ବିଜେଡି ଆଠଗଡ //ରାସାୟନିକ ସାରର ଅଭାବି ବିକ୍ରି ତଥା ସଙ୍କଟ କୁ ନେଇ ଆଜି ସ୍ଥାନିୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିଦେ୍ର୍ଦଶରେ ଶହଶହ ଚାଷୀ ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସାର ଉପଲବ୍ଧ କରିବା ନାରେ ନାରାବାଜି ମାନ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହିତ ବିଜୁ କୃଷକ ସଭାପତି ସୁବାସ ଚନ୍ଦ୍ର ପାଳ ଏବଂ ସେକ୍ ଅବଦୁଲ ତୈଇବଙ୍କ ଅଧ୍ୟକ୍ଷତାରେ ଧାରଣ ଦେଇଥିଲେ ।

Spread the love

ରାସାୟନିକ ସାର ସଙ୍କଟ ନେଇ ବିଜୁ କୃଷକ ଜନତା ଦଳ ପକ୍ଷରୁ ବିକ୍ଷୋଭ ପଦର୍ଶନ ରଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଦାବି ପତ୍ର
ଆଠଗଡ,ତା୧୮ । ୯ (ଦର୍ଶନ ସମୀକ୍ଷା) – ରାସାୟନିକ ସାରର ଅଭାବି ବିକ୍ରି ତଥା ସଙ୍କଟ କୁ ନେଇ ଆଜି ସ୍ଥାନିୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିଦେ୍ର୍ଦଶରେ ଶହଶହ ଚାଷୀ ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସାର ଉପଲବ୍ଧ କରିବା ନାରେ ନାରାବାଜି ମାନ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହିତ ବିଜୁ କୃଷକ ସଭାପତି ସୁବାସ ଚନ୍ଦ୍ର ପାଳ ଏବଂ ସେକ୍ ଅବଦୁଲ ତୈଇବଙ୍କ ଅଧ୍ୟକ୍ଷତାରେ ଧାରଣ ଦେଇଥିଲେ । ଧାରଣାରେ ବ୍ଲଜ ବିଜେଡି ସଭାପତି ରବିନ୍ଦ୍ର ନାଥ ରାଉତ, ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ଶାନ୍ତିଲତା ବେହେରା ଏବଂ ଦଳର ବରିଷ୍ଠ ନେତା ପ୍ରଦିପ୍ତ କୁମାର ଦାସ, ଶିଶିର ପ୍ରସାଦ ମାନସିଂହ, ସମବାୟବିତ ଲଲିତେନ୍ଦୁ ସେନାପତି ଜିଲ୍ଲା କୃଷକ ନେତା ପ୍ରେମାନନ୍ଦ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଚାଷପାଇଁ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ । ଏବଂ ଜିଲ୍ଲାରେ ୨୧୩୦୦ ମେଟ୍ରିକ ଟନ୍ ସାରର ଆବଶ୍ୟକ ଥିବାବେବେଳେ ୨୩୩୮.୯୮ ମେଟ୍ରକ ଟନ୍ ସାର ମିଳିଛି ଯାହାକି ମାତ୍ର ୧୦.୯୮ ଶତକଡା ବୋଲି ଉଲ୍ଲେଖ କରିଥିଲେ । ସାରର କୃତିମ ଅଭାବ ହେଇ ଅଥବା ସଂକଟ ହେଉ ଚାଷୀ ମାନେ ଆବଶ୍ୟକ ପରିମାଣର ସାର ପାଇପାରୁ ନାହାଁନ୍ତ ଏବଂ ସାରର କଳାବଜାରି ଏତେ ପରିମାଣର ବଢିଯାଇଛିଯେ ଚାଷୀ ଚଢା ଦରରେ ସାର କିଣିବାରେ ଅସମର୍ଥ ହେଉଛି ଯାହାକି ଧାନ ଅମଳ ନେଇ ଚାଷି ମାନଙ୍କର ଚିନ୍ତା ବଢିଯାଇଛି । ଆଠଗଡ ନିର୍ବାଚନ ମଣ୍ଡଳୀର ଚାଷୀକୁଳ ଉପେକ୍ଷିତ ହେଉଥିବା ପ୍ରକାଶ କରିଥିଲେ । ସରକାର ଆବଶ୍ୟକ ପରିମାଣର ସାର ଚାଷୀ ମାନଙ୍କୁ କିଭଳି ସଜହରେ ଯୋଗାଇବେ ଏହା ଉପରେ ଏକ ପଦକ୍ଷେପ ନିମନ୍ତେ ମହାମହିମ ରାଜ୍ୟପାଳଙ୍କୁ ଏକପତ୍ର ଉପଜିଲ୍ଲାପାଳଙ୍କ ଜିରଆରେ ଚାଷୀନେତା ମାନେ ପ୍ରଦାନ କରି ଧାରଣାରୁ ଓହରିଥିଲେ । ଉପଜିଲ୍ଲାପାଳ ବିଶେଷ କାର୍ଯ୍ୟରେ ବାହାରେ ଥିବାରୁ ପତ୍ରଟିକୁ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *