Spread the love

ବିଳମ୍ୱିତ ରାତିରେ ଦୁଇଟି ଟ୍ରେନ୍ ଦୁର୍ଘଟଣା; ଟ୍ରାକ୍‌ରୁ ଖସିଲା ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍‌_@Kc

ବିଳମ୍ୱିତ ରାତିରେ ଦୁଇଟି ଟ୍ରେନ୍ ଦୁର୍ଘଟଣା । ଗୋଟିଏ ଯାତ୍ରୀବାହୀ ଟ୍ରେନ୍ ଟ୍ରାକ୍ରେ ପଡ଼ିଥିବା ବଡ଼ ପଥରରେ ମାଡ଼ ହୋଇ ଲାଇନ୍ଚ୍ୟୁତ୍ ହୋଇଥିବା ବେଳେ ଆଉ ଏକ ମାଲଗାଡ଼ି ବି ଲାଇନ୍ଚ୍ୟୁତ ହୋଇଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ଏହି ଦୁଇଟି ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନି । ଏମିତିକି କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି ।

ସୂଚନା ଥାଉକି, ଉତ୍ତରପ୍ରଦେଶର କାନପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରେନ୍ ଦୁର୍ଘଟଣା ହୋଇଛି । ଟ୍ରାକରେ ପଡ଼ିଥିବା ବଡ଼ ପଥର ମାଡ଼ ହେବାରୁ ଲାଇନ୍ଚ୍ୟୁତ ହୋଇଛି ସାବରବମତୀ ଏକ୍ସପ୍ରେସ୍ । ଏହି ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଟ୍ରେନ୍ର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ହେଲେ ଏଥିରେ କେହି ମୃତାହତ ହୋଇନାହାଁନ୍ତି । କାନୁପର-ଭୀମସେନ୍ ଷ୍ଟେସନ ମଝିରେ ଏହି ଦୁର୍ଘଟଣା ହୋଇଛି।

ରାତି ପାଖାପାଖି ୨ଟା ୩୦ରେ ଏହି ଦୁର୍ଘଟଣା ଘଟିଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି । ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ରେଲୱେ ତରଫରୁ ଯାତ୍ରୀଙ୍କ ସୁବିଧାର ବନ୍ଦବୋସ୍ତ କରାଯାଇଛି। ଯାତ୍ରୀଙ୍କୁ ବସ୍ ଯୋଗେ କାନପୁର ପଠାଯାଇଛି । ଯାତ୍ରୀଙ୍କ ସୁବିଧା ନିମନ୍ତେ ରେଳବାଇ ତରଫରୁ ହେଲପ୍ଲାଇନ୍ ନମ୍ବର ଜାରି କରାଯାଇଛି।

ସେହିଭଳି ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଘଟିଛି ଆଉ ଏକ ଦୁର୍ଘଟଣା । ଇନ୍ଧନ ନେଇ ଯାଉଥିବା ଏକ ମାଲଗାଡ଼ି ଟ୍ରାକ୍ରୁ ଖସି ଯାଇଛି । ଏଥିଯୋଗୁ ଉକ୍ତ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଠିକଣା ନିୟୁଜ 7

Leave a Reply

Your email address will not be published. Required fields are marked *