ଅପ୍ରିୟ କଥା : ଚେଲା ଚାମୁଣ୍ଡା ମାନଙ୍କ ପାଇଁ କବିତା ମାଧ୍ୟମରେ ସଚେତନତା ପ୍ରୟାସ ।
ନିର୍ବାଚନ ହିଂସାରୁ ଆପଣ ମାନେ ଦୂରେଇ ରୁହନ୍ତୁ । ସେଥିପାଇଁ ଚେଷ୍ଟା କଲି ବଡ଼ ବଡ଼ ନେତାଙ୍କ ପ୍ରିୟା ପ୍ରୀତି ଓ ଗୋଟିଏ ଟେବୁଲ୍ ରେ ଭୋଜନ ପ୍ରେମ । ବାଧ୍ୟ ହୋଇ କବିତା ସହିତ ଅନ୍ୟ ଗୋଟିଏ ଫଟୋ ଦେଉଛି । ନେତାଙ୍କୁ ପରଖିବେ ଓ ନିଜ ହୃଦୟ ଭିତରେ ବିଚାର କରିବେ। ଦଳମତ ନିର୍ବିଶେଷରେ ଏକାଠି ଭୋଜନ ।
ହେ ଦଳୀୟ ରାଜନୀତି କରୁଥିବା ଚେଲା ଚାମୁଣ୍ଡା ବନ୍ଧୁଗଣ । ଏ ଫଟୋକୁ ଦୟାକରି Zoom କରି ଦେଖିବାକୁ ଅନୁରୋଧ । ଯେଉଁ ରାଜନୀତି ଦଳର ନେତାଙ୍କୁ ନିଜର ଆଦର୍ଶ ମାନି ଦଳୀୟ ଚିହ୍ନ ପାଇଁ ଭାଇଚାରା ଭଙ୍ଗ କରୁଛ,ଥରେ ଚିନ୍ତା କରି ଦେଖ ଏମାନେ ଆପଣ ମାନଙ୍କୁ ରାସ୍ତାରେ ଲଢେଇ ଲଗେଇ ଦେଇ ଗୋଟିଏ ଟେବୁଲ୍ ରେ ଖାଇବା ମଜା ନେଉଛନ୍ତି । ଖାଇଲା ବେଳେ ଆପଣ ମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି କି ? ଆପଣ ମାନେ ରକ୍ତାକ୍ତ ହୋଇ ଭାଇ ଭାଇର ରକ୍ତରେ ହୋଲି ଖେଳୁଛନ୍ତି ।ଥରେ ଚିନ୍ତା କରି ଦେଖନ୍ତୁ । ପରସ୍ପର ସହିତ ଶତ୍ରୁତା ବ୍ୟତୀତ ଆଉ କଣ ମିଳିଛି ଆପଣ ମାନଙ୍କୁ । ପ୍ରଚାର ସମୟରେ ବଡ ନେତା ମାନେ ହେଲିକପ୍ଟରରେ ଉଡ଼ି ଆସି ଅଧା ଘଣ୍ଟା ପାଇଁ ଭାଷଣ ଦେଇ ବିଷ ବୁଣି ଦେଇ ଫେରି ଯାଆନ୍ତି ଓ ପେଟର ଭୋକ ମେଣ୍ଟନ୍ତି ହସଖୁସିରେ ଏମିତିକା ଡାଇନିଂ ଟେବୁଲ୍ ଉପରେ ୬ ତିଅଣ ୯ ଭଜା ସହିତ । ସେମାନଙ୍କର ହାତରୁ ଶଙ୍ଖୁଡ଼ି ଓ ମାଛ ମାଂସ ଝୋଳର ବାସ୍ନା ଲିଭି ନଥିବା ବେଳେ ଆପଣ ମାନେ ଜେଲ୍ ଭିତରେ ବନ୍ଦ ରହି ଭୋକିଲା ପେଟରେ ପେଟ ଆଉଁସି ଛଟପଟ ହେଇଛନ୍ତି ।ସେତେବେଳେ କିଏ ପିଠିରେ ପଡ଼ୁଛି ?ଦୟାକରି ସୁଧୁରି ଯାଆନ୍ତୁ ।ନଚେତ ସମୟ ଆସିବ ନେଡି ଗୁଡ଼ କହୁଣୀକୁ ଗଡ଼ି ଯାଇଥିବ ।
ବିଚାର ଆପଣ ମାନଙ୍କର ..