Spread the love

-😆–ତା02.03.2024ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି —🤓—

” ଆପ ‘ ତ୍ରୀବାର ସତ୍ୟ” କା କ୍ରୋନୋଲୋଜି ସମଝିଏ”

(କ୍ରୋନୋଲୋଜିର ସଜ୍ଞା:- ଗ୍ରୀକ ପୁରାଣରେ ବର୍ଣ୍ଣିତ ଅଛି ଯେ,
ସ୍ୱର୍ଗ ( Urenus-ପିତା) ଓ ପୃଥିବୀ (Gaea-ମାତା)ଙ୍କର ବାରୋଟି ବୀରସନ୍ତାନ(TITANS) ଙ୍କ ଭିତରୁ କ୍ରୋନେସ ( Cronus) ଥିଲେ ଦ୍ୱାଦଶତମ ସନ୍ତାନ ଯିଏ ମାତାଙ୍କ ନିର୍ଦ୍ଦେଶମତେ ଗୋଟିଏ ଦାଆ( Harpe) ଭଳି ଦନ୍ତୁରୀତ ଅସ୍ତ୍ର ସାହାଯ୍ୟରେ ପିତାଙ୍କ ଯୌନାଙ୍ଗ ଛେଦନ କରି( ଖାସୁ କରିବା- Castrate) ସ୍ୱର୍ଗ ଓ ପୃଥିବୀକୁ ଅଲଗା କରିଥିଲେ।

ତାଙ୍କରି ନାମରୁ CHRONOLOGY ଶବ୍ଦର ସୃଷ୍ଟି ଯାହାକୁ , “କ୍ରମାନ୍ୱୟରେ ଘଟୁଥିବା ଘଟଣାବଳୀକୁ ସେହି ଅନୁସାରେ ସଜେଇ ରଖିବା( FIRST INCIDENCE FIRST” ପଦ୍ଧତି ବୋଲି କୁହାଯାଏ। )

