Spread the love

ବଡ଼ ଖବର-ଘୁଞ୍ଚିପାରେ ନିର୍ବାଚନ ତାରିଖ ଘୋଷଣା। ନୂଆ ଇସିଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ବରିଷ୍ଠ ଆଇନଜୀବୀ!.
ମାର୍ଚ୍ଚ ୧୪ ଅବା ୧୫ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବାର ଥିଲା। କିନ୍ତୁ ଦୁଇ ନିର୍ବାଚନ କମିଶନଙ୍କ ପଦବୀ ଫାଙ୍କା ଥିବାରୁ ନିର୍ବାଚନ ଘୋଷଣା ତାରିଖ ଘୁଞ୍ଚିପାରେ ବୋଲି କୁହାଯାଉଛି। ଆସନ୍ତା ୧୫ ସୁଦ୍ଧା ନୂଆ ଇସି ନିଯୁକ୍ତ ହୋଇପାରନ୍ତି ବୋଲି କୁହାଯାଉଛି!.
ନିର୍ବାଚନ କମିଶନ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଦୁଇ ଆସନ ଫାଙ୍କା ପଡିଛି। ଏହି ଦୁଇ ପଦବୀ ପୂରଣ ନେଇ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଏହା ପରେ ଚୁଡାନ୍ତ ନିଷ୍ପତି ନିଆଯିବ। ତେବେ ଚର୍ଚ୍ଚା ହେଉଛି ପଂଜାବର କୌଣସି ଆସନରୁ ଗୋଏଲ ସାଂସଦ ଭାବେ ପ୍ରାର୍ଥୀ ହୋଇପାରନ୍ତି। ଖୁବଶୀଘ୍ର ସେ କୌଣସି ଦଳରେ ଯୋଗ ଦେଇପାରନ୍ତି। ସେପଟ ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ ମିନାକ୍ଷୀ ଆରୋରା। କାହିଁକି ନିର୍ବାଚନର କିଛି ସପ୍ତାହ ପୂର୍ବରୁ ନିର୍ବାଚନ କମିଶନ ଇସ୍ତଫା ଦେଲେ ତାହା ସମସ୍ତେ ଜାଣିବା ଆବଶ୍ୟକ ବୋଲି କହିଛନ୍ତି ମିନାକ୍ଷୀ ଆରୋରା!.

Related Post

Leave a Reply

Your email address will not be published. Required fields are marked *

You Missed