୩ ଝାଡ଼ଖଣ୍ଡୀ ନିଶା ବେପାରୀ ଗିରଫ, ୫୦ କେଜି ୩୦୫ ଗ୍ରାମ ଡୋଡ଼ା ଜବତ୍ ।
ବଡ଼ବିଲ
ଦର୍ଶନ ସମୀକ୍ଷା , ବଡ଼ବିଲ
ତା-03-06-2025
ବଡ଼ବିଲ ପୋଲିସ ହାତରେ ୩ ଝାଡ଼ଖଣ୍ଡୀ ନିଶା ବେପାରୀ । ବେଲକୁଣ୍ଡି ଫୁଟବଲ ପଡ଼ିଆ ନିକଟରେ ଚଢାଉ କରି ପୋଲିସ୍ ଆଜି ଏମାନଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଦୁଇ ବସ୍ତା ( Poppy Straw ଅଫିମ ଫଳର ଭୁଷ ) ଯାହାକୁ ଡୋଡ଼ା ବୋଲି କୁହାଯାଏ ତାହା ଜବତ୍ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡୋଡ଼ା ବା ଅଫିମ ଫଳର ଭୁଷକୁ ଓଜନ କରାଯାଇଥିଲା । ଜବତ୍ ହୋଇଥିବା ଡୋଡ଼ା ୫୦ କେଜି ୩୦୫ ଗ୍ରାମ ବୋଲି ଜଣାପଡିଛି । ଗିରଫ ୩ ଜଣ ହେଲେ, ଝାଡ଼ଖଣ୍ଡ ସରାଇକେଲା ଅଞ୍ଚଳର ପୱନ ମାହାତୋ , ଜଗନ୍ନାଥପୁର ଅଞ୍ଚଳର ଭୋଲାନାଥ ମଣ୍ଡଳ ଏବଂ ଝିକପାନି ଅଞ୍ଚଳର ସୁରୁ ଦାସ । ଏମାନେ ବଡ଼ବିଲର କିଛି ନିଶା ବେପାରୀଙ୍କୁ ଏହି ଡୋଡ଼ା ସପ୍ଲାଏ ପାଇଁ ଆଣିଥିବା ଖବର ପାଇ ପୋଲିସ ଏମାନଙ୍କୁ ମାଡ଼ି ବସିଥିଲା । ତେବେ ଏମାନେ ବଡ଼ବିଲର କେଉଁ ନିଶା ବେପାରୀଙ୍କୁ ସପ୍ଲାଏ କରୁଥିଲେ ସେନେଇ ଅଧିକ ତଦନ୍ତ ଜାରିରଖିଛି । ଖୁବ୍ ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ କହିଛନ୍ତି ।
Leave a Reply