ପ୍ରଥମ ସତ୍ୟ:-

“ବିଦେଶରେ ଯେତେ କଳାଧନ ଅଛି,

ତାକୁ ଆଣିଲେ ପ୍ରତ୍ୟେକଙ୍କୁ ପନ୍ଦର ଲକ୍ଷ ଲେଖାଏଁ ଟଙ୍କା ଦେଇହେବ ” ର କ୍ରୋନୋଲୋଜି:-

A) 2012 ମସିହା ଅଗଷ୍ଟ ମାସରେ ମୋଦିଜୀ , ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥାଇ ଡାକରା ଦେଇଥିଲେ ” ମୋତେ କ୍ଷମତା ଦିଅ,ଯଦି ଶହେ ଦିନ ଭିତରେ ବିଦେଶରେ ଥିବା ସବୁ କଳାଧନ ନଆଣିବି, ତେବେ ମୋତେ ଫାଶୀଖୁଣ୍ଟରେ ଝୁଲେଇଦେବ”।
B)ତା 03.11.2013ରିଖରେ ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ସଭାପତି ରାଜନାଥ ସିଂହଜୀ ଗୋଟିଏ ନିର୍ବାଚନୀ ସଭାରେ କହିଥିଲେ ” ଆମକୁ ଭୋଟ ଦେଇ କେନ୍ଦ୍ର ଶାସନରେ ବସାଇଲେ, ସେପରି ହେବାର ଶହେ ଦିନ ଭିତରେ ବିଦେଶରେ ଥିବେ ସବୁ କଳାଧନ ନେଇ ଆସିବୁ”।
C) ତା 20.12.2013ରିଖରେ , ବାରଣାସୀରେ ହୋଇଥିବା ନିର୍ବାଚନ ପୂର୍ବ ” ବିଜୟ ସଂକଳ୍ପ ରାଲି” ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୋଦିଜୀ ଆହ୍ବାନ ଦେଇଥିଲେ
” ବିଦେଶରେ ଏତେ କଳାଧନ ଅଛି ଯେ, ତାକୁ ଫେରେଇ ଆଣିଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପନ୍ଦର ଲକ୍ଷ ଲେଖାଏଁ ଟଙ୍କା ଦେଇହେବ, ଟଙ୍କା ଅଣାଯିବା ଉଚିତ କି ନୁହେଁ ” ଓ ଉପସ୍ଥିତ କୋଟି କୋଟି ଲକ୍ଷ କହିଥିଲେ ” ଉଚିତ “। ( ଅର୍ଥାତ , ବିଦେଶରେ ଥିବା କଳାଟଙ୍କାର ପରିମାଣ ହେଉଛି, ସେତେବେଳର ଭାରତର ଜନସଂଖ୍ୟା × 15 ଲକ୍ଷ)।
ଶାସନକୁ ଆସିଥିବା ଶହେ ଦିନ ଗଲା, ଗୋଟିଏ ବି ଟଙ୍କା ନ ଆସିଲା। ସେହି କଥା ସାମାଜିକ ଗଣମାଧ୍ୟମରେ ପଚାରିଲେ ମୋଦିଜୀଙ୍କ ସମର୍ଥକଗଣ ପ୍ରମାଣ ମାଗିଲେ। ଉପରୋକ୍ତ ପ୍ରମାଣମାନ ଦିଆଯାଆନ୍ତେ,ଗାଳି ମିଳିଲା।
ଯା ହେଉ, ଏ ସବୁର ଅନ୍ତ ଆସିଥିଲା ତତ୍କାଳୀନ ବିଜେପି ସଭାପତି ଓ ବର୍ତ୍ତମାନର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଜୀ,
ତା05.02.2015ରିଖରେ, ABP NEWS TV ଚ୍ୟାନେଲରେ
” ଏହା ଏକ ନିର୍ବାଚନୀ ଜୁମଲା (ଚାଲ) ଆଧାରିତ ଭାଷଣଥିଲା। ସମସ୍ତେ ଜାଣନ୍ତି ଏପରି କାହା ପାଖକୁ ଟଙ୍କା ଆସିନାହିଁ ।ଏହା ଭାଷଣଦେବାର ଏକ କଳା ” ଭଳି ଘୋଷଣାଟିଏ କରିବାପରେ।

ମୋଦିଜୀଙ୍କ ପ୍ରଥମଥରର ପାଂଚ ବର୍ଷ ଯାଇ ଦ୍ୱିତୀୟପାଳି ସରିବ, ଅଥଚ ବିଦେଶରୁ ଟଙ୍କାଟିଏ ବି ନ ଆସି ,ବିଜେପି ଦଳ ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ବିଜୟ ମାଲ୍ୟା, ମୋଦିଜୀଙ୍କ
” ମେହେଲୁଭାଇ ଓ ନୀରଭମାମା” ସମ୍ବୋଧିତ ପୁଂଜିପତିଗଣ କେତେ ଯେ ଅର୍ଥ ନେଇ ବିଦେଶକୁ ପଳେଇଲେ/ ପଳାଉଛନ୍ତି, ତାହାର ହିସାବ ନରହିଲା ।

