Spread the love
  • କାହାଣୀ ତ ଅନେକ ଆମେ ମାନେ ଶୁଣିଛେ କିନ୍ତୁ ଆଜିର ଏକ ସତ୍ୟ କାହାଣୀ ଯାହା 70ବର୍ଷ ତଳେ ଘଟିଥିଲା ଜାପାନ ରେ. ଜୁଲାଇ 1954 ରେ ଯାହାର ରହସ୍ୟ ଉପରେ ପରଦା ହଟିନି..ଘଟଣା ଜାପାନ ଏକ ଆଧୁନିକ ଦେଶ ସେ ଦେଶର ଲୋକଙ୍କୁ ସଚୋଟ ଓ ବିଜ୍ଞାନ କାରିଗରୀ ରେ ପ୍ରସିଦ୍ଧ. ଜାପାନ ରେ ବହୁତ ଏଆରପୋର୍ଟ ଅଛି ସେଥିରୁ ଟୋକିଓ ବହୁତ ପ୍ରସିଦ୍ଧ. ସେଇ ଟୋକିଓ ସହର ର ର ଆଉଗୋଟିଏ ଏଆରପୋର୍ଟ (ହେନେଡା)ରେ ଏକ ଉଡ଼ାଜାହାଜ ଆସି ଲ୍ୟାଣ୍ଡ କରେ ସମସ୍ତ ଯାତ୍ରୀ ଜଣ ପରେ ଜଣେ ସିକୁରିଟି ଚେକ କରିବା ପରେ ବାହାରକୁ ଆସନ୍ତି. କିନ୍ତୁ ଜଣେ ଯାତ୍ରୀ ଉପରେ ସନ୍ଦେହ ହୁଏ. ସେ ଯେଉଁ ପାସପୋର୍ଟ ଟି ଦେଖାନ୍ତି ଅଧିକାରୀଙ୍କୁ ସନ୍ଦେହ ହୁଏ କାରଣ ସେ ଯେଉଁ ଦେଶର ପାସପୋର୍ଟ ଥାଏ ସେମିତି ବିଶ୍ୱରେ କୋଉଠି ନାହିଁ (ତାଉରେଡ) ବୋଲି ଦେଶର ନାଁ ଲେଖାଯାଇଛି. ଅଧିକାରୀ ଲୋକଟିକୁ ଅନାନ୍ତି ପୁରା VIP ଭଳି ଲାଗୁଥାଏ ସାଙ୍ଗରେ ଗୋଟିଏ ଦାମୀ ଆଟାଚ ମଧ୍ୟ ଅଛି ଅଧିକାରୀଙ୍କୁ ସନ୍ଦେହ ହେବାରୁ ତାଙ୍କୁ ବାହାରକୁ ଯିବାକୁ ସ୍ୱୀକୃତି ମିଳେନି. ଅଫିସ ରୁମ କୁ ଆଣି ବହୁତ ପ୍ରଶ୍ନ ପଚାରନ୍ତି ସେ ସବୁ ପ୍ରଶ୍ନ ର ଉତ୍ତର ଦିଅନ୍ତି ସେ କୁହନ୍ତି ତାଙ୍କ ଦେଶ ହଜାରେ ବର୍ଷ ର ପରମ୍ପରା ଦେଶ ତାଙ୍କୁ ବିଶ୍ୱର ମ୍ୟାପ ଆଣି ଦେଖେଇ ପଚାରନ୍ତି କୁହନ୍ତୁ ଆପଣଙ୍କ ଦେଶ କୋଉଟା ମ୍ୟାପ ଦେଖି ଆଙ୍ଗୁଠି ମାରି (ତାଉରେଡ) ଦେଶ କୁ ଦେଖାନ୍ତି. କିନ୍ତୁ ସେଠାରେ ଆଉ ଗୋଟିଏ ଦେଶର ନାଁ ଲେଖାଯାଇଛି ଅଧିକାରୀ ପାସପୋର୍ଟ ଓ ଭିଶା କୁ ତନ୍ନ ତନ୍ନ ପରୀକ୍ଷା କରନ୍ତି ସେ ବହୁତ ଦେଶର ଷ୍ଟାମ୍ପ ଲାଗିଛି ସେ ଲୋକଟି ବହୁତ ଦେଶ ବୁଲିଛନ୍ତି କିନ୍ତୁ ତାଙ୍କୁ କିପରି କେହି ଅଟକେଇଲେଣି.. ସନ୍ଦେହ ଜୋର ହେବାରୁ ଆହୁରି ବହୁତ ତଦନ୍ତ କାରି ଅଧିକାରୀ ଆସିଲେ ପ୍ରଶ୍ନ ଉପରେ ପ୍ରଶ୍ନ କିନ୍ତୁ ଉତ୍ତର ପାଉନାହାନ୍ତି ଜାପାନ ର କୋଉ ଜାଗାକୁ ଯିବେ କାହାସଙ୍ଗରେ ମିଶିବେ ପଚାରିବାରୁ ଜାଗା ନାଁ ବି କହିଲେ ଓ ଏକ ତାରକା ହୋଟେଲ ରେ ତାଙ୍କ ପାଇଁ ରୁମ ବୁକ ହେଇଛି କହିଲେ.