Spread the love

ବଣମଲ୍ଲୀର ବାସ୍ନା
ଜଣେ ଅଳସୁଆ ଲୋକର ଅନେକ ସ୍ବପ୍ନ ଥିବା ସତ୍ତ୍ୱେ ସେସବୁକୁ ପୂରଣ କରିବାରେ ସକ୍ଷମ ହୋଇ ପାରି ନ ଥାଏ l ଜଣେ କୃପଣ ଲୋକ ପ୍ରଚୁର ପରିମାଣରେ ଅର୍ଥ ସଞ୍ଚୟ କରିଥିବା ସତ୍ତ୍ୱେ ସେ କେବହେଲେ ଜଣେ ଧନୀ ବ୍ୟକ୍ତି ହୋଇପାରେ ନାହିଁ l ଜଣେ ମିଛୁଆ କିମ୍ବା କପଟୀ ଲୋକ ଯେତେ ମନ୍ଦିର କିମ୍ବା ତୀର୍ଥସ୍ଥାନ ଭ୍ରମଣ କଲେ ମଧ୍ୟ ଲୋକ ମାନଙ୍କର ବିଶ୍ୱାସ ଜିତି ପାରେ ନାହିଁ
ସେହିପରି ଜଣେ ବ୍ୟକ୍ତିର ଯେତେ ଶିକ୍ଷାଗତ ଯୋଗ୍ୟତା ଥାଉ ପଛେ କିମ୍ବା ଯେତେ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ କରିଥାଉ ପଛେ, ସେ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ସକ୍ଷମ ହୋଇ ପାରିବ ନାହିଁ।


‘କାଳେ କିଏ ଭାବିଦେବ, ମୋତେ ହିନ୍ଦୁତ୍ବର ମର୍ମ ଜଣା ନାହିଁ, ସେଥିପାଇଁ ମୁଁ କାହାଠାରୁ ମାଗି ଆଣି ସମସ୍ତେ ଦେଖିଲା ଭଳି ହାତରେ ଗୀତା-ଉପନିଷଦ-ପୁରାଣ ଗ୍ରନ୍ଥ ଧରି ବୁଲୁଥିବି; ଏ ଭଳି ଧନ୍ଦା ଜ୍ଞାନର ପରିଚାୟକ ନୁହେଁ।

କେବଳ ନିଜକୁ ଠକିବା ସହିତ ଜୀବନର ଅମୂଲ୍ୟ ସମୟ ନଷ୍ଟ କରିବା ହେଉଛି ସାର। ଜ୍ଞାନର ଭଣ୍ଡାର ଯୋଗୀ ପୁରୁଷମାନେ ନିଜର ସ୍ଵଂୟ ସିଦ୍ଧ ଚେତନାରୁ ସ୍ଵୀୟ ଭାଷାରେ ସରଳ ତରଳ କରି ଜ୍ଞାନ ପିପାସୁ ମଣିଷଙ୍କର ଐଶ୍ଵରିକ କ୍ଷୁଧା ଉପଶମ ନିମନ୍ତେ ଅମୃତ ଢାଳିଦିଅନ୍ତି। ଅନ୍ତରାତ୍ମା ଭିତରେ ନିଜ ଧର୍ମଗ୍ରନ୍ଥର ସାରତତ୍ତ୍ଵକୁ ଦ୍ରବୀଭୂତ କରି ଈଶ୍ଵରାନୁଭୂତିରେ ସ୍ଵୀୟ ଭାଷାରେ ପ୍ରକାଶ କରୁଥିବା ମଣିଷ ସମସ୍ତଙ୍କର ପଥ ପ୍ରଦର୍ଶକ ରୂପେ ଆଦୃତ ହୁଏ।

ଭିତରେ ନିଜ ଧର୍ମ ପ୍ରତି ବିଦ୍ୱେଷ ଭାବ ରଖି ଉପରେ ଏଠୁ ସେଠୁ ବାଣୀ ଫରଓ୍ଵାର୍ଡ କଲେ ନିଜତ୍ବ ପରିଚୟ ସୃଷ୍ଟି ହେବା ଅପେକ୍ଷା ‘ବର୍ଜୟେତ୍ତାଦୃଶଂ ବନ୍ଧୁଂ ବିଷକୁମ୍ଭଂ ପୟୋମୁଖମ୍’ (ଭିତରେ ବିଷ ଭରା ଥାଇ ମୁହଁରେ କ୍ଷୀର ଥିବା କୁମ୍ଭ ଭଳି ବନ୍ଧୁକୁ ବର୍ଜନ କରିବା ଉଚିତ) ର ସ୍ଥିତି ଉପୁଜିବା ଶ୍ରେୟ ହେଉଛି।

Leave a Reply

Your email address will not be published. Required fields are marked *

You Missed