ଦ୍ୱିତୀୟ କ୍ରୋନୋଲୋଜି:-
ତୈଳଦର ବୃଦ୍ଧି :-
ଡଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲାବେଳେ,
କ)ତା24-12-2012ରିଖରେ ମୋଦିଜୀ କହିଥିଲେ-
“ପେଟ୍ରୋଲ ଦର ବଢିବା ଦିଲ୍ଲୀ ସରକାରଙ୍କ ନାକାମୀର ପ୍ରମାଣ। ଆଶା କରୁଛି ପ୍ରଧାନମନ୍ତ୍ରୀ ( ଡଃ ସିଂ) ଗମ୍ଭୀରତାର ସହ ବିଚାର କରି ଦର କମେଇବେ”।
ଖ)ତା12.01.2014 ରିଖରେ ବାବା ରାମଦେବ ଗୋଟିଏ ଟିଭି କାର୍ଯ୍ୟକ୍ରମରେ ସେଠାରେ ଥିବା ଲୋକମାନଙ୍କୁ ପଚାରିଥିଲେ,
“35 ରେ ପେଟ୍ରୋଲ ଓ 300 ଟଙ୍କାରେ ଗ୍ୟାସ ଦେବେ ମୋଦିଜୀ,ତାଙ୍କୁ ଭୋଟ ଦେବେ ନା 90 ଟଙ୍କା ତେଲବାଲା ଓ 1200 ଟଙ୍କା ଗ୍ୟାସଟାଙ୍କି ବାଲାଙ୍କୁ। ଟିକସ 1% କରି ଶସ୍ତାରେ ଦେଇ ହେବ”
ଓ ଲୋକେ କହିଥିଲେ “ମୋଦିଜୀଙ୍କୁ” ।
ଗ)ମୋଦିଜୀ ଭୋଟ ପାଇଲେ। ତୈଳର କିଣା ଦର ଯଥେଷ୍ଟ କମିଲେ ମଧ୍ୟ ତୈଳଦର ନ କରିବାରୁ ସେଇ ରାମଦେବ ତା4.9.2018ରିଖରେ କହିଥିଲେ,
“ମୋଦିଜୀ କଣ ବା କରିବେ। ସରକାରଙ୍କ ଆୟ ବଢେଇବାକୁ ପଡିବ”।
ଘ)ପୁଣି ତା17.9.2019ରିଖରେ ସେଇ ବାବା କହିଥିଲେ “ଡିଜେଲ ଓ ପେଟ୍ରୋଲ ଦାୟିତ୍ୱ ମୋତେ ଦେଲେ ମୁଁ ଲିଟର ପିଛା 35 – 40 ରେ ଦେଇ ପାରିବି”।
ଙ)ଶତାବ୍ଦୀର ମହାନାୟକ ଅମିତାଭ ବଚନ ଟ୍ୱିଟରରେ ଲେଖିଥିଲେ:-“ପେଟ୍ରୋଲପମ୍ପ ପିଲା ପଚାରିଲେ ‘କେତେ ଟଙ୍କାର ପେଟ୍ରୋଲ ଦେବିଓ ଜଣେ ମୁମ୍ବାଇ ନିବାସୀ କହିଲେ କାର ଉପରେ ଦୁଇ/ ଚାରି ଟଙ୍କାର ଛିଂଚି ଦିଅ, କାରକୁ ଜାଳିବାର ଅଛି%।
