଜନା ଆଗକୁ ଆହୁରି ତୀବ୍ର କରାଯିବ… ଓ ସେମାନଂକୁ ଦମନ କରାଯିବ.. ତେଣିକି ସିଏ ଯିଏ ବା ହୁଅନ୍ତୁ କିଛି ଯାଏ ଆସେ ନାହିଁ…

Leave a Reply

Your email address will not be published. Required fields are marked *