ଧରାପଡ଼ିଲା ଖଣିଜ ଚୋରି । ୫୮ ବଦଳରେ ହେଉଥିଲା ୬୧ ଗ୍ରେଡରୁ ଅଧିକ ମାନର ଲୁହାପଥର ପରିବହନ। କାର୍ଯ୍ୟାନୁଷ୍ଠାନ ଦାବି ।
ସତ ବାହାର କରିବାକୁ ଓ ଟ୍ରକ ମାଲିକଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡ଼ିଲା ବଡ଼ବିଲ ସିଭିଲ ସୋସାଇଟି
ଦର୍ଶନ ସମୀକ୍ଷା ବଡ଼ବିଲ
ତା-28-08-2025
ଧରାପଡ଼ିଲା ଆର୍ସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ଚଞ୍ଚକତା । ଠାକୁରାଣୀ ଆଇରନ୍ ଓର୍ ମାଇନ୍ସରୁ ଦୁବୁନା ସ୍ଥିତ ନିଜସ୍ଵ ପ୍ଲାଣ୍ଟକୁ ନିମ୍ନ ମାନର ଲୁହାପଥର ବଦଳରେ ଉଚ୍ଚ ମାନର ଲୁହାପଥର ପରିବହନ କରୁଥିବାବେଳେ, ଖଣି ବିଭାଗ ଦୁଇଟି ଟ୍ରକକୁ ଧରିବାପରେ ଏହି ସତ ପଦାକୁ ଆସିଛି । ଗତ ୨୧ ତାରିଖରେ ବଡ଼ବିଲରୁ ଏହି ଦୁଇ ଆଇରନ୍ ଓର୍ ବୋଝେଇ ଟ୍ରକ୍ କୁ ଧରିବା ପରେ ସେଥିରୁ ସାମ୍ପୁଲ୍ କଲେକ୍ସନ କରି ଆନାଲ୍ୟସିସ୍ ପାଇଁ ପଠାଇଥିଲା ଖଣି ବିଭାଗ । ତେବେ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ୫୮ ଗ୍ରେଡ୍ ବଦଳରେ ୬୧ ଗ୍ରେଡ୍ ରୁ ଅଧିକ ମାନର ଲୁହାପଥର ପରିବହନ ହେଉଥିବା ଆନାଲ୍ୟସିସ୍ ରିପୋର୍ଟରୁ ଜଣାପଡିଛି । ଆସନ୍ତା ସୋମବାର/ମଙ୍ଗଳବାର ସୁଦ୍ଧା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ମାତ୍ର ଏହି ଘଟଣାର ଏକ ସପ୍ତାହ ପରେ ବି ଖଣି ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

ସେପଟେ ଗତ ୨୧ ତାରିଖରୁ ଦୁଇଟି ଯାକ ଟ୍ରକ୍ ଗୁଡ଼ିକ ଅଟକ ହୋଇ ରହି ଥିବାରୁ ଟ୍ରାନ୍ସପୋର୍ଟ କମ୍ପାନୀ ଓ ଗାଡ଼ି ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଜବତ୍ ଟ୍ରକକୁ ଛାଡ଼ିବା ପାଇଁ ଦାବି କରି ସେମାନେ ୩ଦିନ ହେଲା ଖଣି ଆଗରେ ଧାରଣାରେ ବସିଛନ୍ତି । କହିଛନ୍ତି ଆମେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଏଥିପାଇଁ ଖଣି କମ୍ପାନୀ ଦାୟୀ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆମକୁ ନ୍ୟାୟ ଦିଆଯାଉ ।
ଅନ୍ୟପଟେ ଏହି ଘଟଣା ପରେ ବୁଧ ବାର ଦିନ ବଡ଼ବିଲ ସିଭିଲ ସୋସାଇଟି ପକ୍ଷରୁ ମିତ୍ତଲ କମ୍ପାନୀ ଓ ଖଣି ବିଭାଗ ବିରୁଦ୍ଧରେ ସହରରେ ବିରୋଧ ପ୍ରଦର୍ଶନ ଓ ନାରାବାଜି କରାଯାଇଛି । ଏହାଦ୍ବାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସହ ମିତ୍ତଲ ଖଣିକୁ ତୁରନ୍ତ ସସପେଣ୍ଡ୍ କରିବାକୁ ଦାବି କରିଛି ବଡ଼ବିଲ ସିଭିଲ ସୋସାଇଟି ।
ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆର୍ସେଲର ମିତ୍ତଲ କମ୍ପାନୀର ଅଧିକାରୀ । ତାଙ୍କର କହିବା କଥା ଷ୍ଟାକ୍ ଆନାଲ୍ୟସିସ୍ ରିପୋର୍ଟ ଆସିବା ପରେ ହିଁ ପରିବହନ ହୋଇଥାଏ । ଏଥିରେ ଆମର କିଛି ଭୁଲ ନାହିଁ ।
Leave a Reply