Spread the love

ଡ.ଏ.ପି ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ବ୍ରହ୍ମପୁର ସ୍ଥିତ ବ୍ରହ୍ମପୁର ମହାନଗର ୧୧ତମ ପୁସ୍ତକ ମେଳା ଅବସରରେ କବିତା ପାଠୋତ୍ସବ
ତା.୮.୧୧.୨୦୨୪ ରିଖ ଶୁକ୍ରବାର, ବ୍ରହ୍ମପୁର ଠାରେ ପାଳିତ ହେଉଥିବା ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଅବସରରେ, ଡ.ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ତରଫରୁ କବିତା ଆସର ପାଳିତ ହୋଉ ଯାଇଅଛି l

ସେଥିରେ ଉଦ୍ଘାଟକ – ଶ୍ରୀ ବିଜୟ କୁମାର ପଣ୍ଡା CDMO ବ୍ରହ୍ମପୁର, ମୁଖ୍ୟ ଵକ୍ତା – ସୁଶ୍ରୀ ମମତା ପାଢ଼ୀ (ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତଥା ସମାଜ ସେବୀ), ମୁଖ୍ୟ ଅତିଥି – ଶ୍ରୀ ହରେକୃଷ୍ଣ ପଣ୍ଡା (ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ), ସମ୍ମାନିତ ଅତିଥି – ଶ୍ରୀ ବଂଶୀଧର ସେଠୀ (ବିଶିଷ୍ଟ ସାହିତ୍ୟିକ), ସଭାପତି – ଶ୍ରୀ ପୂର୍ଣ୍ଣିଚନ୍ଦ୍ର ବେହେରା (ପ୍ରାକ୍ତନ ପ୍ରଧାନ ଶିକ୍ଷକ), ସଂପାଦକ – ଶ୍ରୀ ପଞ୍ଚାନନ ସୁର (ପ୍ରାକ୍ତନ କଳା ଅଧ୍ୟାପକ), ଟ୍ରଷ୍ଟି – ଶ୍ରୀମତୀ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ(ଅଧ୍ୟାପିକା ତଥା ସାହିତ୍ୟିକ), ସଂଯୋଜିକା – ଶ୍ରୀମତୀ ପଦ୍ମିନୀ ମିଶ୍ର (କବି ଓ ସାହିତ୍ୟିକ) ଅତିଥି ହୋଇଥିଲେ l ଅବଦୁଲ କଲାମ ଟ୍ରଷ୍ଟ ତରଫରୁ ପଚାଶ ଜଣ କବି ଓ ପଵୟିତ୍ରୀ ମାନଙ୍କୁ ସେମାନଙ୍କର କବିତା ପାଠ ପାଉଁ ମାନପତ୍ର ଓ ଫଳକ ଦେଇ ସମ୍ମାନିତ କରାଯାଉ ଥିଲା ଓ ବୃକ୍ଷପ୍ରେମୀ ଶ୍ରୀ କୁମାର ସାହୁ, ନୂଆସାହି, ଖଲ୍ଲିକୋଟ ଙ୍କୁ “ସବୁଜ ସମ୍ମାନ” ରେ ସମ୍ମାନିତ କରାଗଲା l ପାଠୋତ୍ସବ ରେ ଶ୍ରୀମତୀ ବସନ୍ତ କୁମାରୀ ସାମନ୍ତ, ଶ୍ରୀ ମତୀ ସରୋଜବାଳା ପଟ୍ଟନାୟଜ, ଶ୍ରୀମତୀ ମିତା ରାଣୀ ପଟ୍ଟନାୟକ, ଶ୍ରୀ ଅଜିତ ଭାର୍ଗବ ଓ ଅନ୍ୟାନ୍ୟ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ l ସେହିଦିନ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ତରଫରୁ, ମେଳା ର ସଭାପତି ଶ୍ରୀ ସୁଶାନ୍ତ ଦାଶ ଓ ଅନ୍ୟାନ୍ୟ ଅତିଥିଙ୍କର ଗହଣ ରେ ଅବଦୁଲ କଲାମ ର ସଭାପତି ଶ୍ରୀ ପୂର୍ଣ୍ଣିଚନ୍ଦ୍ର ବେହେରା ଓ ସମ୍ପାଦଜ ଶ୍ରୀ ପଞ୍ଚାନନ ସୁର ଫଳକ ଓ ଉପଢୌକନ ସହ ସମ୍ମାନିତ ହୋଇଥଲେ l ଶେଷରେ ସଭାପତି ଙ୍କ ଦ୍ୱାରା ସଭାସାଙ୍ଗ କରାଗଲା

Leave a Reply

Your email address will not be published. Required fields are marked *