ମୁଣ୍ଡଳୀ ରେ ଜିଲ୍ଲାସ୍ତରୀୟ
ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ
ବାରଙ୍ଗ 17/09 -=(ଦର୍ଶନ ସମୀକ୍ଷା) ବାରଙ୍ଗ ବ୍ଲକ ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ 10 ଘଟିକା ରେ ଜିଲ୍ଲାସ୍ତରୀୟ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର କୃଷି ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ତୁଷାରକାନ୍ତ ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ଦେଇଥିଲେ,

ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲାପାଳଶ୍ରୀଯୁକ୍ତ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଭାବେ ବାରଙ୍ଗ ତହସିଲଦାର ଡ଼. ତୁଷାର ଜ୍ୟୋତି ରଞ୍ଜନ, ଡମପଡା ରେଞ୍ଜର ଶ୍ରୀଯୁକ୍ତ ନିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ, ସ୍ଥାନୀୟ ସରପଞ୍ଚ କଣ୍ଢେଇ ସାହୁ, ଯୁବନେତା ଅଶ୍ୱିନୀ କୁମାର ସାହୁ, ମଧୁପୁର ସମିତି ସଭ୍ୟ କିଶନ କୁମାର ଜେନା ପ୍ରମୁଖ ଯୋଗଦାନ କରି 5 ଶହ ରୁ ଅଧିକ ଚାରାରୋପଣ କରିବା ସହିତ ପୃଥିବୀ ମା ର ଋଣ ପରିଶୋଧ କରିବା ସହିତ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ l ଶେଷରେ ବାରଙ୍ଗ ବିଡିଓ ଶ୍ରୀଯୁକ୍ତ ସ୍ୱାଗତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Leave a Reply