ଚ) କାନାଡାର ନାଗରିକ ହୋଇ ପୁଣି ଭାରତୀୟ ନାଗରିକ ହୋଇଥିବା ମହାନ ଦେଶଭକ୍ତ ଅଭିନେତା ଅକ୍ଷୟ କୁମାରଙ୍କ ଟ୍ୱିଟରରୁ:- “ସମସ୍ତ ମୁମ୍ବାଇବାସୀ , କାଳେ ତେଲ ଦର ଆହୁରି ବଢିବ ବୋଲି ପେଟ୍ରୋଲଟାଙ୍କିରେ ଭିଡ କରିଥିବାରୁ ଘରକୁ ଫେରି ପାରିଲି ନାହିଁ” ( ଏ ଟ୍ୱିଟ ସେ ଏବେ ଲିଭାଇ ଦେଇଛନ୍ତି)
ଛ)ବିଜେପି ସାଂସଦ କିରଣ ଖେରଙ୍କ ସ୍ୱାମୀ ତଥା ମହାନ ଦେଶଭକ୍ତ ଅନୁପମ ଖେରଙ୍କ ଟ୍ୱିଟ: “ଡ୍ରାଇଭରକୁ ପଚାରିଲି, ମଟରସାଇକଲରେ ନ ଆସି ସାଇକେଲରେ ଡେରିରେ କାହିଁକି ଓ ସେ କହିଲା – ତେଲ ଦର ଏତେ ଯେ, ମଟରସାଇକଲକୁ ପ୍ରଦର୍ଶନୀପଡିଆକୁ ପଠେଇଛି”।
ଜ)ଫିଲ୍ମ ନିର୍ମାତା ଭିଭେକ ଅଗ୍ନିଗୋତ୍ରୀଙ୍କ ଟ୍ୱିଟରହାଣ୍ଡଲରୁ-
“ଆପଣଙ୍କର ଖୁସି ତେଲ ଦର ଭଳି ବଢୁ ଓ ଦୁଃଖ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଭଳି କମୁ”।
ଝ)ତୈଳଦର ବୃଦ୍ଧି ପ୍ରତିବାଦରେ ଶ୍ରୀ ଅଟଳ ବିହାରୀ ବାଜପେୟୀ ଶଗଡରେ ସଂସଦକୁ ଆସିଥିଲେ।
ଞ) ଏବର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ- “ଡଃ ସିଂ କହିଥିଲେ ଶହେ ଦିନ ଭିତରେ ଦାମ କମେଇବେ, ତାହା କୁଆଡେ ଗଲା$ କହି ଗ୍ୟାସଟାଙ୍କି ସହ ରାସ୍ତାରେ ବସିଥିଲେ।
ଟ) ସୁଷମା ସ୍ୱରାଜଜୀ ଗାନ୍ଧୀଙ୍କ ସମାଧି ରାଜଘାଟଠାରେ ବିକ୍ଷୋଭ ପ୍ରଦର୍ଶନ କରି ନୃତ୍ୟ କରିଥିଲେ।
ଏମାନଙ୍କ ଭିତରୁ ଶ୍ରୀ ବାଜପେୟୀଜୀ/ଅଋଣ ଜେଟଲିଜୀ ଓ ଶ୍ରୀମତି ସୁଷମା ସ୍ୱରାଜଜୀ ନାହାନ୍ତି ଓ ଅନ୍ୟମାନେ
“ତୁଣ୍ଡରେ କରୋନା ତୁଣ୍ଡି ବାନ୍ଧି'”ଜନସାଧାରଣଙ୍କ ସହିତ କୌଣସି ସମ୍ବାଦ ଆଦାନପ୍ରଦାନ କରୁନାହାନ୍ତି।

