ବାହାରିନି //ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ” ଘୋଷ ଯାତ୍ରା ପର୍ବ ର ଶେଷ ଦିବସ ବାହୁଡା ଯାତ୍ରା ବହୁତ ଆଡମ୍ବର ରେ ପାଳନ କରିଛନ୍ତି।ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ।

Spread the love

ବାହାରିନ ରେ ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡା ଯାତ୍ରା


ବାହାରିନ :ଦର୍ଶନ ସମୀକ୍ଷା

ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ” ଘୋଷ ଯାତ୍ରା ପର୍ବ ର ଶେଷ ଦିବସ ବାହୁଡା ଯାତ୍ରା ବହୁତ ଆଡମ୍ବର ରେ ପାଳନ କରିଛନ୍ତି।ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ। ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲା ପରେ ଶ୍ରଦ୍ଧାଳୁ ମାନେ ଭାବବିହୋଳ ହୋଇଥିଲେ।

ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ, ଶେଷରେ କିଛି ଭକ୍ତ ଓଡ଼ିଶା ର ବିଭିନ୍ନ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ କରିଥିଲେ ।ବାହାରିନ ଓଡ଼ିଆ ସମାଜ ର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ବିଷୟରେ ବର୍ଣନା କରିଥିଲେ | ସାଧାରଣ ସମ୍ପାଦକ ଶାନ୍ତନୁ ସେନାପତି , ଯୁଗ୍ମ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ, ସାଂସ୍କୃତିକ ସଂପାଦିକା ଅଙ୍କିତା ନାୟକ ,

କୋଷାଦକ୍ଷ ପ୍ରିୟଦତ୍ତ ରୟ , କ୍ରୀଡା ସମ୍ପାଦକ ଅମରେଶ ପଣ୍ଡା ଏବଂ ଜନ ସମ୍ପର୍କ ସମ୍ପାଦକ ଅମରନାଥ ସୁବୁଧି ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ଭକ୍ତ ମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥଲେ। ବିଦେଶରେ ରଥ ଯାତ୍ରା ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବ ର ବିଷୟ ବୋଲି କହିଥିଲେ। ରଥ ଯାତ୍ରାଠୁ ଆରମ୍ଭ କରି ବାହୁଡା ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ମାନେ ଅଶେଷ ସହଯୋଗ କରିଥଲେ।

ସତାଧିକ ଅଣଓଡିଆ ମଧ୍ୟ ବାହୁଡା ଯାତ୍ରା ରେ ଯୋଗ ଦେଇ ଆନନ୍ଦିତ ହୋଇ ନିଜକୁ ସୌଭାଗ୍ୟ ମନେ କରିଥିଲେ |
ବାହାରିନ ରେ ରଥ ଯାତ୍ରା ଉତ୍ସବ ନଅ ଦିନ ଧରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ବହୁତ ଧୁମ୍ ଧାମ୍ ରେ ପାଳନ କରାଯାଏ। ସମସ୍ତେ ବର୍ଷର ଏହି ପର୍ବକୁ ଅପେକ୍ଷା କରିଥାନ୍ତି।

ସର୍ବଶେଷରେ ଶ୍ରୀ ଶ୍ରୀ ରାଧା ଗୋପାଳକୃଷ୍ଣ ମନ୍ଦିରର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଏବଂ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାସ , ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ମହାନ୍ତି , ଶ୍ରୀଯୁକ୍ତ ଦିନେଶ ମହାନ୍ତି , ଶ୍ରୀଯୁକ୍ତ ଭକ୍ତହରି ଅଗସ୍ତି ବାହାରିନରେ ରଥ ଯାତ୍ରା ପାଳନ କରିବା ପ୍ରଭୂ ଜଗନ୍ନାଥ ଙ୍କ ଲୀଳା ଓ କରୁଣା ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *