ବିସିସିଆଇ ନେବ କି ବଦଲା! ଏସିଆ କପରୁ ବାହାର ହେବ ପାକିସ୍ତାନ, ଗାଭାସ୍କର ଦେଲେ ବଡ଼ ବୟାନ

Spread the love

ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢି ଚାଲିଛି । ଭାରତ ପାକିସ୍ତାନ ସହ ସମସ୍ତ ବ୍ୟାପାର ସମ୍ୱନ୍ଧୀୟ ସମ୍ପର୍କ ଛିନ୍ନ କରି ସାରିଛି । ଏହାସହ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ସହ ଭାରତରୁ ପାକିସ୍ତାନୀଙ୍କୁ ବିଦା କରୁଛି । ଏତେ ସବୁ କଡା ପଦକ୍ଷେପ ପରେ ଏବେ ବିଳିବିଳାଉଛି ପାକିସ୍ତାନ । ଆଉ ଭାରତର ଆକ୍ରମଣ ଭୟରେ ନିଦ ଉଡ଼ିଗଲାଣି ଆତଙ୍କୀସ୍ଥାନର । ଆଉ ଏହାରି ଭିତରେ ଏବେ ପାକିସ୍ତାନ ଉପରେ ବଦଲା ନେବ ବିସିସିଆଇ । ଏସିଆକପରେ ପାକିସ୍ତାନ ଉପରେ ବଡ଼ ନିଷ୍ପତ୍ତି ନେଇପାରେ ଭାରତ ।