ତୃତୀୟ କ୍ରୋନୋଲୋଜି:-

ଡଲାର ତୁଳନାରେ ଟଙ୍କାର ମୂଲ୍ୟହ୍ରାସ:-
(କ) ତା27.08.2013ରିଖରେ ଗୋଟିଏ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ ଆମ ମୁଦ୍ରାରେ ଚଉଷଠି ଟଙ୍କା ଏଗାର ପଇସା( 64.11 ) ହେଉ ହେଉ ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୋଦିଜୀ, ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ସତଷଠୀ ବର୍ଷ ବୟସ୍କ( 67 yrs old) ପି.ଚିଦାମ୍ବରମଙ୍କ ପ୍ରତି ଆକ୍ଷେପ କରି କହିଥିଲେ “ଏହା ଅର୍ଥମନ୍ତ୍ରୀଙ୍କ ବୟସ ଛୁଇଁବ।ଦିଶାହୀନ ନେତୃତ୍ବରେ ଏଇଆ ହୁଏ।ଏଭଳି ଏକ ପରିସ୍ଥିତିରେ ପଡିବାକୁ ଦେଶବାସୀ ଆଶା କରିନଥିଲେ। ଦୁର୍ବଳ ନେତୃତ୍ବ, ହତାଶାଭାବକୁ ବଢାଇଥାଏ”।
(ଖ)ଚକ ଘୁରିଗଲା। ମୋଦିଜୀଙ୍କ ଅତି ସବଳ ନେତୃତ୍ବରେ ଗୋଟିଏ ଡଲାର ଯେତେବେଳେ 66 ଟଙ୍କା 53 ପଇସା ହେଲା, ସେତେବେଳେ ତାଙ୍କରି ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନା ( ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ୟଶବନ୍ତ ସିହ୍ନାଙ୍କ ପୁଅ ଯିଏ ଆମେରିକାରୁ ଫେରି ମନ୍ତ୍ରୀ ହୋଇଥିଲେ, ଯାହା ପରିବାରବାଦର ଅନ୍ତର୍ଭୁକ୍ତ ନୁହେଁ)
ତା 15.09.2015ରିଖରେ କହିଥିଲେ “ବଜାର ହିଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ନିୟନ୍ତ୍ରଣ କରିବା ଉଚିତ। ତେଣୁ ଏହା ଭଲ”।
(ଗ) ତା28.06.2018ରିଖରେ ଗୋଟିଏ ଡଲାର ତୁଳନାରେ ଟଙ୍କାର ମୂଲ୍ୟ 68.61 ହେବା ପରେ କଂଗ୍ରେସିଆ ରଣଦୀପ ସିଂ ସୁର୍ଯେୱାଲା ଟ୍ୱିଟରହାଣ୍ଡଲ ହାଣ୍ଡଲ ଜରିଆରେ ଜଣାଇଥିଲେ( ଏ ବାବଦରେ ପୂର୍ବରୁ ହାଉ ହାଉ ହେଉଥିବା ଗଣମାଧ୍ୟମ ଏତେବେଳକୁ କୋଳବସା ହୋଇ ‘ ଧୋ ରେ ବାଇଆ ଧୋ, ଯେଉଁ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ’ ଗୀତ ଶୁଣି ନିଘୋଡ ନିଦରେ ଥିବାରୁ , ସାମାଜିକ ଗଣମାଧ୍ୟମ ହିଁ ବିରୋଧଦଳଗୁଡିକ ପାଇଁ ଏକମାତ୍ର ବାଟ, ଯାହା ବନ୍ଦ ହେବାର ବ୍ୟବସ୍ଥା ଚାଲିଛି)
“ପ୍ରୀୟ ମୋଦିଜୀ, ଆପଣ ତ ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ବୟସ ସହିତ ତୁଳନା କରିଥିଲେ ( ଯଦିଓ ମୋଦିଜୀ ତତ୍କାଳୀନ ଅର୍ଥମନ୍ତ୍ରୀଙ୍କ ବୟସ ସହ ତୁଳନା କରିଥିଲେ)ଯାହା ଘଟି ନଥିଲା,କିନ୍ତୁ ଏବେ ତାହା ଆପଣଙ୍କର 67 ବର୍ଷ ବୟସକୁ ଟପି ଗଲାଣି। ଆପଣଙ୍କ ପ୍ରତିଶ୍ରୁତି ମୁତାବକ ଏହା କେବେ 45ରେ ପହଞ୍ଚିବ?”
ମୋଦିଜୀଙ୍କ ଦ୍ୱିତୀୟ ପାଳିର ତା 19.02.2021ରିଖକୁ ଗୋଟିଏ ଡଲାର ବିନିମୟରେ ଭାରତୀୟ ମୁଦ୍ରା ପହଞ୍ଚିଛି 82ଟଙ୍କା 63 ପଇସାରେ ଯାହା ମୋଦିଜୀଙ୍କ ବୟସରୁ ଅଧିକ ( ମୋଦିଜୀଙ୍କ ଜନ୍ମ ତାରିଖ:- ତା17.12.1950ରିଖ )।ହୋଇ ଆଡଭାନୀଜୀଙ୍କ ବୟସକୁ ଛୁଇଁବାକୁ ଧପାଲିଛି।
ଅଥଚ, 2013 ର ବିଜେପି ନେତା ଓ ଗଣମାଧ୍ୟମର ତୁମ୍ବିତୋଫାନ ଏବେ ସଂପୂର୍ଣ୍ଣ ନୀରବ ଅବସ୍ଥାରେ।

ତା 31.07.1988ରିଖରେ ଶ୍ରୀ ଚିତ୍ତ ରଞନ ଦାସଙ୍କ
“ଯିଏ ଯେଝାପାଇଁ ଲାଗିଲେ” ଲେଖାଟି ଏପରି ସର୍ବକାଳୀନ
ବାସସ୍ତତା ଉପରେ ଆଧାରିତ ।