ଅଧିକାରୀ ମାନେ ସନ୍ଦେହ କଲେ ନିଶ୍ଚିତ ୟେ କୌଣସି 420 ହେଇଥିବେ କିମ୍ୱା ଜଣେ ଗୁପ୍ତଚର ଭାବି ତାଙ୍କ ଉପରେ ତଦନ୍ତ କରିବାକୁ ଏୟାରପୋର୍ଟ ଏକ ଗେଷ୍ଟ ହାଉସ କୁ ଆଣି ରଖି ରାତ୍ରି ଯାପନ ର ବ୍ୟବସ୍ତା କରେଇ ଚାରିଆଡୁ ପୋଲିସ ପହରା ଦେଲେ ଓ ତାଙ୍କର ସବୁ ଡକୁମେଣ୍ଟ କୁ ଲକର ରେ ରଖି ବାକି ସବୁ ତଦନ୍ତ କାରି ବିଭାଗ କୁ ଜଣେଇଲେ. ତଦନ୍ତ ଆରମ୍ଭ ହେଲା ଏମିତି କୋଉଠି ଦେଶ ନାହିଁ ଏହା କିପରି ହେଲା ସବୁ ଦେଶର ମୋହର ସଠିକ ଲାଗିଛି ନିଶ୍ଚିତ ଏ ବାବୁ ଜଣକ ଚାରିଆଡେ ବୁଲିଛି କିନ୍ତୁ କାହିଁକି….ରାତି ହେଇଜିବାରୁ ଅଧିକାରୀ ମାନେ ପରଦିନ ଆସିବେ ବୋଲି କହି ବିଦାୟ ନେଲେ. ଚାରିଆଡେ ଘେରବନ୍ଦୀ ପୋଲିସ ଯଗିଛନ୍ତି.. ସଖାଳ ସାତଟାରେ କଫି ଦେବାକୁ ଜଣେ ଆସନ୍ତି କଲିଙ୍ଗ ବେଲ ମାରନ୍ତି.. କିନ୍ତୁ ବାବୁ ଜଣକ କବାଟ ଖୋଲନ୍ତିନି ତୁରନ୍ତ ପୋଲିସ ଙ୍କୁ ଜଣାଯାଏ ପୋଲିସ ଆସି ବେଲ ମାରିଲେ ବି ସେଇଆ କବାଟ ଖୋଲୁନି ଚାରିଆଡକୁ ଖବର ହୁଏ ଏକ ଘଣ୍ଟା ଭିତରେ ସମସ୍ତ ଅଧିକାରୀ ଆସନ୍ତି କବାଟ କୁ ଖୋଲାଯାଏ କିନ୍ତୁ ଏ କଣ ସେ ବାବୁ ରୁମ ଭିତରେ ନାହାନ୍ତି. ଚାରିଆଡୁ ପହରା କୁଆଡେ ଗଲେ ରୁମ ଭିତରେ ତାଙ୍କ ଆଟାଚ ସହିତ ତାଙ୍କର ଆଣିଥିବା ବ୍ୟବହାରିକ ଜିନିଷ କିଛି ନାହିଁ.. ତାପରେ ତାଙ୍କର ଏଆରପୋର୍ଟ ଲକରରେ ଥିବା ପାସପୋର୍ଟ ଡକୁମେଣ୍ଟ ବି ନାହିଁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ସମସ୍ତଙ୍କୁ ପୁରା ଟୋକିଓ ସହିତ ଜାପାନ ରେ ଖୋଜା ଚାଲିଲା. ସବୁଠୁ ବଡ଼ କଥା ହେଲା ସେ ବାବୁ ଜଣକ ବହୁତ ଦେଶର ଭାଷା ଜାଣିଥିଲେ.. ଅନେକ ଦେଶର ଏଆରପୋର୍ଟ ଅଧିକାରୀ ଙ୍କ ସହିତ ଯୋଗାଯୋଗ ହେଲା ସବୁ ଦେଶରେ ତାଙ୍କ ପାସପୋର୍ଟ ର ସଠିକ ନାମ ରେଜିଷ୍ଟର ରେ ରହିଛି ବହୁତ ଗବେଷଣା ଚାଲିଲା କିଏ କିଏ ଏଲିଆନ ବୋଲି କହିଲେ.. ଆଜିପର୍ଯ୍ୟନ୍ତ ରହସ୍ୟ ହେଇରହିଛି.. ତେଣୁ ବିଜ୍ଞାନ ଯେତେ ଆଗକୁ ଗଲେ ବି ବେଳେ ବେଳେ ଅଦୃଶ୍ୟ ପାଖରେ ମୁଣ୍ଡ ନୁଆଁଉଛି….

Leave a Reply

Your email address will not be published. Required fields are marked *