” କଟକ ତା7। 6 :ଦର୍ଶନ ସମୀକ୍ଷା
କଟକ ପୂର୍ବାଞ୍ଚଳ ବିଦ୍ୟାଧରପୁର ଠାରେ ବିଦ୍ୟାଧରପୁର ରାମଲୀଳା ପ୍ରଚାର ସମିତି ପକ୍ଷରୁ ଦୁଇ ରାତି ଶ୍ରୀରାମ ଲୀଳା ଅନୁଷ୍ଠିତ ହୋଇଯାଇଛି। ପଞ୍ଚମ ଏବଂ ଷଷ୍ଠ ଅବଦାନ ରାମଲୀଳା ଉପଲକ୍ଷେ ଦୁଇରାତି ଶ୍ରୀରାମଲୀଳା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଧରପୁର ରାମଲୀଳା ସମିତିର କଳାକାରମାନଙ୍କ ଦ୍ବାରା ଲେଖକ ସ୍ବର୍ଗତ ମନମୋହନ ଚାଟାର୍ଜୀ ଙ୍କ ଦ୍ବାରା ଲିଖିତ ‘ ବନ ପଥେ ରାକ୍ଷସୀ ସୂପର୍ଣ୍ଣଖା’ ଏବଂ ‘ସୀତା ଚୋରୀ’ ଦୁଇ ଦିନ ଧରି ମଞ୍ଚସ୍ଥ ହୋଇଯାଇଛି। ଉଭୟ ନାଟକର ନିର୍ଦେଶନା ଦେଇଥିଲେ ତାପସ କୁମାର ଲେଙ୍କା ଏବଂ ପ୍ରାଣକୃଷ୍ଣ ଓଝା । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଶୋକ କୁମାର ସାହୁ, ସନ୍ତୋଷ ମହାରଣା। ଶ୍ରୀରାମ ଲୀଳା ପ୍ରାରମ୍ଭରେ ପ୍ରତ୍ୟେକ ଦିନ ସଂଧ୍ୟାରେ ଶ୍ରୀରାମ ଲକ୍ଷ୍ମଣ ନୃତ୍ୟ ଦର୍ଶକଙ୍କ ମନମୁଗ୍ଧ କରିଥିଲା।

ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ଓଝା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମ୍, ସି ଆର ଆର୍ ଆଇ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ବାରିକ ଙ୍କ ସମେତ ପଡୋଶୀ ରାମଲୀଳା ସମିତିର ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ରାମଲୀଳା ସମିତିର ମୂରବୀ,ଲେଖକ, ବାଦ୍ୟ କାର,କଳାକାର ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସମ୍ପାଦକ ଅଜୟ କୁମାର ମହାରଣା ସ୍ବାଗତ ଭାଷଣ ଦେଇ କାର୍ଯ୍ୟ କ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ। ଉପ ସଭାପତି ପ୍ରଦୀପ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ରାମଲୀଳା ପ୍ରଚାର ସମିତିର ବିଜୟ କୁମାର ପଣ୍ଡା, ବିଦ୍ୟାଧର ଜେନା, ନବ କିଶୋର ଲେଙ୍କା, ରବୀନ୍ଦ୍ର ମହାରଣା, ମାନସ ମହାରଣା, ଚଗନ୍ ଲେଙ୍କା, ସନାତନ ବାରିକ, ପ୍ରଫୁଲ୍ଲ କୁମାର ଓଝା, ଲିଟୁ ନନ୍ଦ, ନଗେନ ମହାରଣା, ନାରାୟଣ ସାହୁ, ସୁନିଲ କୁମାର ପଣ୍ଡା,ପ୍ରଶାନ୍ତ ମହାରଣା, ଦୀପକ କୁମାର ସାହୁ, ପ୍ରଭାକର ସାହୁ, କୈଳାସ ବେହେରା, ଏବଂ ଲକ୍ଷ୍ମୀଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ରାମଲୀଳା ଦେଖିବା ପାଇଁ ପଡୋଶୀ ଗ୍ରାମର ବହୁ ଦର୍ଶକଙ୍କ ସମାଗମ ହୋଇଥିଲେ।
Leave a Reply