( ଆରମ୍ଭ) ” ଶିକ୍ଷକମାନେ ଶିକ୍ଷାପାଇଁ ନଲାଗି ନିଜ ପାଇଁ ଲାଗିଲେ , ଚାକିରିଆମାନେ ଯେଉଁଥିପାଇଁ ଦରମା ପାଉଛନ୍ତି ସେଥିପାଇଁ ନଲାଗି ପ୍ରାପ୍ତ ଗୋଟାସୁଦ୍ଧା ନିଜ ପାଇଁ ଲାଗିଲେ।ଆପଣାର ଆୟଗୁଡାକ ସେମାନଙ୍କୁ ପ୍ରାୟ କିଛି ବୋଲି ଦିଶିଲାନାହିଁ ବୋଲି ପାରୁପର୍ଯ୍ୟନ୍ତ ଅଣଆୟଗୁଡାକୁ ବଢାଇଲେ।ମନ୍ତ୍ରୀ ବିଚରା ବା ଅଧିକ କ’ଣ କରି ପାରିଥାନ୍ତେ?ସେମାନେ ବି ତ ଠିକ ଆମରି ଭଳି ମଣିଷ। ସେମାନଙ୍କର ବି ତ ରକ୍ତ-ମାଂସର ଜୀବନଟି ଲାଗି ଲୋଭ ଅଛି; ତେଣୁ ସେମାନେ ବି ନିଜ ପାଇଁ ଲାଗିଗଲେ।ହାଉଆ ଯେଉଁ ଭଳି ବୋହୁଥିଲା, ସେମାନେ ତାହାରି ପ୍ରତିନିଧିତ୍ୱ କଲେ।କିଏ ପୁଲିସ ହୋଇଥିଲା, ସିଏ ଶାନ୍ତିରକ୍ଷା ପାଇଁ ନଲାଗି ନିଜ ପାଇଁ ଲାଗିବାକୁ ବାଧ୍ୟ ହେଲା ଆମ ଓକିଲ ଓ ନ୍ୟାୟର ଅଧୀଶ୍ଵରମାନେ ଅନ୍ୟ ପ୍ରକାରେ ଆଚରଣ କରିଥିଲେ ଯୁଗର ଆଖିରେ ବୋକା ବନି ରହିଥାନ୍ତେ।ତେଣୁ ସେମାନେ ମଧ୍ୟ ଯୁଗକୁ କଦର ଦେଖାଇ ଯଥାସମ୍ଭବ ନିଜ ପାଇଁ ଲାଗିଲେ।

ଧର୍ମଗୁଡାକ ମଧ୍ୟ ଆଉ ପୃଥିବୀ ପାଇଁ ହୋଇ ରହି ପାରିଲା ନାହିଁ। ସେଗୁଡିକ ମଠରେ ପରିଣତ ହୋଇଗଲା ଓ ନିଜ ପାଇଁ ଲାଗିଲା। ମଣିଷମାନେ ଦେଉଳ ଭିତରକୁ ଯାଇ ଭଗବାନଙ୍କୁ ମଧ୍ୟ ପ୍ରଧାନତଃ ନିଜ ପାଇଁ ଏଇଟା ବା ସେଇଟା ମାଗିଲେ।ଋପ ମାଗିଲେ,ଧନମାଗଣା କଲେ, ଯଶ ମାଗିଲେ, ଶତୃମାନଙ୍କ କ୍ଷୟ ଲାଗି ପ୍ରାର୍ଥନା କଲେ, ବେଳେବେଳେ ମନୋରମା ଭାର୍ଯ୍ୟାଟିଏ ମଧ୍ୟ ମାଗିଲେ; ଭଗବାନ ନିଲଠା ହୋଇ ଅନେଇ ରହିଲେ।ଯେଉଁମାନେ ତାଙ୍କ ପାଇଁ କୋଠାଘର କରିଦେଲେ, ତାଙ୍କ ମୁଣ୍ଡ ଉପରେ ଚାନ୍ଦୁଆ ଟଙ୍ଗାଇଦେଲେ ଓ ଶଂଖମର୍ମର ପଥରରେ ପାହାଚ ବସେଇଦେଲେ, ସିଏ ସେମାନଙ୍କୁ ମୁହଁ ଖୋଲି ଆଦୌ କିଛି କହି ପାରିଥାନ୍ତେ କିପରି?

