ବ୍ରହ୍ମପୁର //ଆଧ୍ୟାତ୍ମିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ସ୍ଥାନୀୟ ପାଣିଗ୍ରାହୀ ପେଣ୍ଠ ସାହି ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁପୁର୍ଣିମା ପର୍ବ ମହାସମାରୋହରେ ପାଳିତ ହୋଇ ଯାଇଛି।

Spread the love

ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନର ଗୁରୁ ପୂର୍ଣ୍ଣିମା ଓ ସ୍ବାସ୍ଥ୍ୟ ସେବା ଶିବିର

ବ୍ରହ୍ମପୁର, ୧୧/୭: ଦର୍ଶନ ସମୀକ୍ଷା

ସ୍ଥାନୀୟ ଆଧ୍ୟାତ୍ମିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ସ୍ଥାନୀୟ ପାଣିଗ୍ରାହୀ ପେଣ୍ଠ ସାହି ସ୍ଥିତ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁପୁର୍ଣିମା ପର୍ବ ମହାସମାରୋହରେ ପାଳିତ ହୋଇ ଯାଇଛି। ୯ ଓ ୧୦ ତାରିଖ ଦୁଇ ଦିନ ବ୍ଯାପି ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଅର୍ଥାତ ୯ ତାରିଖ ଦିନ ମନ୍ଦିର ପରିସରରେ ଏକ ବୃହତ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।

