ବାଲିମେଳାରେ ଶ୍ୟାମାକାଳୀଙ୍କ ପୂଜା ମଣ୍ଡପର ନବୀକରଣ ତଥା ପୁନଃ ପ୍ରତିଷ୍ଠା ଉତ୍ସବ ଆରମ୍ଭ
ମାଲକାନଗିରି(ମନୋଜ ଦେଵ ପାଙ୍ଗି)
ମାଲକାନଗିରି ଜିଲ୍ଲା ବାଲିମେଳା ସହରର କାଳୀଛକ ଠାରେ ଥିବା ମା” ଶ୍ୟାମାକାଳୀଙ୍କ ପୂଜା ମଣ୍ଡପର
ନବୀକରଣ କରାଯିବା ସହ ଉକ୍ତ ମଣ୍ଡପରେ ମଙ୍ଗଳବାର ବାଲିମେଳା ନାଗରପାଳ ପ୍ରଦୀପ କୁମାର ନାୟକଙ୍କ ତତ୍ୱାବଧାନରେ କାଳୀଛକ ମନ୍ଦିର କମିଟିର ସଭାପତି ବିଜୟ କୁମାର ଦାସ, ପୂର୍ଣ୍ଣ ଚନ୍ଦ୍ର ମୁଦୁଲୀ, ଦୀପକ କୁମାର ସାହୁ, ଶରତ କୁମାର ପାଢ଼ୀ ପ୍ରତାପ ସ୍ୱାଇଁ,
କମଳାକାନ୍ତ ନାୟକ, ପୁରୁଷୋତ୍ତମ ମୁଦୁଲୀ,ସୁରେନ୍ଦ୍ର କୁମାର ପାତ୍ର, ପ୍ରଶାନ୍ତ କୁମାର ରାଉଳ, ଅକ୍ଷୟ ମହାରଣା ଓ ଅନ୍ୟ ସମସ୍ତ ସଦସ୍ୟ ମାନଙ୍କ ନେତୃତ୍ୱରେ ପୂଜା ମଣ୍ଡପର ପୁନଃ ପ୍ରତିଷ୍ଠା ଓ ପୂଜା ଉତ୍ସବ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ସକାଳୁ ବାଲିମେଳା ସହର ନିକଟରେ ପ୍ରବାହିତ ହେଉଥିବା
ଚିତାପାରି ନଦୀ କୂଳରେ ଅଞ୍ଚଳର
ସର୍ବଶ୍ରେଷ୍ଠ ପୁରହିତ ରଙ୍କନିଧି ରଥ ଶର୍ମା, ସୁଭାଶିଷ କର ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା
କରିବା ପରେ ସହରର ଶତାଧିକ ମହିଳା ନଦୀରୁ ଜଳ ସଂଗ୍ରହ କରି ଏକ ବିରାଟ କଳସ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ କାଳୀ ମଣ୍ଡପରେ ପହଁଞ୍ଚି କଳଷ ସ୍ଥାପନ କରିଥିଲେ। ଅପରାହ୍ନ ପ୍ରାୟ ୩ ଟା ସମୟ
ଠାରୁ ଶ୍ୟାମା କାଳୀଙ୍କ ମଣ୍ଡପର
ପୁନଃ ପ୍ରତିଷ୍ଠା ଓ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି। ବୁଧବାର ଦିନ ଏହି ମଣ୍ଡପରେ ପୁରହିତ ମାନଙ୍କ ଦ୍ଵାରା
ଘୃତ ଯଜ୍ଞ, ଅନ୍ନ ଯଜ୍ଞ,ନାମ ଯଜ୍ଞ ସହ
ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥିର ହୋଇଛି। ଭକ୍ତ ମାନଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ଅନ୍ନ ପ୍ରସାଦ ସେବନ ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି ବୋଲି ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି।
Leave a Reply