Spread the love

ହ୍ୱାଟସଅପର ଧମକ , ଏନକ୍ରିପସନ ହଟାଇବାକୁ କହିଲେ ଛାଡି ଦେବୁ ଭାରତ , ସେପଟେ ଏନକ୍ରିପସନ ହଟାଇବାକୁ ଚାଲିଛି କୋର୍ଟରେ ମାମଲା!.
ଦେଶର କୋଟି କୋଟି ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଏଇଟା ଗୋଟିଏ ଖୁସି ଖବର ହୋଇନପାରେ। ଦେଶର ସୁରକ୍ଷା ପାଇଁ ବ୍ୟବହାରକାରୀଙ୍କ ପରିଚୟ ଜାଣିବା ନିୟମକୁ ବିରୋଧ କରି ହ୍ୱାଟସଆପ ପ୍ୟାରେଂଟ କମ୍ପାନୀ ମେଟା ଭାରତରେ ବ୍ୟବସାୟ ବନ୍ଦ କରିବାକୁ ଧମକ ଦେଇଛି। ଜାତୀୟ ସୁରକ୍ଷା ପାଇଁ ହ୍ୱାଟସ ଅପ ବ୍ୟବହାରକାରୀଙ୍କ ପରିଚୟ ଜାଣିବାକୁ କେନ୍ଦ୍ର ସରକାର ଓ ମେଟା ମଧ୍ୟରେ ଚାଲିଥିବା ନ୍ୟାୟିକ ଯୁଦ୍ଧ ଏବେ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି!.

ଆଇଟି ନିୟମ ୨୦୨୧ ଅନୁସାରେ ହ୍ୱାଟସଆପରୁ ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ସନ ସିକ୍ୟୁରିଟି ବ୍ୟବସ୍ଥା ହଟାଇବକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆବେଦନ କରାଯାଇଛି। ଏହା ଦ୍ୱାରା ଚାଟର ଯାଂଚ ଓ ପ୍ରକୃତରେ କିଏ ଚାଟ କରିଛି ତାହା ଜାଣିବାକୁ ସୁବିଧା ହେବ। କିନ୍ତୁ ଏହାକୁ ବିରୋଧ କରୁଛି କମ୍ପାନୀ। କମ୍ପାନୀ କହିଛି ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ବ୍ୟବହାରକାରୀଙ୍କ ଗୋପନୀୟତାକୁ ସୁରକ୍ଷା ଦେଇଥାଏ। ଯଦି ଏହାକୁ ହଟାଯିବ ତେବେ ନିଜ ସେବାକୁ ଭାରତରେ ବନ୍ଦ କରିବ। ଜାତୀୟ ସୁରକ୍ଷା , ଯୌନ ନିର୍ଯ୍ୟାତନା , ଶିଶୁ ଯୌନ ମାମଲା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବ୍ୟବହାରକାରୀଙ୍କ ପରିଚୟ ଜାଣିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି!.

ଏଥିପାଇଁ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ୬୯ ଧାରା ଅନୁସାରେ ଜଣେ ଉପଯୁକ୍ତ ସରକାରୀ ଅଧିକାରୀ ସମ୍ପୃକ୍ତ ସଂସ୍ଥାକୁ ଉପରୋକ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇପାରିବେ। ଯାହା ବିରୋଧରେ ମେଟା କୋର୍ଟର ଆଶ୍ରୟ ନେଇଥିଲା। ଦିଲ୍ଲୀ ହାଇକୋର୍ଟ ଶୁଣାଣୀରେ ମେଟା ପକ୍ଷରୁ କୁହାଯାଇଛି କି ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ଆଧାରରେ ବ୍ୟବହାରକାରୀଙ୍କ ପରିଚୟ ଗୋପନ ରଖିବାକୁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। ମାତ୍ର କେନ୍ଦ୍ର ସରକାର ଏଭଳି ଚାପରେ ନିୟମକୁ ବଦଳାଇପାରିବେ ନାହିଁ!.

Leave a Reply

Your email address will not be published. Required fields are marked *