ସହରର ପ୍ରତିଷ୍ଠିତ ଆୟୁଷ୍ମାନ ମେଡିକୋ ୩୬୦ ଚିକିତ୍ସାଳୟ ଆନୁକୁଲ୍ୟରେ ଡାକ୍ତର ଏନ. ସନ୍ତୋଷ କୁମାର, ଦନ୍ତ ଚିକିତ୍ସକ ଡାକ୍ତର ଏସ୍. ସାହିତ୍ୟା, ଗାୟତ୍ରୀ କ୍ଲିନିକ ଡାକ୍ତର ପ୍ରଶାନ୍ତ କୁମାର ସାହୁ, ଅବସରପ୍ରାପ୍ତ ଡାକ୍ତର ନଳିନି କାନ୍ତ ପାଢୀ ଏବଂ ଚକ୍ଷୁ ସେବା କ୍ଷେତ୍ରରେ ଉଲ୍ଲେଖଯୋଗ୍ଯ ନାମ ଅର୍ଜନ କରିଥୁବା ଶଙ୍କର ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ଚକ୍ଷୁର ବିଭିନ୍ନ ପରୀକ୍ଷା କରିବା ସହ ୧୪୦ ଜଣ ରୋଗୀଙ୍କ ପରଳ ଅସ୍ତ୍ରୋପଚାର ପାଇଁ ନିକଟସ୍ଥ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଶିବିରରେ ମଧୁମେହ, ଉଚ୍ଚ ରକ୍ତଚାପ,ସର୍କରା ଆଦି ଅନେକ ପରୀକ୍ଷା ସହ ମାଗଣା ଔଷଧ ବ୍ୟବସ୍ଥା ଆୟୋଜିତ ହୋଇଥିଲା। ସ୍ବଶକ୍ତି ଜାଗାରଣ ସେବା ସଂସ୍ଥାନର ପ୍ରତିଷ୍ଠାତା ପୂଜ୍ଯ ଶ୍ରୀ ଶ୍ରୀ କ୍ରିଷ୍ଣା ଭୈୟାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଦ୍ବିତୀୟ ଦିନ ଅର୍ଥାତ ୧୦ ତାରିଖ ସକାଳ ଗୁରୁଦେବ ଓ ଦେବତା ଆବାହମାନ ଓ ପୂଜନ, ଅପରାହ୍ନରେ ଗୁରୁ ଆଗମନ, ଗୁରୁଦୀକ୍ଷା କାର୍ଯ୍ୟକ୍ରମ ସହ ସନ୍ଧ୍ଯାରେ ଗୁରୁ ବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବୃନ୍ଦାବନ ଧାମର ମହାମଣ୍ଡଳେଶ୍ବର ଶ୍ରୀ ବିଶୁଦ୍ଧାନନ୍ଦ ମହାରାଜ, ଲଳିତ ମହାରାଜ ଓ ପୂଜ୍ଯ ସଦଗୁରୁଦେବ ଶ୍ରୀକ୍ରିଷ୍ଣା ଭୈୟାଜୀଙ୍କ ଦ୍ବାରା ଆଧ୍ୟାତ୍ମିକ ପ୍ରବଚନ ଆୟୋଜନ କରାଯାଇଥିଲା। ଉପସ୍ଥିତ ପରିଜନଙ୍କୁ ମାର୍ଗଦର୍ଶନ ଦେଇଥିଲେ, ସେଥିରେ ସେ ଗୁରୁଙ୍କ ଗୁଣଗାନ କରି କହିଥିଲେ ଯେ ଗୁରୁଜୀ କୌଣସି ବ୍ୟକ୍ତି ନୁହନ୍ତି ସେ ଦିବ୍ୟ ଚେତନ ଶକ୍ତିର ଆଧାର। ସଦଗୁରୁଙ୍କ କୃପା ଯାହାକୁ ହୋଇଯାଏ ସେ ନରରୁ ନାରାୟଣ ଓ ମାନବରୁ ମହମାନବ ହୋଇଯାଏ। କିନ୍ତୁ ଏଥିପାଇଁ ଗୁରୁ ନିଜ ଶିଷ୍ୟଙ୍କୁ କଠିନ ପରୀକ୍ଷାର ସମ୍ମୁଖିନ କାରାଇଥାନ୍ତି। ସେହି ପରୀକ୍ଷାରେ ଯିଏ ଉତ୍ତୀର୍ଣ ହୁଏ ତାକୁ ହିଁ ପ୍ରକୃତରେ ଶିଷ୍ୟତ୍ଵ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ। ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ପରିପ୍ରକାଶ କରିବାର ମାଧ୍ୟମ ହେଉଛନ୍ତି ଗୁରୁ। ଏହି ସବୁ ଧାର୍ମିକ ପ୍ରସଙ୍ଗ ଗୁଡିକୁ ସ୍ମରଣ ଏବଂ ଅନୁଭବ କରିବା ସକାଶେ, ଗୁରୁଙ୍କ ପ୍ରୀୟ ଶିଷ୍ୟମାନେ ଗୁରୁପୂର୍ଣ୍ଣିମା ପର୍ବ ପାଳନ କରିଥାନ୍ତି ବୋଲି ମତପ୍ରକାଶ ପାଇଥିଲା। ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନର ପ୍ରତିଷ୍ଠାତା ଗୁରୁଜୀ ଶ୍ରୀ ଶ୍ରୀ କ୍ରୀଷ୍ଣା ଭୈୟାଜୀ ମହାରାଜଙ୍କ ଏହି ମହାନ୍ କାର୍ଯ୍ଯରେ ଅଞ୍ଚଳ ବାସୀ ସାମିଲ ହେବା ସହ ଗୁରୁଜୀଙ୍କ ଆଦର୍ଶକୁ ପରି ପ୍ରକାଶ କରିଥିଲେ।
ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଗୁରୁଭାଇ ସନ୍ତୋଷ କୁମାର ମହାନ୍ତି, ଦ୍ବାରିକା ପ୍ରସାଦ ମହାନ୍ତି, ସମୀର କୁମାର ମହାନ୍ତି, ବିଦ୍ୟାଧର ଗୌଡ, ଅନିଲ କୁମାର ଚୌଧୁରୀ,କାମରାଜୁ ଦାସ, ବଳରାମ ଜେନା, ଚନ୍ଦନ ସାହୁ, ଦୀପକ ପାଣିଗ୍ରାହୀ, ଗଣେଶ ପ୍ରଧାନ, ତପନ ସାହୁ, ସଂଗୀତା ମହାନ୍ତି, ଗୀତା ମହାନ୍ତି, ଅଞୁ ମହାନ୍ତି, ସର୍ମିଲା ସେଠୀ, ସୁନିତା ଜେନା, ପୁଷ୍ପାଞଳି ପ୍ରଧାନଙ୍କ ସମେତ ସାହସ୍ରାଧିକ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଗୁରୁ ଭାଇଭଉଣୀ ଉପସ୍ଥିତ ରହି ଗୁରୁକୃପା ନେଇଥିଲେ। ଭକ୍ତ କାର୍ଯ୍ୟକ୍ରମରେ ସୁନାମ ଧନ୍ଯ କଳାକାରଙ୍କ ଦ୍ବାରା ଭଜନକୀର୍ତ୍ତନ ପରିବେଷଣ କରାଯାଇଥିଲା। ଶେଷରେ ଶହସ୍ରାଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇ ଥିଲା। ଏହି ସୁବ୍ୟବସ୍ଥିତ ସୁନ୍ଦର ଓ ଭବ୍ଯ ଭକ୍ତିମୂଳକ କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ଜନସାଧାରଣ ପୂଜ୍ଯ ସଦଗୁରୁଦେବଙ୍କ ନିକଟରେ ଅଶେଷ କୃତଜ୍ଞାତା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *