ବାହାରିନ ରେ ଓଡ଼ିଆ ସମାଜ ତରଫରୁ ଗଣେଶ ପୂଜା ବହୁତ ଧୁମଧାମରେ ପାଳିତ
ବାହାରିନି /ଦର୍ଶନ ସମୀକ୍ଷା :=ଚଳିତବର୍ଷ ତା ୨୭.୮.୨୦୨୫ ବୁଧବାର ଦିନ ବାହାରିନ ଓଡ଼ିଆ ସମାଜ ତରଫରୁ ବିଘ୍ନରାଜ ଗଣେଶଙ୍କ ପୂଜା ଅର୍ଚନା ଓଡ଼ିଆ ନୀତିକାନ୍ତି ଅନୁଯାୟୀ ଖୁବ ଧୂମଧାମ ରେ ପାଳନ କରାଯାଇଛି l ବହୁ ସଂଖ୍ୟକ ସଭ୍ୟ ଓ ଅତିଥିଙ୍କ ସମାଗମରେ ଅଗ୍ରଜଙ୍କ ପୂଜସ୍ଥଳୀ ଉତ୍ସବମୁଖର ହେଇଉଠିଥିଲା l ଘଣ୍ଟଘଣ୍ଟା, ଶଙ୍କ ଧୱନୀରେ ପରିସର ପ୍ରଙ୍କପିତ ହୋଇ ଉଠିଥିଲା |ବାହାରିନ୍ ଓଡ଼ିଆ ସମାଜର ପୁରୁଷ, ମହିଳା ତଥା ଶିଶୁ କଳାକାର ମାନଙ୍କ ଦ୍ୱାରା ଶ୍ରୀଗଣେଶଙ୍କର ଭଜନ, ସ୍ମୃତି ଓ ନାଟ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ସମାଜ ଦ୍ୱାରା ପ୍ରସାଦ ପ୍ରସ୍ତୁତି ଓ ବଣ୍ଟନ ର ଆୟୋଜନ କରାଯାଇଥିଲା ।

ବାହାରିନ ଓଡିଆ ସମାଜର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶାନ୍ତନୁ ସେନାପତି , ଜନ ସମ୍ପର୍କ ସମ୍ପାଦକ ଶ୍ରୀଯୁକ୍ତ ଅମରନାଥ ସୁବୁଧି , ବାହାରିନରେ ଦୀର୍ଘ ୧୮ ବର୍ଷ ଧରି ଗଣେଶ ପୂଜା ପାଳନ କରିବା ପ୍ରଭୂ ଶ୍ରୀ ଗଣେଶଙ୍କ ଲୀଳା ଓ କରୁଣା ବୋଲି କହିଥିଲେ।
ସମାଜର କୋଷାଦକ୍ଷ ଶ୍ରୀଯୁକ୍ତ ପ୍ରିୟଦତ୍ତ ରୟ , ସାଂସ୍କୃତିକ ସଂପାଦିକା ଅଙ୍କିତା ନାୟକ , କ୍ରୀଡା ସମ୍ପାଦକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବହୁତ ସୁଚାରୁ ରୂପେ ତୁଲାଇଥିଲେ ।
ସମାଜର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାସ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଶାରଦା ପଟ୍ଟନାୟକ ବିଦେଶରେ ଗଣେଶ ପୂଜା ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବର ବିଷୟ ବୋଲି କହିଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବାହାରିନ ଓଡ଼ିଆ ସମାଜ ପ୍ରତ୍ୟେକ ବର୍ଷ ଓଡ଼ିଶାର ପ୍ରାୟ ସମସ୍ତ ପର୍ବପର୍ବାଣି ପାଳନ କରିଆସୁଛି l ଓଡିଶାର ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ବିଶ୍ୱ ଦରବାରରେ ଉଚ୍ଚ ପ୍ରଶଂସିତ ହେଇଛନ୍ତି l ସେଥିପାଇଁ ସମାଜର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ , ସମାଜର କାର୍ଯ୍ୟକାରୀ ସମିତି ,ସମସ୍ତ ସଭ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
Leave a Reply