ବଡ଼ ଖବର //ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ 6 ଜଣଙ୍କୁ ଗିରଫ କରାଯାଇଛି ବୋଲି କ୍ରାଇମ୍ ବ୍ରାଞ୍ଚ ଡି ଜି ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି।ଗିଫଦାରୀ ମଧ୍ୟରେ ରହିଛନ୍ତି ଶିକ୍ଷକ ସଂଘର ସଦସ୍ୟ ଓ ବୋର୍ଡ଼ର ଡାଟା ଏଣ୍ଟ୍ରି ଅପରେଟର ରହିଛନ୍ତି-କଟକ ରୁ ଭରତ ଚନ୍ଦ୍ର ମହାରଣା ଦର୍ଶନସମୀକ୍ଷା

Spread the love

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ 6 ଜଣଙ୍କୁ ଗିରଫ କରାଯାଇଛି ବୋଲି କ୍ରାଇମ୍ ବ୍ରାଞ୍ଚ ଡି ଜି ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି।

କଟକ :(ଦର୍ଶନ ସମୀକ୍ଷା) ଆଜି କ୍ରାଇମ୍ ବ୍ରାଞ୍ଚ କାର୍ଯ୍ୟାଳୟ ଠାରେ ଡି ଜି ଶ୍ରୀ ମିଶ୍ର ସମସ୍ତ ପ୍ରକାର ସୂଚନା ଦେଇ କହିଲେ ଗିଫଦାରୀ ମଧ୍ୟରେ ରହିଛନ୍ତି ଶିକ୍ଷକ ସଂଘର ସଦସ୍ୟ ଓ ବୋର୍ଡ଼ର ଡାଟା ଏଣ୍ଟ୍ରି ଅପରେଟର ରହିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଜିତନ ମହାରଣା , ବିଜୟ କୁମାର ମିଶ୍ର , ସନାତନ ବିସୋଇ , ଅଜୟ କୁମାର ସାହୁ , ରାମ ଜି ଗୁପ୍ତା ଓ ଜୟନ୍ତ କୁମାର ସାହୁ । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣା ହିଁ ପ୍ରଶ୍ନ ପତ୍ର ଭାଇରାଲ କରିଥିଲେ। ତାଙ୍କ ଆକାଉଣ୍ଟ ରୁ ୨ ଲକ୍ଷ ୪୦ ହଜାର ଟଙ୍କା ଉର୍ଢ଼ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ।ଏପରିକି ପର୍ଜ୍ୟାପ୍ତ ପରିମାଣର କ୍ୟାସ କାରବାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ଅନୁମାନ କରୁଛି। ରାଜ୍ୟ ବ୍ୟାପି ଏହି ପ୍ରଶ୍ନପତ୍ର ଭରାରାଲ ହୋଇଥିଲା । ବୋର୍ଡ ଅଫିସର ଉପ ସଭାପତି ନିହାର ମହାନ୍ତି ଙ୍କ ଲ୍ୟାପଟପ ରୁ ଚୋରି ହୋଇଥିଲା ଏହି ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ଚୋରି କରିଥିଲେ ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣା। ଅଭିଯୁକ୍ତ ମାନଙ୍କୁ ଆଜି ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ। ତେବେ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିବ । ଆବଶ୍ୟକ ଅନୁଯାୟୀ ୬ ଅଭିଯୁକ୍ତଙ୍କୁ ରିମାଣ୍ଡ ରେ ଆଣିବ କ୍ରାଇମବ୍ରାଞ୍ଚ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜିପି । ତେବେ ଚଳିତ ମାସ ୨୦ ତାରିଖ ରେ ହେବାର ଥିବା ସ୍ପେଶାଲ ଓଟିଇଟି ପରୀକ୍ଷା ୧୯ ତାରିଖ ଭାଇରାଲ ହୋଇଥିଲା । ତେବେ ଏହି ପ୍ରଶ୍ନପତ୍ର ଭାଇରାଲ ଘଟଣା କୁ ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ ବୋର୍ଡରର ଅଧିକାରୀ ବୁଲବୁଲ ବେହେରା ।

Leave a Reply

Your email address will not be published. Required fields are marked *