ବରିଷ୍ଟ ପ୍ରଶାସକ ରାମଚନ୍ଦ୍ର ପଣ୍ଡାଙ୍କ ପରଲୋକ//ସତ୍ୟନିଷ୍ଠ, ସେବା ଓ ଦୟାର ପ୍ରତିକ ବରିଷ୍ଠ ପ୍ରଶାସକ ରାମଚନ୍ଦ୍ର ପଣ୍ଡାଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇ ଯାଇଛି।ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜଧାନୀ ଭୁବନେଶ୍ଵର ଠାରେ ସେ ଅବସ୍ଥାପିତ ଥିବା ବେଳେ ଅନେକ ଉନ୍ନତି ମୂଳକ କାର୍ଯ୍ୟରେ ତାଙ୍କର ବିଷେଶ ଯୋଗଦାନ ରହିଥିଲା।

Spread the love

ବରିଷ୍ଟ ପ୍ରଶାସକ ରାମଚନ୍ଦ୍ର ପଣ୍ଡାଙ୍କ ପରଲୋକ

ଭୁବନେଶ୍ବର, ୯/୭: (ଦର୍ଶନ ସମୀକ୍ଷା) ସତ୍ୟନିଷ୍ଠ, ସେବା ଓ ଦୟାର ପ୍ରତିକ ବରିଷ୍ଠ ପ୍ରଶାସକ ରାମଚନ୍ଦ୍ର ପଣ୍ଡାଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ଓଡିଶା ସରକାରଙ୍କ ଜଣେ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କ ଉଜ୍ଜ୍ୱଳ କ୍ୟାରିୟର ନୀତିଗତ ଆଚରଣ ଉଚ୍ଚତମ ମାନଦଣ୍ଡ ସ୍ଥାପନ କରିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜଧାନୀ ଭୁବନେଶ୍ଵର ଠାରେ ସେ ଅବସ୍ଥାପିତ ଥିବା ବେଳେ ଅନେକ ଉନ୍ନତି ମୂଳକ କାର୍ଯ୍ୟରେ ତାଙ୍କର ବିଷେଶ ଯୋଗଦାନ ରହିଥିଲା।

ଭୁବନେଶ୍ବର ମହାନଗର ନିଗମରେ ତାଙ୍କର କାର୍ଯ୍ୟକାଳ ଉତ୍କୃଷ୍ଟ ନେତୃତ୍ବ ଓ ନାଗରିକ ଉନ୍ନତି ପ୍ରତି ଉତ୍ସର୍ଗୀକୃତ ଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ସେ ଅତି ନିକଟରୁ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *