ବଡ଼ବିଲ ପୌରପାଳିକାରେ ପକ୍ଷରୁ ଆନନ୍ଦ ଓ ଉଦ୍ଦିପନା ମଧ୍ୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ।
ତା-01-09-2025=(ଦର୍ଶନ ସମୀକ୍ଷା) ବଡ଼ବିଲ
ବଡ଼ବିଲ ପୌରପାଳି କା ପକ୍ଷରୁ ସ୍ଵାୟତ୍ତଶାସନ ଦିବସ ପାଳିତ ହୋଇଯାଇଛି। ଭୋରରେ ରାମଧୁନ ଓ ପ୍ରଭାତଫେରି ପରେ ସକାଳ ୮ଟାରେ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ପୌର କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଓ ପୁରସ୍କାର ବିତରଣ ହୋଇଥିଲା। ଏଥିରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ, ଚମ୍ପୁଆ ଉପ ଜିଲ୍ଲାପାଳ, ବଡ଼ବିଲ ତହସିଲଦାର, ଏସଡିପିଓ, ଥାନା ନିରୀକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୌରନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାଏକ ବିବରଣୀ ପାଠ କରିଥିଲେ । ସହରକୁ ସ୍ଵଛ, ସବୁଜ ଓ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସହରବାସୀଙ୍କ ସହଯୋଗ କାମନା କରାଯାଇଥିଲା ।
ପରିଶେଷରେ ମଣ୍ଟୁ ଛୁରୀଆଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା । ମଣ୍ଟୁଙ୍କ ସମ୍ବଲପୁରୀ ଗୀତରେ ଝୁମିଥିଲେ ଦର୍ଶକ ।
Leave a Reply