ଦୁର୍ଗାପୁର, ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗ
ଘଟଣା ଅତ୍ୟନ୍ତ ଅମାବନୀୟ ଓ ଲଜ୍ଜାଜନକ, ଯେତେ ନିନ୍ଦା କଲେ ମଧ୍ୟ କମ୍ : ବିରଂଚି ନାରାୟଣ ତ୍ରିପାଠୀ
ଘଟଣାରେ ସଂପୃକ୍ତ ଦୋଷୀମାନଙ୍କୁ ଯଥାଶୀଘ୍ର ଗିରଫ କରି ଦୃଷ୍ଟାନ୍ତମୁଳକ ଦଣ୍ଡବିଧାନ କରନ୍ତୁ ପଶ୍ଚିମବଙ୍ଗ ସରକାର
ନଚେତ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ
ପିଡୀତା ଏବଂ ପିଡୀତାଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
ଭୁବନେଶ୍ୱର ତା.୧୧/୧୦: ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଷୁଡି ପଡିଛି । ଦିନ ଦ୍ୱିପହରରେ ବିଧାୟକ, ସାଂସଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି । ଗତ କାଲି ଓଡିଆ ଝିଅ ତଥା ଦୁର୍ଗାପୁରସ୍ଥିତ ମେଡିକାଲ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ଅମାବନୀୟ ଏବଂ ଲଜ୍ଜାଜନକ, ଏବଂ ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡିଯିବ । ଘଟଣାରେ ସଂପୃକ୍ତ ଦୋଷୀମାନଙ୍କୁ ଯଥାଶୀଘ୍ର ଗିରଫ କରି ଦୃଷ୍ଟାନ୍ତମୁଳକ ଦଣ୍ଡବିଧାନ କରିବାକୁ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଦାବୀ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତ କାଲି ମେଡିକାଲ କ୍ୟାଂପସରେ ଥିବା ପୀଡିତା ଛାତ୍ରୀ ଜଣକ ପ୍ରତି ଯେଉଁ ଭଳି ଅମାନୁଷିକ ଓ ବର୍ବରୋଚିତ ଘଟଣା ଘଟିଛି ତାହା ରାଜ୍ୟର ମହିଳା ସୁରକ୍ଷାକୁ ନେଇ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରିଛି । ଦୁଷ୍କର୍ମକାରୀଙ୍କୁ ବର୍ତମାନ ସୁଦ୍ଧା ପଶ୍ଚିମବଙ୍ଗ ସରକାର ଚିହ୍ନଟ କରିନାହାନ୍ତି କି ଗିରଫ କରିନାହାନ୍ତି । ଏପରିକି ସ୍ଥାନୀୟ ପୋଲିସ ସହଯୋଗ ମଧ୍ୟ କରୁନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇଥିବାବେଳେ ତାଙ୍କର ସମ୍ବେଦନଶୀଳତା ଦେଖାଯାଉନାହିଁ । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଦୁଇ ଦିନ ତଳେ ପଶ୍ଚିମବଙ୍ଗର ମାନ୍ୟବର ରାଜ୍ୟପାଳ ସାର୍ବଜନୀନ ଭାବେ ମମତା ବାନାର୍ଜୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ତଥାପି ସ୍ଥିତି ସୁଧୁରୁ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଦୁର୍ଗାପୁର ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଘଟଣାକୁ ଓଡିଶା ସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୃଢ ନିନ୍ଦା କରିବା ସହିତ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହିତ ପିଡୀତାଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ସୁରକ୍ଷା ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବୀ କରିଛନ୍ତି । ଏଥି ସହ ଓଡିଶା ସରକାରଙ୍କ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ଯାଇ ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରି ପିଡୀତା ଏବଂ ପିଡୀତାଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ କରାନଗଲେ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)
Leave a Reply