ବୌଦ୍ଧ // ଅସହାୟ ବାପା ଛେଉଣ୍ଡ 10 ପୁଅ ଝିଅ ଙ୍କର ଦୁଃଖ ରେ ଦୁଃଖୀ.. ଜିଲ୍ଲାପାଳ ଓ ବିଡିଓ ଙ୍କୁ ଭେଟି ଲିଖିତ ଅଭିଯୋଗ କଲେ.ସମାଜସେବୀ ଅସହାୟ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଏବଂ ଶୁଖିଲା ଖାଦ୍ୟ ପହଞ୍ଚେଇଲେ -କୁନା ଦିଗଲ କନ୍ଧମାଳ

Spread the love

ବୌଦ୍ଧ : ଅସହାୟ ବାପା ଛେଉଣ୍ଡ 10 ପୁଅ ଝିଅ ଙ୍କର ଦୁଃଖ ରେ ଦୁଃଖୀ.. ଜିଲ୍ଲାପାଳ ଓ ବିଡିଓ ଙ୍କୁ ଭେଟି ଲିଖିତ ଅଭିଯୋଗ କଲେ ସମାଜସେବୀ..

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ନିକଟସ୍ତ ସିଙ୍ଗାଣିବିଡ଼ା ଗ୍ରାମର ବାପ ଛେଉଣ୍ଡ ଗରିବ ଅସହାୟ (10) ଜଣ ପୁଅ ଝିଅ ଙ୍କୁ ଭେଟି ସମବେଦନା ଜଣେଇ ବା ସହିତ ତାଙ୍କର ପାଠପଢ଼ା ମାଙ୍କର ବିଧବା ଭତ୍ତା ଏବଂ ଘରକୁ ବିଦ୍ୟୁତ୍ତ୍ ଆଲୁଅ ସହିତ ସରକାରୀ ବିଭାଗ ତରଫରୁ ମିଳୁଥିବା ସମସ୍ତ ସୁବିଧା ଯୋଗାଈ ଦେବା ନିମନ୍ତେ ଆଲୋଚନା କରିବା ସହିତ ପରିବାର ଙ୍କ ତରଫରୁ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ମହୋଦୟ ଏବଂ ହରଭଙ୍ଗା ଗୋଷ୍ଠୀ ଉନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ମହୋଦୟ ଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ଦେଇଛନ୍ତି

ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ଖାଉଟି ସୁରକ୍ଷା ରାଜ୍ୟ ଉପସଭାପତି କୁନା ଦିଗାଲ୍ ଙ୍କ ସହିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ଉମାଶଙ୍କର ପଟ୍ଟନାୟକ l ଜିଲ୍ଲାପାଳ ଅଭିଯୋଗ ଗ୍ରହଣ କରି ହରଭଙ୍ଗା ଗୋଷ୍ଠୀ ଉନୟନ ଅଧିକାରୀ ଏବଂ ଡି ଏସ୍ ଡବ୍ଲ୍ୟୁ ଙ୍କୁ ଏହି ଅଭିଯୋଗ ଅନୁଯାଇ ତୁରନ୍ତ ସେଇ ପରିବାର ଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ନିର୍ଦେଶ ଦେଇ 10 ପୁଅ ଝିଅ ଙ୍କ ମା ଙ୍କ ସ୍ୱାସ୍ଥ୍ୟ ବସ୍ତା ର ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଙ୍କ ରେଡ୍ କ୍ରୋସ୍ ଫୋଣ୍ଡ ରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବଲି କହିଥିଲେ l ଜିଲ୍ଲାପାଳ ଙ୍କ ନିର୍ଦେଶ ଅନୁଯାଇ ହରଭଙ୍ଗା ଗୋଷ୍ଠୀ ଉନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଏବଂ ଜିଲ୍ଲା ସମାଜ ସୁରକ୍ଷା ମଙ୍ଗଳ ଅଧିକାରୀ ମହୋଦୟ ଅଭିଯୋଗ ଟିକୁ ଗ୍ରହଣ କରି ଗୁରୁତର ଭାବେ ଏହାକୁ ତୁରନ୍ତ ସହଯୋଗ କରିବା ସହିତ ସରକାରୀ ନିୟମା ବଳି ଅନୁଯାଇ ଯାହା ସମ୍ଭବ ଦଶ ଜଣ ପୁଅ ଝିଅ ଙ୍କୁ ପାଠପଢ଼ିବା ସହିତ ରହିବା ଖାଇବା ଏବଂ ତାଙ୍କ ଘରକୁ ବିଜୁଳି ସଂଯୋଗ କରାଯିବ ଓ ତାଙ୍କ ମା ଙ୍କ ନାମରେ ବିଧବା ଭତ୍ତା ପ୍ରଦାନ କରିବା ନିମନ୍ତେ କହିଛନ୍ତି l ପରିବାର ବର୍ଗ ଙ୍କୁ ହରିସଚନ୍ଦ୍ର ଯୋଜନା ରେ 3 ହଜାର ଟଙ୍କା ପ୍ରଦାନ କରାଯାଇଛି ଆହୁରି ଯାହା ନିୟମ ରହିଛି ସବୁ ପ୍ରକାର ର ସୁବିଧା ଦିଆଯିବ ବଲି କହିଥିଲେ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ପ୍ରଧାନ l ସେହିପରି ହରଭଙ୍ଗା ଅଞ୍ଚଳ ର ଜଣା ଶୁଣା ସମାଜସେବୀ ସାଗର ପଟ୍ଟନାୟକ ଦୂରରେ ବା ନିଜର କର୍ତ୍ତବ୍ୟ ରତ ଭୁବନେଶ୍ୱର ରେ ଥିଲେ ମଧ୍ୟ ସେ ତାଙ୍କର ସହଯୋଗୀ ସମାଜ ସେବୀ ଉମାଶଙ୍କର ପଟ୍ଟନାୟକ ଙ୍କ ଜରିଆରେ ଅସହାୟ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଏବଂ ଶୁଖିଲା ଖାଦ୍ୟ ପହଞ୍ଚେଇ ଥିଲେ l ଜିଲ୍ଲା ପ୍ରଶାସନ ଏବଂ ନିଷ୍ଠାପର ଭାବେ ସହଯୋଗ ର ହାତ ବଢ଼େଇ ଥିବା ସମାଜସେବୀ ମାନଙ୍କୁ ପରିବାର ବର୍ଗ ଓ ଅଞ୍ଚଳ ବାସି ସାଧୁବାଦ ଜଣେଇଛନ୍ତି l

Leave a Reply

Your email address will not be published. Required fields are marked *