ବଡ଼ବିଲ ରେ ଥିବା ବିସ୍ପୋରକ ଗୋଦାମ ଉପରେ ବଡ଼ବିଲ ପୋଲିସ ର ଚଢ଼ାଉ
ତା-03-06-2025
(ଦର୍ଶନ ସମୀକ୍ଷା) , ବଡ଼ବିଲ
ବଡ଼ବିଲ :
ବଡବିଲ, ରୁଗୁଡ଼ି ଓ ବଲାଣି ଥାନା ଅଞ୍ଚଳରେ ଥିବା ୬ଟି ବିସ୍ଫୋରକଗୋଦାମରେ ପୋଲିସ ପକ୍ଷରୁ ଯାଞ୍ଚ । ଷ୍ଟକ୍, ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ସୂଚନା ।
ପଞ୍ଚିମାଞ୍ଚଳ ଡିଆଇଜିଙ୍କ ନିର୍ଦେଶ କ୍ରମେ ଆଜି ତିନୋଟି ପୋଲିସ ଜିଲ୍ଲାରେ ଥିବା ସମସ୍ତ ବିସ୍ପୋରକ ଗୋଦାମ ଗୁଡିକରେ ଯାଞ୍ଚ ଆରମ୍ଭ ହୋଇଛି । ରାଉରକେଲା, ସୁନ୍ଦରଗଡ଼, କେଉଁଝର ପୋଲିସ୍ ଜିଲ୍ଲାରେ ଥିବା ସମସ୍ତ ଗୋଦାମକୁ ପୋଲିସ୍ ଟିମ୍ ଯାଇ ଜାଞ୍ଚ କରିଛି । ଏହି ପରିପ୍ରେକ୍ଷୀରେ ବଡବିଲ ପୋଲିସ୍ ସବଡିଭିଜନର ବଡ଼ବିଲ, ରୁଗୁଡ଼ି ଓ ବଲାଣି ଥାନା ଅଞ୍ଚଳରେ ଥିବା ୬ଟି ବିସ୍ଫୋରକ ଗୋଦାମରେ ପୋଲିସ ଟିମ୍ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଇଛି । ପ୍ରାୟତଃ ଜଙ୍ଗଲ ଭିତରେ ରହି ଥବା ଏସବୁ ଗୋଦାମ ଗୁଡିକରେ ସମସ୍ତ ନୀତି ନିୟମ ଓ ସୁରକ୍ଷା ବ୍ୟବସ୍ଥା କିପରି ରହିଛି, ଷ୍ଟକ୍ ରେକର୍ଡ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ବଡ଼ବିଲ //ବଡବିଲ, ରୁଗୁଡ଼ି ଓ ବଲାଣି ଥାନା ଅଞ୍ଚଳରେ ଥିବା ୬ଟି ବିସ୍ଫୋରକଗୋଦାମରେ ପୋଲିସ ପକ୍ଷରୁ ଯାଞ୍ଚ । ଷ୍ଟକ୍, ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ସୂଚନା ।

Leave a Reply