ବୌଦ୍ଧ : ବୌଦ୍ଧରେ ସାଂସଦ 2025 କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ..
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଖେଳରେ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ସାମିଲ କରାଯାଇ 2025 ଖେଳ ମହୋତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉପଲକ୍ଷେ ଖେଳ ମହୋତ୍ସବ କୁ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଜିଲ୍ଲା ଷ୍ଟାଡିୟମ୍ ଠାରେ ଉଦଘାଟନ କରି ଥିଲେ l ଜିଲ୍ଲା ଷ୍ଟାଡିଯମ୍ ଠାରେ ଦଳଗତ ଭାବେ କ୍ରିକେଟ, ଫୁଟବଲ, ଭଲିବଲ୍, ଖେଳ ଅନୁଷ୍ଠିତ ହୋଇଥିବା ବେଳେ ବ୍ୟକ୍ତିଗତ ଖେଳ ର ଖେଳାଳୀମାନେ ସାମିଲ ହୋଇଥିଲେ l ସମସ୍ତ ଖେଳରେ ସାଂସଦ ଯୋଗଦାନ କରି ସମସ୍ତ ଖେଳକୁ ଉଦ୍ଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ବନ୍ଧମାଳ ସାଂସଦୀୟ କ୍ଷେତ୍ରର ୭ ଗୋଟି ବିଧାନସଭାରେ ୯୫୭୦ ଜଣ ଖେଳାଳୀ ପଞ୍ଜିକରଣ କରିଥିବା ବେଳେ ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା ୧୮୦୦ ଖେଳାଳୀ ପଞ୍ଜୀକୃତ ହୋଇଛନ୍ତି । ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ନିଜର ନାମ ପଞ୍ଜିକରଣ କରିବା ପାଇଁ ସମାୟ ବୃଦ୍ଧି କରାଯାଇଛି ।l ଗ୍ରାମରୁ ସଂସଦାୟ କ୍ଷେତ୍ର ପର୍ଯ୍ୟନ୍ତ ତିନିମାସ ବ୍ୟାପି ଖେଳ ଅନୁଷ୍ଠିତ କରାଯିବ l ଆସନ୍ତା ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଖେଳ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇ ଉଦଯାପନୀ ହେବ l ଯୋଗୀନ୍ଦ୍ର ଦେବ ରଚ୍ଚ ବିଦ୍ୟାଳୟର ଏନସିସି ଦଳ ଏବଂ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବ୍ୟକ୍ଷ ଦଳ ବ୍ୟସ୍ତ ବାଦନ ମାଧ୍ୟମରେ ସ୍ଵାଗତ କରିଥିଲେ l ଉଦଘାଟନା ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ଗନ୍ଧୀ ଅନ୍ଧାରୀ, ଜିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ କୁମାର ସ୍ବାଇଁ ଯୋଗଦେଇ ନିଜ ନିଜର ମତ ପ୍ରକାଶ କରି କରିଥିଲେ l ଏହି ଉତ୍ସବ ରେ ସୁନ୍ଦର ପ୍ରକାଶ ଅଗ୍ରଓ୍ବାଲା ମଞ୍ଚ ପରିଚାଳନା କରିଥିଲେ l ବୌଦ୍ଧ ଜିଲ୍ଲା ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ ଅତିଷ୍ଠ ପରିଚୟ ପ୍ରଦାନ କରିଥିବା ବେଳେ କନ୍ଧମାଳ ସାଂସଦଙ୍କ ପ୍ରତିନିଧ ଦୁର୍ଗା ମାଧବ ଆଚାର୍ଯ୍ୟ ଧନ୍ୟବାଦ ପ୍ରକଳ ନ କରିଥିଲେ l ଜିଲ୍ଲା ପ୍ରଶାସନ ଓ ଶିକ୍ଷାନୁଷ୍ଠାନର ସମସ୍ତ ଅଧିକାରୀ ଓ କ୍ରୀଡ଼ା ଶିକ୍ଷକ ସାମିଲ ହୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
Leave a Reply