ତା’ ପରେ ସଂଗ୍ରାମୀମାନେ ଆସି ପହଞ୍ଚିଲେ। ସଂଗ୍ରାମ ସରିନଥିଲା।ମାତ୍ର ସେମାନେ ବୁଢା ହୋଇ ଯାଇଥିଲେ।ତେଣୁ ଭତ୍ତା ମାଗିଲେ, ନିଜ ପାଇଁ ଲାଗିଲେ। ଆହୁରି ଅଧିକ ଦିଅ ବୋଲି ଅଝଟ ଲଗାଇଲେ।କଳାକାରମାନେ ନିଜକୁ ଦୁଃସ୍ଥ କହି ସେ ଖାତାରେ ନିଜର ନାଆଁ ଲେଖାଇବାକୁ ସଂଘ ଗଢିଲେ।ନିଜ ପାଇଁ ଲାଗିଲେ। କଳାକୁ ଭୂତ ଖାଇଗଲା।ସାହିତ୍ୟିକମାନେ ବି ସହରରେ ସଭା ମଣ୍ଡାଇ ଦୁଃସ୍ଥ ହେଲେ,ହାତ ପତେଇଲେ।ନିଜ ପାଇଁ ଲାଗିଲେ। ସାହିତ୍ୟକୁ ନେଇ ସାହୁକାରଙ୍କ ଘରେ ବାନ୍ଧିଦେଇ ଆସିଲେ।ଯିଏ ଯେଝାପାଇଁ ଲାଗି ଗୌରବ ଅନୁଭବ କଲେ।

ଯିଏ ତ ଯେଝାପାଇଁ ଲାଗିଲେ, ଯେଝା ନିଶକୁ ଦର୍ପଣ ଭିତରେ ଦେଖି ଫୁଲେଇ ହେଲେ।ତେବେ, ଦେଶ ପାଇଁ, ମଣିଷ ପାଇଁ କିମ୍ବା ନ୍ୟାୟ ପାଇଁ କଥା କହିବାକୁ ଆଉ କେଉଁମାନେ ବାକି ରହିଲେ? ମାତ୍ର ଅଧିକରୁ ଅଧିକ ମଣିଷ ତଥାପି ଦେଶ ବିଷୟରେ ଭାଷଣ ଦେଲେ।ଆଦର୍ଶ ବିଷୟରେ ପିଲାମାନଙ୍କୁ ତ୍ୟାଗର ଉଦବୋଧନ ଦେଲେ।ଏଣିକି ଚରିତ୍ର ବିଷୟରେ ଅଧିକ କଥା କୁହାଗଲା, ଧର୍ମସଭାରେ ଅଧିକ ଉତ୍ସାହ ଓ ଉଛନ୍ନପଣିଆ ଦେଖାଇ ଧର୍ମକଥାର ଉଦଗାର ହେଲା।ଶ୍ରଦ୍ଧାଳୁ ଶ୍ରୋତାମାନେ ରାତି ଅନିଦ୍ରା ହୋଇ ସେହି ଉଦଗାରଗୁଡିକ ଶୁଣିଲେ, କୃତ୍ୟକୃତ୍ୟ ହେଲେ, ମର ଜୀବନକୁ ଧନ୍ୟ କଲେ।ପରଜୀବନ ପାଇଁ ପୁଣ୍ୟ କିଣି ରଖିଲେ।କିଏ କେଉଁଠୁ ଛତରା ପିଲାଟିଏ ଯଦି ଏହିସବୁ ଆଖଡା ଭିତରେ ଆସି ପଶିଯାଆନ୍ତା ଓ କେବଳ ଆପଣା ପାଇଁ ଲାଗିଥିବା ଏହି ମହାମଣିଷମାନଙ୍କର ପିତ୍ତଗ୍ରନ୍ଥି ଭିତରେ ରହିଥିବା କଥାଟିକୁ ଖୋଲି କହିଦିଅନ୍ତା, ତେବେ ତାହା ସତକୁ ସତ କେଡେ ବଢିଆ କଥାଟିଏ ହୁଅନ୍ତା!”( ଶେଷ)

( ଉପରେଥିବା କାର୍ଟୁନଟିକୁ ଛୁଇଁ ସଂପୂର୍ଣ୍ଣ ଦେଖନ୍ତୁ)

ନମସ୍କାର

Leave a Reply

Your email address will not be published. Required fields are marked *