Spread the love

ବାସୁ ଧୈବ କୁଟୁମ୍ବ କମ ମିଶନ, ଓଡିଶା ସମଗ୍ର ବିଶ୍ୱର ଦେଶକୁ ବିନା ରକ୍ତପାତ ବିନା ସନ୍ଦେହ ରେ ସମସ୍ତଙ୍କୁ ଏକ ସୀମା ହୀନ ଦେଶ ବିଦେଶକୁ ଏକ ପରିବାର ରେ ଅନ୍ତର୍ଭୁତ କରିବା ପାଇଁ ଆଜି ଆହ୍ୱାନ ଦେଇଛନ୍ତି.

ଆଜି ଗଣମାଧ୍ୟମ ଙ୍କ ଗହରେ ମିଶନ ସମ୍ପାଦକ ଆଲୋକ କୁମାର ସାହୁ, ପ୍ରଧାନ ସେବକ ସଭାପତି ପରିବେଶବିଦ ଡା. ଅର୍ଜୁନ କୁମାର ବିଶ୍ୱାଳ, ଟ୍ରେନର ଇଣ୍ଟାରନେସନାଲ ଡା. ସେକଫଜଲ ଅଲ୍ଲୀ, ନିଜ ନିଜ ବକ୍ତବ୍ୟରେ ଅତି ସୁନ୍ଦର ଭାବରେ ହୃଦୟସ୍ପର୍ଶୀ ମତା ମତ ଦେଇଥିଲେ,, ଯେ ଆମେ ସମସ୍ତେ ବିଭିନ୍ନ ଜାତି ଧର୍ମ ହେଲେ ମଧ୍ୟ ଆମର ଗୋଟିଏ ଧର୍ମ ମାନବ ଧର୍ମ. ଯେମିତି ସୂର୍ଯ୍ୟଙ୍କ, ପାଣି ପବନ ର ଧର୍ମ ଜାତି ନାହିଁ ନିରାକାର ଆମେ ମଧ୍ୟ ନିରାକାର. ଆଗାମୀ 25ଅଗଷ୍ଟ ଦିନ ଦଶଟା କଟକ କଳାବିକାଶ କେନ୍ଦ୍ର ରେ ମିଶନ ପାଳିବାକୁ ଯାଉଛି ଅଷ୍ଟମ ତଥା ଶହେତମ ଅଧିବେସନ.ହିନ୍ଦୁମୁସଲିମ ଶିଖ ଈସାଈ ସର୍ବ ଧର୍ମ କୁ ଏକ ସାଥିରେ ସଭ୍ୟ ବୃନ୍ଦ କୁନେଇ. ମୁଖ୍ୟ ଅତିଥି ରହିବେ ଭାତୃହରି ମହତାବ, ମେୟର ସୁବାଷ ସିଙ୍ଗ, କଟକ ଚୌଦ୍ୱାର ବିଧାୟକ ସୌ୍ଭିକ ବିଶ୍ୱାଳ, କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ, କଟକ ଟାଙ୍ଗୀ ସାଲେପୁର ପ୍ରଶାନ୍ତ କୁମାର ବେହେରା. ବାରିପଦା ଚିନ୍ମୟ ମିଶନସନ୍ଥ ଗୋବିନ୍ଦ ନନ୍ଦ ସରସ୍ୱତୀ, ରାଷ୍ଟପତି ରାଜ୍ୟପାଳ ଦ୍ୱାର ପୁରସ୍କୃତମହେଶ୍ୱର ମହାନ୍ତି, ସର୍ଦାର ଗୁରୁଦେବ ସିଙ୍ଗ ସଭା ମଞ୍ଚରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ.ମିଶନର ମୂଳଲକ୍ଷ୍ୟ ରହିବ ଆମର ବିଶ୍ୱ ଗୋଟିଏ ପରିବାର ଏବଂ ଗୋଟିଏ ଧର୍ମ ମାନବ ଧର୍ମ.

Leave a Reply

Your email address will not be published. Required fields are marked *